• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନାଇଟ୍ କ୍ଲବରେ ରାହୁଲ ଗାନ୍ଧି । କଂଗ୍ରେସର ବରିଷ୍ଠ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁଠି ସେ ଏକ ନାଇଟ୍ କ୍ଲବରେ ବସିଥିବା ଦେଖିବାକୁ ମିଳୁଛି । ରଙ୍ଗୀନ ଲାଇଟ୍ ତାସହ ହାଇ ଭଲ୍ୟୁମରେ ବାଜୁଛି ଗୀତ । ପାଖରେ କିଛି ବନ୍ଧୁ ବି ରହିଛନ୍ତି ।

ସବୁବେଳେ ଧଳା ରଙ୍ଗର କୁର୍ତା ପାଇଜାମା ପିନ୍ଧିଥିବା ରାହୁଲ ଟିସାର୍ଟ ଆଉ ଜିନ୍ସରେ ନଜର ଆସିଛନ୍ତି । ତେବେ ତାଙ୍କ ଆଖପାଖରେ ଥିବା ଲୋକେ ନାଚ ଗୀତରେ ମସଗୁଲ ଅଛନ୍ତି । ତେବେ ନାଇଟ କ୍ଲ‍ବର ଜୋରଦାର ଶବ୍ଦ ଭିତରେ ରାହୁଲ କିନ୍ତୁ ନିଜ ଫୋନ୍‌ରେ ବ୍ୟସ୍ତ ଅଛନ୍ତି ।

ରାହୁଲ ଗତ କିଛି ଦିନ ତଳେ ବିଦେଶ ଗସ୍ତ କରିଥିବା ଖବର ଚର୍ଚ୍ଚା ହେଉଥିଲା । ଆଉ ଏହାରି ଭିତରେ ଏହି ଭିଡିଓ ସାମ୍ନାକୁ ଆସୁଛି । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ନେପାଳର ରାଜଧାନୀ କାଠମାଣ୍ଡୁର କୌଣସି ଏକ ନାଇଟ୍ କ୍ଲବର ଏହି ଭିଡିଓ । ସେପଟେ ଏହି ଭିଡିଓକୁ ନେଇ ରାଜନୀତି ତେଜିଛି ।

ରାହୁଲ ନାଇଟ୍ କ୍ଲବରେ ବୁଲିବାକୁ ନେଇ ବିଜେପି କଡ଼ା ଭାଷାରେ ସମାଲୋଚନା କରିଛି । କଂଗ୍ରେସ ଦଳର ଶୋଚନୀୟ ପ୍ରଦର୍ଶନ ଓ ସଭାପତି ଚୟନକୁ ନେଇ ଛକାପଞ୍ଝା ଲାଗିଥିବା ବେଳେ ରାହୁଲ ବିଦେଶରେ ଏପରି ମଉଜ ବୋଲି କହି କଟ୍ଟାକ୍ଷ କରିଛି ବିଜେପି । ସେପଟେ ଘଟଣାର ଜବାବ ରଖିଛି କଂଗ୍ରେସ ।