SpiceJet Mumbai-Durgapur flight caught in storm, passengers injured
ଅନେକ ଥର ଅନେକ ସ୍ଥାନରେ ବିମାନ ଦୁର୍ଘଟଣା ଘଟିଥାଏ । ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ବି ହରାଇଥାନ୍ତି । ଠିକ୍ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ସହରରେ ଏପରି ଏକ ଭୟାନକ୍ ଘଟଣା ଘଟିଛି । ଉଡ଼ାଣ ଭରିବା ପରେ ପରେ କାଳବୈଶାଖୀର ପ୍ରଭାବରେ ମଝି ଆକାଶରେ ଏକ ବିମାନ ଥରି ଉଠିଥିଲା । ପଳରେ ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଅଘଟଣ ପରେ ଲୋକେ ଭୟଭୀତ ହୋଇପଡ଼ିଥିଲେ ।
🔲 #WATCH | A #SpiceJet flight from #Mumbai to #Durgapur encountered severe turbulence during descent & 13 people were severely injured.
(Video source: @SharmaYuv1) pic.twitter.com/OvIR4C8XEd
— NewsMobile (@NewsMobileIndia) May 2, 2022
ଗତକାଲି ରାତିରେ ସ୍ପାଇସଜେଟର ବୋଇଂ ବି ୭୩୭ ବିମାନ ମୁମ୍ବାଇରୁ ଦୁର୍ଗାପୁର ଆସୁଥିବା ବେଳେ ହଠାତ୍ ଭୟଙ୍କର ଭାବେ ଥରି ଉଠିଥିଲା । ମଝି ଆକାଶରେ ଥିବା ସମୟରେ ବିମାନଟି କାଳବୈଶାଖୀ ପ୍ରଭାବରେ ଜୋରରେ ଥରିବାକୁ ଲାଗିଥିଲା । ଯାହା କାରଣରୁ ବିମାନରେ ଥିବା ଯାତ୍ରୀମାନଙ୍କ ଉପରେ ସେମାନଙ୍କ ଜିନିଷପତ୍ର ଖସି ପଡିଥିଲା । ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
13 flyers 'severely injured' in SpiceJet Mumbai-Durgapur flight turbulence; DGCA to probe incident
Read @ANI Story | https://t.co/5Y0gh8E3mc#SpiceJet#TURBULENCEpic.twitter.com/CyFNlZ9Edw
— ANI Digital (@ani_digital) May 2, 2022
ଅନ୍ୟପକ୍ଷେ, ମଝି ଆକାଶରେ ବିମାନଟି କିଛି ସମୟ ଥରିବା ପରେ ଶେଷରେ ଦୁର୍ଗାପୁର ବିମାନବନ୍ଦରରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିବାବେଳେ ବିମାନରେ ମୋଟ ୧୮୮ଜଣ ଯାତ୍ରୀ ଥିବାର ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)