Advertisment

ସ୍ଥଳସେନା ମୁଖ୍ୟଙ୍କୁ ଗାର୍ଡ ଅଫ୍ ଅନର

ଭାରତୀୟ ସ୍ଥଳସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ ଅନର । ସାଉଥ ବ୍ଲକରେ ଭାରତୀୟ ସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।

author-image
Otv Khabar Bureau
Chief of the Army Staff General Manoj Pande receives Guard of Honour at South Block Lawns

Chief of the Army Staff General Manoj Pande receives Guard of Honour at South Block Lawns

ଭାରତୀୟ ସ୍ଥଳସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ ଅନର । ସାଉଥ ବ୍ଲକରେ ଭାରତୀୟ ସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।

Advertisment

ଏହି ଅବସରରେ ବାୟୁସେନା ମୁଖ୍ୟ ମାର୍ଶଲ ବି.ଆର ଚୌଧୁରୀ ଓ ଭାରତୀୟ ନୌସେନା ମୁଖ୍ୟ ଏଡମିରାଲ ହରି କୁମାର ଉପସ୍ଥିତ ଥିଲେ । ଭାରତୀୟ ସ୍ଥଳସେନାର ମୁଖ୍ୟ ଭାବେ ଦାୟିତ୍ୱ ନେବା ପରେ ଦେଶର ସୁରକ୍ଷା ତାଙ୍କ ପାଇଁ ଆଗ ବୋଲି ମତ ରଖିଛନ୍ତି ଜେନେରାଲ ମନୋଜ ପାଣ୍ଡେ ।

Advertisment

ଏନେଇ ନୂଆ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି, ‘ଏହା ମୋ ପାଇଁ ବହୁତ ଗର୍ବ ଓ ସମ୍ମାନର କଥା ଯେ ମୋତେ ଭାରତୀୟ ଜଳ ସ୍ଥଳସେନା ମୁଖ୍ୟ ଦାୟିତ୍ୱ ଦିଆଯାଉଛି । ଏହାକୁ ମୁଁ ବିନମ୍ରତାର ସହ ସ୍ୱୀକାର କରୁଛି । ଏହାସହ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି କି ଏହି ଦାୟିତ୍ୱ ସମ୍ପର୍ଣ୍ଣ କରିବା ପାଇଁ ମୋତେ ଶକ୍ତି, ସାମର୍ଥ ଓ ସଦ୍‌ବୁଦ୍ଧି ଦିଅନ୍ତୁ’।

ଏହାସହ ସେ କହିଛନ୍ତି, ଭାରତୀୟ ସ୍ଥଳ ସେନା ଦେଶର ସୁରକ୍ଷା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଅନେକ ବଳିଦାନ ଦେଇଛି । ଆଗକୁ ଆମ ଆାଗରେ ଅନେକ ଆହ୍ୱାନ ରହିଛି, ଆଉ ସେହି ଆହ୍ୱାନର ସାମନା କରିବା ପାଇଁ ଭାରତୀୟ ସ୍ଥଳ ସେନା ପୁରା ପ୍ରସ୍ତୁତ ଓ ଏହା ବ୍ୟତୀତ ଦେଶର ସୁରକ୍ଷା ପାଇଁ ତିନି ସେନା ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି କାମ କରିବେ ବୋଲି କହିଛନ୍ତି ନୂଆ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ।

Indian Army Army Chief Guard Of Honour Manoj Pande
Advertisment
Advertisment