• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି କର୍ଣ୍ଣାଟକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସକାଳେ ବେଙ୍ଗଲୁରୁରେ ପହଞ୍ଚିବା ପରେ ସେ ନୃପତୁଙ୍ଗା ବିଶ୍ୱବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହ ବେଲାରୀର ଫୋରେନସିକ ସାଇନ୍ସ ଲାବୋରାଟୋରୀର ଲୋକାର୍ପଣ କରିଛନ୍ତି । ଏହାସହ କର୍ଣ୍ଣାଟକ ପୋଲିସର ଇ-ବିଟ୍ ଆପ୍ ପ୍ରଚଳନ କରିଛନ୍ତି ଶାହ । ବେଙ୍ଗଲୁରୁରେ ଆୟୋଜିତ ସମାବେଶକୁ ସମ୍ବୋଧନ କରି କର୍ଣ୍ଣାଟକର ଯୁବାବର୍ଗଙ୍କୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି ଶାହ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶରେ ଉଚ୍ଚଶିକ୍ଷା ଭିତ୍ତିଭୂମିର ବିକାଶ ହେବା ସହ ବିଭିନ୍ନ କ୍ଷେତ୍ରରେ ବିକାଶ ହୋଇଛି ବୋଲି ଶାହ କହିଛନ୍ତି । ଜନସଭାକୁ ସମ୍ବୋଧନ ଅବସରରେ ଶାହ କହିଛନ୍ତି ଯେ, ଦ୍ୱାଦଶ ଶତାବ୍ଦୀର ଦାର୍ଶନିକ ବାସବନାଙ୍କ ଅବଦାନ । ଏହି ସଭାରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଉପସ୍ଥିତ ଥିଲେ ।

ସେହିଭଳି ଶାହ କହିଛନ୍ତି, ଦେଶ ସ୍ୱାଧିନତାର ୭୫ ବର୍ଷ ପାଳନ କରୁଛି । ଏହି ଅବସରରେ ଦେଶ ପାଇଁ ନିସ୍ୱାର୍ଥପର ସେବା କରିଥିବା ବ୍ୟକ୍ତିବିଶେଷଙ୍କୁ ସରକାର ସମ୍ମାନିତ କରୁଛନ୍ତି । ସମସ୍ତେ ଦେଶ ପାଇଁ ଏଭଳି କାମ କରିବା ଉଚିତ, ଯେପରିକି ୨୦୪୭ ସୁଦ୍ଧା ଦେଶ ବିଶ୍ୱର ଶୀର୍ଷ ସ୍ଥାନରେ ପହଞ୍ଚି ପାରିବ । ଆମେ ଭାରତକୁ ବିଶ୍ୱଗୁରୁ କରିବାକୁ ଚାହୁଁ । ପ୍ରଧାନମନ୍ତ୍ରୀ ମୋଦି ଆଣିଥିବା ନୂଆ ଶିକ୍ଷାନୀତି ଯୁବକଙ୍କ ପାଇଁ ଅନେକ ସୁଯୋଗ ଆଣିଦେବ ।

ତେବେ ଏହି ଅବସରରେ ଶାହ ପୂର୍ବତନ ୟୁପିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ୨୦୧୪ ପୂର୍ବରୁ ଦେଶରେ ଅନେକଗୁଡ଼ିଏ ଆତଙ୍କବାଦୀ ଆକ୍ରମଣ ହେଉଥିଲା । ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ କାଳରେ ପାକିସ୍ତାନୀ ପ୍ରରୋଚିତ ଆତଙ୍କବାଦୀଙ୍କୁ ଭାରତ କଡ଼ା ଜବାବ ଦେଇଛି । ପୁଲଓ୍ୱାମା ଓ ଉରି ଏହାର ଜ୍ୱଳନ୍ତ ଉଦ୍ଦାହରଣ । ଦେଶରେ ଏବେ ସୀମା ସୁରକ୍ଷିତ ରହିଥିବା ସେ କହିଛନ୍ତି । ତେବେ ସେଠାରେ ଆଗାମୀ ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି । ଆଗାମୀ ନିର୍ବାଚନରେ ଦଳ ୧୫୦ରୁ ଅଧିକ ଆସନରରେ ଜିତିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି ।