/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651385612.jpg)
Nurse Found Hanging In UP Hospital
ଡ୍ୟୁଟିରେ ଯୋଗ ଦେବାର ପ୍ରଥମ ଦିନରେ ନର୍ସଙ୍କୁ ହତ୍ୟା। ହତ୍ୟା କରି ନର୍ସିଂହୋମ୍ କାନ୍ଥରେ ଟାଙ୍ଗି ଦେଲେ ନର୍ସଙ୍କ ମୃତଦେହ। ଉତ୍ତରପ୍ରଦେଶ ଉନ୍ନାଓରେ ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଯୁବତୀ ଜଣକ ଶୁକ୍ରବାର ଦିନ ନର୍ସିଂହୋମ୍ରେ ଡ୍ୟୁଟିରେ ଯୋଗ ଦେଇଥିଲେ। ତେବେ ଶନିବାର ସକାଳେ ତାଙ୍କ ମୃତଦେହ ମିଳିଥିଲା। ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ହତ୍ୟା କରାଯାଇ କାନ୍ଥରେ ଟାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ପୋଲିସ୍ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ଶନିବାର ସକାଳେ ନର୍ସିଂ ହୋମ୍ କାନ୍ଥରେ ଯୁବତୀଙ୍କ ମୃତଦେହ ଟଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି। ଘଟଣାରେ ୩ ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଛି।
ଉନ୍ନାଓ ଆଡିସନାଲ୍ ଏସ୍ପି ସୂଚନା ଦେଇଛନ୍ତି, ନ୍ୟୁ ଜୀବନ ହସ୍ପିଟାଲ୍ରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେଉଁ କାରଣ ଯୋଗୁ ଯୁବତୀଙ୍କୁ ହତ୍ୟା କରାଯାଇଛି ତାହା ଜାଣିବା ଲାଗି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଯୁବତୀଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି। ପ୍ରାଥମିକ ତଦନ୍ତ ଆଧାରରେ ୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ଯୁବତୀ ନର୍ସ ଭାବେ ନର୍ସିଂହୋମ୍ରେ ଚାକିରିରେ ଯୋଗ ଦେଇଥିଲେ। ଶୁକ୍ରବାର ତାଙ୍କ ଡ୍ୟୁଟିର ପ୍ରଥମ ଦିନ ଥିଲା। ହେଲେ ଚାକିରିରେ ଯୋଗ ଦେବାର ପରବର୍ତ୍ତୀ ଦିନରେ ତାଙ୍କ ମୃତଦେହ ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)