ବଢିଲା ସୁନା ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪, ୬୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୧୧୦ଟଙ୍କା ରହିଛି। ଆଜି ରୁପା ମୂଲ୍ୟ ବଢ଼ିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୦,୭୦୦ ଟଙ୍କା ରହିଛି ।
ହରିଦ୍ୱାର ଧର୍ମ ସଂସଦରେ ‘ହେଟ୍ ସ୍ପିଚ୍’ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଏହି ସଂସଦରେ ନିର୍ଦ୍ଦିଷ୍ଟ ଧର୍ମ ଉପରେ ଆପତ୍ତିଜନକ ମନ୍ତବ୍ୟ ଅର୍ଥାତ ଅଶ୍ଲୀଳ ଭାଷାର ପ୍ରୟୋଗ ହୋଇଥିଲା । ବରିଷ୍ଠ ଆଇନଜୀବୀ କପିଲ ସିବଲ ଏହି ଜନସ୍ୱାର୍ଥ ସମ୍ୱଳିତ ମାମଲା ଲଢୁଛନ୍ତି । ।
ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଫିରୋଜପୁର ଗସ୍ତବେଳେ ସୁରକ୍ଷା ତ୍ରୁଟି ପ୍ରସଙ୍ଗ ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ କମିଟି ଗଠନ ହୋଇଛି ।
କରୋନା ସାର୍ଟିଫିକେଟ୍ରୁ ହଟିବ ମୋଦିଙ୍କ ଫଟୋ: ଜାଣନ୍ତୁ କେଉଁ କେଉଁ ରାଜ୍ୟରୁ ଓ କାହିଁକି ହଟିବ ମୋଦିଙ୍କ ଫଟୋ
ଆଉ ମାତ୍ର କେଇଟା ଦିନ ପରେ ଏମିତି ଖୁସି ଖବର ଦେଇ ପାରନ୍ତି ସରକାର। ପେନସନଭୋଗୀଙ୍କ ପେନ୍ସନ୍ ୯ ଗୁଣ ବଢିବାର ରହିଛି। ଏବେ ସର୍ବନିମ୍ନ ମାସିକ ପେନସନ୍ ୧ ହଜାର ଟଙ୍କା ଥିବାବେଳେ ଆଗକୁ ଏହା ୯ ହଜାର ଟଙ୍କା ହେବାକୁ ଯାଉଛି।
ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ କରୋନା ଟିକାକରଣ ସାର୍ଟିଫିକେଟ୍ରୁ ହଟିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ। ନିର୍ବାଚନ ସରିବା ଯାଏ କୋୱିନ୍ରୁ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଦେଖିବାକୁ ମିଳିବନି।
ଦିଲ୍ଲୀ ଓ ମୁମ୍ବାଇରେ ଯେଉଁଭଳି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି, ଏନେଇ ଚିନ୍ତା ବଢ଼ିଛି। ଦିଲ୍ଲୀରେ ଏବେ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିଛି। ତଥାପି ସଂକ୍ରମଣ ସଂଖ୍ୟାରେ ଏହାର କୌଣସି ପ୍ରଭାବ ପଡ଼ିନି।
ଏବେ ଚାଲିଛି ବିବାହର ଋତୁ । ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩ ,୫୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୫୮୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬, ୭୫୦ ଟଙ୍କା ଓ ୫୧, ୦୦୦ ଟଙ୍କା ରହିଛି। ଆଜି ରୁପା ମୂଲ୍ୟ ବଢ଼ିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୦,୭୦୦ ଟଙ୍କା ରହିଛି ।
ଚାକିରି ଚାଲିଗଲା ପଛେ ନିଶ କାଟିଲେନି ପୋଲିସ୍ ବାବୁ । ନିଶ ପାଇଁ ନଲମ୍ବିତ ହେଲେ ।
ପ୍ରଜାକୋର୍ଟ ବସାଇ ୨ ଜଣ ଗ୍ରାମବାସୀଙ୍କୁ ମାଓବାଦୀମାନେ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଛତିଶଗଡ଼ ବିଜାପୁରରେ ମାଓବାଦୀମାନେ ଏହି ନୃଶଂସ କାଣ୍ଡ ଘଟାଇଛନ୍ତି।
ଓମିକ୍ରନ୍ ଭାରିଆଣ୍ଟ ଏବେ ବିଶ୍ୱରେ କାୟ ବିସ୍ତାର କରୁଥିବା ବେଳେ ଏବେ ସାଇପ୍ରସ୍(Cyprus)ରେ କରୋନାର ଆଉ ଏକ ନୂଆ ଭାରିଆଣ୍ଟ(New Variant) ସାମ୍ନାକୁ ଆସିଛି। ଏହାର ନାଁ ‘ଡେଲ୍ଟାକ୍ରନ୍’(Deltacron) ରଖାଯାଇଛି।
ଭାରତ ଭିତରକୁ ପ୍ରବେଶ ସମୟରେ ପାକିସ୍ତାନୀ ବୋଟ୍କୁ ଧରିଲେ ଭାରତୀୟ ତଟରକ୍ଷୀ ।
ଧରାପଡିଲା ସୁଲ୍ଲି ଡିଲ୍ ଆପ୍ର ମାଷ୍ଟର ମାଇଣ୍ଡ। ଦିଲ୍ଲୀ ପୁଲିସର ସାଇବର କ୍ରାଇମ୍ ୟୁନିଟ୍ ମୁସ୍ଲିମ୍ ମହିଳାଙ୍କ ଫଟୋ ଅପ୍ଲୋଡ୍ କରି ନିଲାମ କରୁଥିବା ଏହି ଆପ୍ର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରିଛି।
ପ୍ରମୁଖ ୱେବ୍ ସର୍ଚ୍ଚ ଇଞ୍ଜିନ୍ ‘ଗୁଗଲ୍’ କୁ ବଡ଼ ଝଟ୍କା। ମଜଭୁତ ସ୍ଥିତିର ଅପବ୍ୟବହାର କରୁଥିବା ନେଇ ଗୁଗଲ୍ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ଡିଜିଟାଲ ନ୍ୟୁଜ୍ ପବ୍ଲିସର୍ସ ଆସୋସିଏସନ୍ ଏହି ଅଭିଯୋଗ ଆଣିଛି।
ଲୋନ୍ କିସ୍ତି ଟଙ୍କା ଦେଇ ନପାରିବାରୁ ମହିଳାଙ୍କୁ ପ୍ରଥମେ ଅପହରଣ ପରେ ଦୁଷ୍କର୍ମ। ଚା’ରେ ନିଶାଦ୍ରବ୍ୟ ମିଶାଇ ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୫୯ ହଜାର ୬୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୈନିକ ପଜିଟିଭିଟି ହାର ୧୦.୨୧%କୁ ବୃଦ୍ଧି ପାଇଛି।
ତୃତୀୟ ଲହରରେ ଦେଶରେ କେମିତି ସୁନାମି ଭଳି ମାଡ଼ି ଚାଲିଛି, କୋଭିଡ୍ ଦୈନିକ ସଂକ୍ରମଣ ସ୍ପଷ୍ଟ କରିଛି।
ଆପଣଙ୍କ ଆଧାର କାର୍ଡ଼ କେତେ ସୁରକ୍ଷିତ?ଘରେ ବସି ଜାଣନ୍ତୁ ଟିକିନିଖି ତଥ୍ୟ...
ନିଆଁ ଲାଗିବା ଭଗବାନଙ୍କ କାମ ବୋଲି ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଥିଲେ । ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଏହାକୁ କଦାପି ଭଗବାନଙ୍କ କାମ ବୋଲି କୁହାଯାଇପାରିବ ନାହିଁ । ଜଷ୍ଟିସ ଏ ଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।
୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ECI କହିଲେ- ୫ ରାଜ୍ୟର ୬୯୦ଟି ଆସନ ପାଇଁ ହେବ ନିର୍ବାଚନ, ୫ ରାଜ୍ୟର ୧୮ କୋଟି ୩୪ ଲକ୍ଷ ମତଦାତା ମତଦାନ କରିବେ, ସୁରକ୍ଷିତ ନିର୍ବାଚନ କରାଇବା ଆମର ମୁଖ୍ୟ ଲକ୍ଷ୍ୟ
ମାଇଲେଜ୍କୁ ନେଇ ଆପଣ ଚିନ୍ତିତ ଅଛନ୍ତି କି? ଏହି ଉପାୟ ଅବଲମ୍ବନ କଲେ ବଢିଯିବ ଗାଡ଼ି ମାଇଲେଜ୍
ବିଧାୟକଙ୍କୁ ସଭାରେ ସମସ୍ତଙ୍କ ଉପସ୍ଥିତିରେ ଚାପୁଡ଼ା ମାରିଲେ କୃଷକ । ହେଲେ କାହିଁକି ?
ନିର୍ବାଚନୀ ରୋଡ ସୋ ବାତିଲ , କରୋନାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ । ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଏଥର ଲାଗିଛି କଡ଼ା କଟକଣା । ନିର୍ବାଚନୀ ରୋଡ ସୋକୁ ବାତିଲ କରିଛନ୍ତି ନିର୍ବାଚନ କମିଶନର । କରୋନାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନିଆଯାଇଛି । ପଦଯାତ୍ରା, ରୋଡ ସୋ, ସାଇକେଲ/ବାଇକ୍ ରାଲି ଉପରେ କଟକଣା ଜାରି କରିଛନ୍ତି ନିର୍ବାଚନ କମିଶନର ।
ବୀରେଶ କୁମାର ଭାୱରାଙ୍କୁ ପଞ୍ଜାବର ନୂଆ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। UPSC ତରଫରୁ ସୁପାରିସ କରାଯାଇଥିବା ୩ ବରିଷ୍ଠ IPSଙ୍କ ମଧ୍ୟରୁ ଭାୱରାଙ୍କୁ ନିଯୁକ୍ତି ଦେଇଛନ୍ତି ପଞ୍ଜାବ ସରକାର। ୧୯୮୭ ବ୍ୟାଚର ଅଫିସର ହେଉଛନ୍ତି ଭାୱରା ।
ପଦଯାତ୍ରା, ରୋଡ ସୋ, ସାଇକେଲ/ବାଇକ୍ ରାଲି ଉପରେ କଟକଣା ଜାରି କରିଛନ୍ତି ନିର୍ବାଚନ କମିଶନର ।