ଦେଶରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁକୁ ନେଇ ବିତର୍କ . .
ଦେଶର ବୃହତ୍ତମ ବୀମା କମ୍ପାନୀ ଏଲ୍ଆଇସିର ବହୁ ପ୍ରତୀକ୍ଷିତ ମେଗା ଆଇପିଓ ବା ପ୍ରାରମ୍ଭିକ ପବ୍ଲିକ ଅଫରିଂ ଆଜିଠୁ ଆରମ୍ଭ ହୋଇ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ ।
ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସାରା ବିଶ୍ୱରେ ଭାରତୀୟଙ୍କ ପ୍ରଶଂସା ହେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ନେପାଳ ରାଜଧାନୀ କାଠମାଣ୍ଡୁର ଏକ ନାଇଟ କ୍ଲବରେ ରାହୁଲ ଗାନ୍ଧିଙ୍କ ପାର୍ଟି ଭିଡିଓ ଭାଇରାଲ୍ ହେବା ପରେ, ପୁଣି ବିବାଦରେ କଂଗ୍ରେସର ଯୁବରାଜ । କଂଗ୍ରେସ ଡଙ୍ଗା ଉବୁଟୁବୁ ହେଉଥିବା ବେଳେ ରାହୁଲଙ୍କ ଏଭଳି ବିଦେଶୀ ମଉଜକୁ ନେଇ ଶାଣିତ ଭାଷାରେ କଟାକ୍ଷ କରିଛି ବିଜେପି ।
ଦେଶର ମୋଟ ୩୨ ଜିଲ୍ଲାରେ କେବଳ ହଲ୍ମାର୍କିଂ ସୁନା ବିକିବାକୁ ବାଧ୍ୟହେବେ ଗହଣା ବ୍ୟବସାୟୀ । ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଗହଣା ଦୋକାନରେ ଭିଡ I ଜୁନ୍ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କ I ଗ୍ରାହକଙ୍କୁ ଠକାମୀରୁ ସୁରକ୍ଷା ଦେବା ଲାଗି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି ।
ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଗହଣା ଦୋକାନରେ ଭିଡ I ଜୁନ୍ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କ I ପୁରୀ ସମେତ ଦେଶର ୩୨ ଜିଲ୍ଲାରେ ଲାଗୁ ହେବ ବ୍ୟବସ୍ଥା I ଗ୍ରାହକଙ୍କୁ ଠକାମୀରୁ ସୁରକ୍ଷା ଦେବା ଲାଗି କେନ୍ଦ୍ର ସରକାରଙ୍କ ପଦକ୍ଷେପ
ଦ୍ୱିତୀୟ ଇଣ୍ଡିଆ-ନର୍ଡିକ ରାଷ୍ଟ୍ର ସମ୍ମିଳନୀରେ ଯୋଗଦେବେ । ଏଥିରେ ଡେନମାର୍କ, ଆଇସଲାଣ୍ଡ, ଫିନଲାଣ୍ଡ, ସ୍ୱିଡେନ ଓ ନରେଓ୍ୱର ପ୍ରଧାନମନ୍ତ୍ରୀ ସାମିଲ ହେବେ ।
ରଙ୍ଗାରଙ୍ଗ୍ ଲାଇଟ୍... ହାଇ ଭଲ୍ୟୁମ୍ ମ୍ୟୁଜିକ୍... ପୂରାପୂରି ପାର୍ଟି ମୁଡ୍... କାଠମାଣ୍ଡୁର ଏକ ନାଇଟ କ୍ଲବରେ କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧି ତେବେ କଂଗ୍ରେସ ପାର୍ଟି
ସମସ୍ତେ ଦେଶ ପାଇଁ ଏଭଳି କାମ କରିବା ଉଚିତ, ଯେପରିକି ୨୦୪୭ ସୁଦ୍ଧା ଦେଶ ବିଶ୍ୱର ଶୀର୍ଷ ସ୍ଥାନରେ ପହଞ୍ଚି ପାରିବ
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ ।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବ୍ୟକ୍ତିଗତ କାମ ପାଇଁ ବର୍ତ୍ତମାନ ନେପାଳ ଗସ୍ତରେ ଅଛନ୍ତି । ତେବେ ତାଙ୍କର ନେପାଳ ଗସ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ କାଠମାଣ୍ଡୁର ଏକ ନାଇଟ୍ କ୍ଲବରେ ଥିବା ନଜର ଆସିଛନ୍ତି ।
ଇଦ୍ ପୂର୍ବରୁ ରାଜସ୍ଥାନ ଯୋଧପୁରରେ ସଂଘର୍ଷ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ପତାକା ଉଡ଼ାଇବାକୁ ନେଇ ଯୋଧପୁରରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ପଥରମାଡ଼ ହୋଇଛି।
ଋଷ୍-ୟୁକ୍ରେନ୍ ଯୁଦ୍ଧରେ କେହି ବିଜୟୀ ହେବେନି, ସମସ୍ତେ କ୍ଷତି ସହିବେ। ଜର୍ମାନୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଯୁଦ୍ଧ ପ୍ରସଙ୍ଗରେ ଆଜି ଏଭଳି ମତ ରଖିଛନ୍ତି। ସେ କହିଛନ୍ତି, ଋଷ୍-ୟୁକ୍ରେନ୍ ଯୁଦ୍ଧରେ ଭାରତ ଶାନ୍ତି ସପକ୍ଷରେ ରହିଛି।
ତିନି ଦିନିଆ ୟୁରୋପ ଗସ୍ତର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀ ରାଜଧାନୀ ବର୍ଲିନ୍ରେ ପାଦ ରଖିବା ପରେ, ତାଙ୍କୁ ଭାରତୀୟ ସମୁଦାୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି ।
ଉତ୍ସବ ମୁଖର ବର୍ଲିନ୍ର ପ୍ରସିଦ୍ଧ ବ୍ରାଣ୍ଡେନ୍ବର୍ଗ ଗେଟ୍ । ଭାରତୀୟ ବାଦ୍ୟ, ନାଚ ଗୀତ ସହ ମୋଦି ମୋଦି ନାରାରେ ପ୍ରକମ୍ପିତ ପରିବେଶ ।
ଗତ ଫେବୃଆରୀରେ ୧୪.୨୬ ଲକ୍ଷ ଆକାଉଣ୍ଟକୁ ହ୍ୱାଟ୍ସ ଆପ୍ ବ୍ୟାନ କରିଥିଲା।
ଦେଶରେ କରୋନା ଟିକାକରଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କାହାକୁ ବାଧ୍ୟ କରି ଟିକା ଦିଆଯିବା ଉଚିତ୍ ନୁହେଁ ।
ମଝି ଆକାଶରେ ଥରିଉଠିଥିଲା ବିମାନ । ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି ।
ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ତିନି ଦିନିଆ ବିଦେଶ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ
ବାହାଘର ସିଜିନ୍ ଚାଲିଥିବାରୁ ଏହାର ବେଶ୍ ଫାଇଦା ମଧ୍ୟ ନେଉଛନ୍ତି ବ୍ୟବସାୟୀ । ସମସ୍ତଙ୍କର ଭଲ ଦୁଇ ପଇସା ରୋଜଗାର ହେଉଛି ।
ଭାରତୀୟ ସ୍ଥଳସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ ଅନର । ସାଉଥ ବ୍ଲକରେ ଭାରତୀୟ ସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।
ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ହତ୍ୟା କରାଯାଇ କାନ୍ଥରେ ଟାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ପୋଲିସ୍ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ଦେଶରେ ସୁଲଭ, ତ୍ୱରିତ ନ୍ୟାୟ ଆବଶ୍ୟକ। ଅଦାଲତରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବା ଦରକାର। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ-ମୁଖ୍ୟ ବିଚାରପତି ସମ୍ମିଳନୀକୁ ଉଦଘାଟନ କରି ଏଭଳି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ରାଜନୈତିକ ଏବଂ କର୍ପୋରେଟ୍ ପ୍ରତିଦ୍ୱନ୍ଦୀଙ୍କୁ ଅକଳରେ ପକାଇବାକୁ ପିଆଇଏଲ୍କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ।
ନୂଆ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ନୂଆଦିଲ୍ଲୀ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ସ୍ଥଳସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ।