• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବର୍ତ୍ତମାନ ଯୁଗରେ ସୋସିଆଲ୍ ମିଡିଆରେ ଆକ୍ଟିଭ୍‌ ରହିବାକୁ ସଭିଙ୍କ ଇଚ୍ଛା । ଏଥିଲାଗି ନିଜ ନିଜର ଜୀବନଶୈଳୀର ଫଟୋ ଏବଂ ଭିଡିଓକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥାନ୍ତି ସଭିଏଁ । ଏପରିକି ଏବେ କୁନି ପିଲାଙ୍କ ଆକାଉଣ୍ଟ ବି ସୋସିଆଲ୍ ମିଡିଆରେ ବେସ୍ ସକ୍ରିୟ । ତେବେ ପିଲାଙ୍କ ଆକାଉଣ୍ଟ ଖୋଲି ସେ ସବୁକୁ ଚଳାଉଛନ୍ତି ସେମାନଙ୍କ ବାପାମାଆ ।

ଆଉ ଏଥିଲାଗି ଦିନ ରାତି ପିଲାଙ୍କ ପଛରେ କ୍ୟାମେରା ଧରି ବୁଲୁଥାନ୍ତି । ତେବେ ସବୁବେଳେ କ୍ୟାମେରା ଘେରରେ ରହିବାକୁ ନେଇ ଜଣେ କୁନି ପିଲା ଅସନ୍ତୋଷ ପ୍ରକାଶ କରିଛି, ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଭିଡିଓରେ ସେ କହୁଛି, ସବୁ ଜାଗାରେ ଖାଲି ଭିଡିଓ ଭିଡିଓ ଭିଡିଓ। କିଛି କରିବାକୁ ଦେଉ ନାହାନ୍ତି । ଖାଇବା ପିଇବା ଠାରୁ ଆରମ୍ଭ କରି ଶୌଚ ହେବା ପର୍ଯ୍ୟନ୍ତ.. ପିଲାର ସବୁ ଆକ୍ଟିଭିଟିକୁ ଭିଡିଓ କରି ଇନଷ୍ଟାରେ ଅପଲୋଡ କରୁଛନ୍ତି ବାପା ମାଆ । ଯାହାକୁ ନେଇ ପିଲାଟି ବିରକ୍ତି ପ୍ରକାଶ କରିଛି । ତେବେ ଏହି ଇନଷ୍ଟାଗ୍ରାମ୍ ରିଲ୍ ଭିଡିଓଟି ଏବେ ଭାଇରାଲ୍ ହେବାରେ ଲାଗିଛି ।

ଏଭଳି ସ୍ଥିତି କେବଳ ତା ସହ ଘଟୁନି, ଆଜିକାଲି ଏମିତି ପରିସ୍ଥିତି ତା ବୟସର ସମସ୍ତ ପିଲା ସାମ୍ନା କରୁଛନ୍ତି । ସୋସିଆଲ୍ ମିଡିଆ ଯୁଗରେ ପିଲା ଜନ୍ମ ହେଉ ହେଉ ସୋସିଆଲ୍ ମିଡିଆରେ ଖୋଲାଯାଉଛି ସେମାନଙ୍କ ଆକାଉଣ୍ଟ । ଆଉ ବାପା ମାଆ ସେହି ଆକାଉଣ୍ଟକୁ ଚଲାଉଛନ୍ତି । ଆକାଉଣ୍ଟ ଅପଡେଟ୍ ରଖିବା ପାଇଁ ପିଲାର ପ୍ରତି ମୁହୂର୍ତ୍ତର ଭିଡିଓ ସୋସିଆଲ୍ ମିଡିଆରେ ସେୟାର ମଧ୍ୟ କରୁଛନ୍ତି।

ଏହି ଭିଡିଓଟି ମଧ୍ୟ ପିଲାର ବାପା ସୁଟ୍ କରିଛନ୍ତି । ପିଲାଟି କାରରେ ବସିଥିବା ବେଳେ ଆଖୁରସ ପିଉଥିବା ଦେଖିବାକୁ ମିଳିଛି । ତେବେ ସୋସିଆଲ୍ ମିଡିଆରେ ଏହି ଭିଡିଓ ବେଶ୍ ଭାଇରାଲ୍ ହେଉଛି ।