Advertisment

ମୋଦିଙ୍କ ସୁରକ୍ଷାରେ ତ୍ରୁଟି: ବଦଳିଲେ ପଞ୍ଜାବ ଡିଜିପି

ବିବାଦ ପରେ ବଦଳିଲେ ପଞ୍ଜାବ ଡିଜିପି

author-image
Sarbeswar
ଅଦ୍ୟତନ ହୋଇଛି
Punjab DGP

Punjab DGP

ବଦଳିଲେ ପଞ୍ଜାବ ଡିଜିପି । ବୀରେଶ କୁମାର ଭାୱରାଙ୍କୁ ପଞ୍ଜାବର ନୂଆ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। UPSC ତରଫରୁ ସୁପାରିସ କରାଯାଇଥିବା ୩ ବରିଷ୍ଠ IPSଙ୍କ ମଧ୍ୟରୁ ଭାୱରାଙ୍କୁ ନିଯୁକ୍ତି ଦେଇଛନ୍ତି ପଞ୍ଜାବ ସରକାର। ୧୯୮୭ ବ୍ୟାଚର ଅଫିସର ହେଉଛନ୍ତି ଭାୱରା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିକୁ ନେଇ କିଛି ଦିନ ହେଲା ହଇଚଇ ପରେ ନୂଆ ଡିଜିପିଙ୍କୁ ନିଯୁକ୍ତ ଦିଆଯାଇଥିବାରୁ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ଗତ ୫ତାରିଖରେ ଭାରତ-ପାକିସ୍ତାନ ସୀମା ହୁସେନିଓ୍ୱାଲାରେ ଥିବା ଜାତୀୟ ସହିଦ୍ ମେମୋରିଆଲକୁ ଯାଉଥିବା ବେଳେ ଏକ ଓଭରବ୍ରିଜ୍ ଉପରେ ତାଙ୍କ କାରକୁ ୧୫ରୁ ୨୦ ମିନିଟ ଅଟକିବାକୁ ପଡିଥିଲା। ଚାଷୀଙ୍କ ଆନ୍ଦୋଳନକୁ ନେଇ ରାସ୍ତା ଜାମ୍ ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ଆଗକୁ ବଢିପାରିନଥିଲା। ଫଳରେ ପ୍ରଧାନମନ୍ତ୍ରୀ ତାଙ୍କ ଫିରୋଜପୁର କାର୍ଯ୍ୟକ୍ରମକୁ ବାତିଲ କରି ନୂଆଦିଲ୍ଲୀ ଫେରି ଯାଇଥିଲେ। ଏହି ଘଟଣାରେ ରାଜନୈତିକ ବୟାନବାଜି ଜାରି ରହିଥିଲା।

Advertisment

ସେପଟେ, ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗକୁ ନେଇ ଦେଶବ୍ୟାପୀ ରାଜନୈତିକ ଝଡ଼ ଦେଖିବାକୁ ମିଳିଥିଲା । ବିଜେପି ପଞ୍ଜାବ ସରକାର ଓ କଂଗ୍ରେସକୁ ଟାର୍ଗେଟ କରିଥିବା ବେଳେ ଏହା ଡ୍ରାମା ବୋଲି ପାଲଟା ଆକ୍ରମଣ କରିଛି କଂଗ୍ରେସ। ତେବେ ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଆସୁଥିବା ପୋଲିସ ସୂଚନା ଦେଇଥିଲା ଓ ଉଦ୍ଦେଶ୍ୟମୂଳକ ଭାବେ ସେମାନେ ତାଙ୍କ କାରକେଡ୍ ଅବରୋଧ କରିଥିବା ଭାରତୀୟ କୃଷକ ୟୁନିୟନ-କେ ପକ୍ଷରୁ ଦାବି କରାଯିବା ପରେ ବିବାଦ ବଢିଥିଲା । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ଭେଟି ଘଟଣା ସଂପର୍କରେ ଜଣାଇଥିବା ବେଳେ , ସୁପ୍ରିମକୋର୍ଟରେ ଏସଂପର୍କିତ ଏକ ମାମଲାର ଶୁଣାଣି ମଧ୍ୟ ହୋଇଛି ।

ସୂଚନା ଅନୁସାରେ , ପଂଜାବରେ ମୋଦିଙ୍କ ରାଲି ବାତିଲ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ସାଙ୍ଘାତିକ ତ୍ରୁଟିଥିବା ସାମ୍ନାକୁ ଆସିଥିଲା। ତେଣୁ ମୋଦିଙ୍କ ରାଲିକୁ ବାତିଲ କରାଯାଇଥିବା ନେଇ ଜଣାପଡ଼ିଥିଲା। ପଞ୍ଜାବ ସରକାରଙ୍କ ସାଂଘାତିକ ସୁରକ୍ଷା ତ୍ରୁଟି ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ରାଲି ବାତିଲ ହୋଇଥିବା କଥା ସାମ୍ନାକୁ ଆସିବା ପରେ ସାରା ଦେଶରେ ବେଶ୍‌ ଚର୍ଚ୍ଚା ଚାଲିଥିଲା। ୨୦ ମିନିଟ କାଳ ଏକ ଫ୍ଲାଇଓଭର ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ କେଡ୍ ଫସିଥିଲା । କିଛି ଆନ୍ଦୋଳନକାରୀ ରାସ୍ତା ଅବରୋଧ କରିଥିବାରୁ ମୋଦିଙ୍କ କାର ଫସିଥିଲା। ହୁସନିୱାଲାରେ ଥିବା ସହିଦ ସ୍ମାରକୀକୁ ଗଲା ବେଳେ ରାସ୍ତାରେ କାର୍ କେଡ୍ ଫସିଥିବା ନେଇ ଜଣାପଡ଼ିବା ପରେ ସାରା ଦେଶରେ ତୁମ୍ବି ତୋଫାନ ହୋଇଥିଲା।

Advertisment
Punjab
Advertisment
Advertisment