• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରୋନା ସଂକ୍ରମଣ ସମସ୍ତଙ୍କ ଜୀବନର ଗତିପଥ ବଦଳାଇ ଦେଇଛି । ଭାଇରସ୍‌ର ଲୋକଙ୍କ ଉପରେ କହର ପରି ବର୍ଷୁଛି । ତେବେ ଏହି ସମୟରେ ଲୋକେ ଜୀବନ ପାଇଁ ତ୍ରାହି ତ୍ରାହି ଡାକୁଥିବା ବେଳେ ତାଲାବନ୍ଦରେ ଲୋକେ ଘରେ ରହି ରହି ବିରକ୍ତି ପ୍ରକାଶ କରୁଥିଲେ । ଲକଡାଉନ୍ କାହାର ଜୀବନ ନଷ୍ଟ କରି ପକାଇଛି ତା କାହା ପାଇଁ ବରଦାନ ପାଲଟିଛି । ଲକଡାଉନ୍‌ର ପ୍ରତିକୂଳ ପରିସ୍ଥିତିକୁ ସୁଯୋଗରେ ପରିଣତ କରିଥିବା ଏପରି ଜଣେ ବ୍ୟକ୍ତି ହେଲେ ଶାଫି ବିକ୍ରମନ୍‌ ।

ଥିରୁବନନ୍ତପୁରମର ନିବାସୀ ଶଫି ବିକ୍ରମନ୍ । କରୋନା ସଂକ୍ରମଣ ସମୟରେ ଘରେ ଖାଲିରେ ବସି ରହିନଥିଲେ । ସମୟର ସଦୁପଯୋଗ କରି ପ୍ରାୟ ୧୬ ଟି ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୧୪୫ରୁ ଅଧିକ ଡିଗ୍ରୀ ହାସଲ କରି ପାରିଛନ୍ତି। ଲକଡାଉନ୍ ସମୟରେ ସେ ପାଠପଢ଼ା ଆରମ୍ଭ କରିଥିଲେ । ଖାଲି ସମୟ ମିଳିବାରୁ ପଢ଼ିବା ପାଇଁ ଅଧିକରୁ ଅଧିକ ସମୟ ଦେଉଥିଲେ । ଦିନକୁ ପ୍ରାୟ ସେ ୨୦ ଘଣ୍ଟାରୁ ଅଧିକ ସମୟ ପାଠ ପଢ଼ୁଥିଲେ । ଲକଡାଉନ୍ ପରିସ୍ଥିତିରେ ଯେଉଁଠାରେ ଲୋକମାନେ ବାହାରକୁ ଆସି ପାରୁନଥିଲେ, ଆଉ ସେହି ସମୟକୁ ବ୍ୟବହାର କରି ସେ ଡିଗ୍ରୀ ହାସଲ କରିଥିବା କହିଛନ୍ତି ।

ପ୍ରାରମ୍ଭିକ ସମୟରେ ପାଠ ପଢ଼ିବା ପାଇଁ ମନ ଆଦୌ ଲାଗୁନଥିଲା ଓ ପାଠ ଭାରି ଜଟିଳ ଲାଗୁଥିବା ସେ କହିଛନ୍ତି । ହେଲେ ଧୀରେ ଧୀରେ ଏହା ଅଭ୍ୟାସରେ ପରିଣତ ହୋଇଥିଲା । ହେଲେ ଲକଡାଉନ୍ ସମୟ ହିଁ ପ୍ରକୃଷ୍ଟ ସମୟ, ଆଗାମୀ ସମୟରେ ସେ ହାସଲ କରିଥିବା ଡିଗ୍ରୀ ସହାୟକ ହେବ ବୋଲି ଚିନ୍ତା କରିଥିଲେ ଓ ପରିଶ୍ରମ କରିଥିଲେ ।

ବର୍ତ୍ତମାନ ସମୟରେ ଡିଗ୍ରୀ ହାସଲ କରିବା ପାଇଁ ଲୋକଙ୍କୁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ବଡ଼ ବଡ଼ ୟୁନିଭରସିଟିକୁ ଯିବାକୁ ପଡ଼ୁଛି । ହେଲେ ତାଙ୍କୁ ଏତେ ସଂଖ୍ୟକ ଡିଗ୍ରୀ ପାଇଁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡିନି ବୋଲି ସେ କହିଛନ୍ତି । ପାଠପଢ଼ା ମାଗଣା ହୋଇନଥିଲେ ସେ ପଢ଼ିନଥାନ୍ତେ ବୋଲି କହିଛନ୍ତି ।