• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ଯୁଆଡ଼େ ଦେଖିବ ଖାଲି ବିବାହ ଉତ୍ସବ । ସବୁ ମଣ୍ଡପ ବୁକ୍‌ । ଗାଁ ଗଣ୍ଡାରୁ ସହର ସବୁଠି ଭୋଜି ଭାତର ଆସର । କପଡ଼ା ଦୋକାନଠାରୁ ଆରମ୍ଭ କରି ଅଳଙ୍କାର ଦୋକାନ ପର୍ଯ୍ୟନ୍ତ ସବୁଠି ଗହଳି ଚହଳି । ବାହାଘର ସିଜିନ୍‌ ଚାଲିଥିବାରୁ ଏହାର ବେଶ୍‌ ଫାଇଦା ମଧ୍ୟ ନେଉଛନ୍ତି ବ୍ୟବସାୟୀ । ସମସ୍ତଙ୍କର ଭଲ ଦୁଇ ପଇସା ରୋଜଗାର ହେଉଛି ।

ତେବେ ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସୁଛି । ବାହାଘର ସିଜିନ୍‌ ଚାଲିଥିବାରୁ ଏବେ ଅନେକ ଏନ୍‌ଆର୍‌ଆଇ ଭାରତ ମୁହାଁ । ବିବାହ କରିବା ପାଇଁ ନିଜ ମାଟିକୁ ଧାଇଁ ଆସିଛନ୍ତି ବିଦେଶରେ ରହୁଥିବା ଭାରତୀୟ । କରୋନା ସଂକ୍ରମଣ ହ୍ରାସ ଏବଂ ଯାତାୟତକୁ ନେଇ କଟକଣା କୋହଳ ହେବା ପରେ ଏବେ ବାହାଘର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।

ବର କନ୍ୟାଙ୍କ ବ୍ୟତୀତ, ବିଦେଶୀ ମଧ୍ୟ ବିବାହ ଉତ୍ସବରେ ସାମିଲ ହେଉଛନ୍ତି । SOTC ଟ୍ରାଭେଲ୍ସର ଭାରତ ମୁଖ୍ୟ ଡାନିଏଲ ଡିସୁଜାଙ୍କ କହିବାନୁଯାୟୀ, ଖରା ଛୁଟି ଏବଂ ବାହାଘର ସିଜିନ୍‌ ପାଇଁ ହୋଟେଲ୍‌ ଗୁଡ଼ିକର ଦର ୪୦ ପ୍ରତିଶତ ବୃଦ୍ଧି ପାଇଛି । କୋଭିଡ୍‌ ପୂର୍ବରୁ ହୋଟେଲ ରୂମ୍‌ ରେଟ୍‌ ଯାହା ଥିଲା ଏବେ ତାଠାରୁ ୪୦ ପ୍ରତିଶତ ଅଧିକ ରହିଛି ।

ବଲିଉଡ୍‌ ତାରକାଙ୍କ ୱେଡିଂ ପ୍ଲାନ୍‌ କରୁଥିବା 'ୱେଡିଂଲାଇନ୍' କମ୍ପାନୀର ସହ-ପ୍ରତିଷ୍ଠାତା ଚେତନ ବୋହରା କହିଛନ୍ତି ଯେ, ଦୁଇ ବର୍ଷ ପରେ ବିନା କୌଣସି ପ୍ରତିବନ୍ଧକରେ ଏବେ ବିବାହ ଉତ୍ସବ ହେଉଛି । ନିକଟରେ ଆମେ ଦିଲ୍ଲୀରେ ଜଣେ NRIଙ୍କ ୱଡିଂ ପ୍ଲାନ୍‌ କରିଥିଲୁ । ଏହି ସିଜିନ୍‌ରେ ଏମିତି ତିନୋଟି ଏନ୍‌ଆର୍‌ଆଇଙ୍କ ୱେଡିଂ ପ୍ଲାନ୍‌ କରାଯାଇଛି । ସମସ୍ତ ତିନିଜଣ ଆମେରିକାରୁ ଆସିଥିଲେ ।

ଥୋମାସ୍ କୁକ୍ (ଭାରତ)ର ଅଧ୍ୟକ୍ଷ ରଜୀବ କାଲେ କହିଛନ୍ତି, ‘ହିଲ୍‌ ଷ୍ଟେସନରେ ହୋଟେଲଗୁଡିକର ଦାମ୍‌ ୩୦ରୁ ୪୦% ବୃଦ୍ଧି ପାଇଛି । ସେହିଭଳି ସମୂଦ୍ର କୂଳରେ ଥିବା ହୋଟେଲଗୁଡିକର ଦର ୩୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଅନ୍ୟପଟେ ତୀର୍ଥ ସ୍ଥାନଗୁଡ଼ିକରେ ମଧ୍ୟ ହୋଟେଲ୍‌ ଦର ବୃଦ୍ଧି ପାଇଛି । ଚାରି ଧାମ ତଥା ବୈଷ୍ଣୋ ଦେବୀ ପରି ଧାର୍ମିକ ସ୍ଥାନରେ ରୁମ୍ ବୁକିଂ ୧୦ରୁ ୧୫ ପ୍ରତିଶତ ଦର ବୃଦ୍ଧି ଘଟିଛି । ବିବାହ ଏବଂ ହନିମୁନ୍ ପ୍ଲାନ୍‌ ଯୋଗୁଁ ଗୋଆ, ହିମାଚଳ, ଜୟପୁର ଏବଂ ଉଦୟପୁରରେ ରୁମ୍ ଦର ୨୦ ରୁ ୨୫% ବୃଦ୍ଧି ପାଇଛି ।

ଡେନିଆନ୍ କୁହନ୍ତି, ହିଲ୍‌ ଷ୍ଟେସନଗୁଡିକର ଅଧିକାଂଶ ହୋଟେଲ ଦମ୍ପତି ଏବଂ ହନିମୁନ୍ ପାଇଁ ବୁକ୍ ହୋଇସାରିଛି । ମେ-ଜୁନ୍ ମାସରେ ମଧ୍ୟ ପ୍ରବଳ ବିବାହ କାର୍ଯ୍ୟକ୍ରମ ରହିଛି । ଫେବୃଆରୀ-ମାର୍ଚ୍ଚ ତୁଳନାରେ ଏପ୍ରିଲ-ମେ’ରେ ହୋଟେଲ ବୁକିଂ ଏବଂ ଚେକ୍‌ ଇନ୍‌ ୧୭୦ ପ୍ରତିଶତ ବୃଦ୍ଧି ପାଇଛି ।