• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଗସ୍ତର ପ୍ରଥମ ପର୍ଯ୍ୟାୟରେ ଯିବେ ଜର୍ମାନ

  • ଡେନମାର୍କ ସମେତ ବ୍ୟସ୍ତବହୁଳ ଫ୍ରାନ୍ସ ଗସ୍ତ କାର୍ଯ୍ୟକ୍ରମରେ ବହୁ ଗୁରୁତ୍ୱପୂର୍ଣ୍ଣ ବୈଠକ

ତିନି ଦିନିଆ ୟୁରୋପ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ବିଳିମ୍ବିତ ରାତିରେ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ସେ ଉଡ଼ାଣ ଭରିଛନ୍ତି । ଏହି ତିନି ଦିନିଆ ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଜର୍ମାନୀ ତା ପରେ ଡେନମାର୍କରେ ପହଞ୍ଚିବେ । ସେହିପରି ବିଦେଶ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ସେ ଫ୍ରାନ୍ସରେ ପହଞ୍ଚିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ହେଉଛି ଚଳିତ ବର୍ଷର ପ୍ରଥମ ବିଦେଶ ଗସ୍ତ । ଏହି ଗସ୍ତବେଳେ ପ୍ରଧାନମନ୍ତ୍ରୀ ୮ ଜଣ ବିଦେଶୀ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାସହ କିଛି ଦ୍ୱିପାକ୍ଷିକ ଓ କେତେକ ବହୁପାକ୍ଷିକ ବୈଠକରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ୟୁରୋପୀୟ ମିତ୍ର ରାଷ୍ଟ୍ରମାନଙ୍କ ସହ ଶାନ୍ତି ଓ ସମୃଦ୍ଧି ସହଯୋଗିତା ସୁଦୃଢ଼ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ।

ୟୁରୋପୀୟ ଅଞ୍ଚଳ ଅନେକ ଆହ୍ୱାନର ସମ୍ମୁଖୀନ ହେଉଥିବା ବେଳେ ୟୁରୋପ ଗସ୍ତ ଆରମ୍ଭ ହେଉଛି ବୋଲି ଗସ୍ତ ପୂର୍ବରୁ କହିଛନ୍ତି ମୋଦି । ଡେନମାର୍କ ଗସ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଭାରତ-ନର୍ଡିକ୍ ଶିଖର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣରେ ଯୋଗ ଦେବେ । ଏହା ପରେ ସେ ପ୍ୟାରିସ୍ ଗସ୍ତ କରିବେ । ଏହି ଗସ୍ତ ବେଳେ ମୋଦି ଜର୍ମାନ୍ ଚାନ୍ସେଲର୍ ଓଲାଫ୍ ସ୍ଲୋଜ୍, ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକ୍ସେନ୍ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନଙ୍କୁ ଭେଟିବେ ।