• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Jogi Adityanath
ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ, ନିଜ ନାଁରେ କଲେ ୨ ନୂଆ ରେକର୍ଡ

ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଯୋଗୀଙ୍କ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅନେକ ବଲିଉଡ ଷ୍ଟାର ଓ ବିଜେପିର ହଜାର ହଜାର କର୍ମୀ ଉପସ୍ଥିତ ରହିଥିଲେ।

Before Yogi Adityanath Oath taking ceremony criminal encountered
ଯୋଗୀ ସରକାରର ଶପଥ ଗ୍ରହଣ ପୂର୍ବରୁ; ଅପରାଧି ଏନ୍‌କାଉଣ୍ଟର୍‌

ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପୂର୍ବରୁ ଲକ୍ଷ୍ନୌ ପୋଲିସ ଏନ୍‌କାଉଣ୍ଟରରେ ଏକ ଲକ୍ଷ ଟଙ୍କାରେ ମୁଣ୍ଡ ଜାମିନ୍ ଥିବା ଅପରାଧି ରାହୁଲ ସିଂଙ୍କୁ ହତ୍ୟା କରିଛି। ଆଲିଗଞ୍ଜ ଜୁଏଲର୍ସ ଡକାୟତି ମାମଲାରେ ରାହୁଲ ସିଂ ୱାଣ୍ଟେଡ୍ ଥିଲା।

birbhum violence
ବୀରଭୂମ ହିଂସା ଘଟଣାର ତଦନ୍ତ କରିବ ସିବିଆଇ

ସମ୍ବିତ ପାତ୍ର ଅଭିଯୋଗ ମମତାଙ୍କ ଶାସନକାଳରେ ପଶ୍ଚିମବଙ୍ଗରେ ଗଣତନ୍ତ୍ର ବିପଦରେ ରହିଛି।

PM Modi to interact with students in 'Pariksha Pe Charcha' on April 1
ପରୀକ୍ଷାର୍ଥୀଙ୍କୁ ମିଳିବ ଗୁରୁମନ୍ତ୍ର; ଏପ୍ରିଲ ୧ ରେ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’

ଏପ୍ରିଲ ପହିଲାରେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀମାନଙ୍କ ସହ ଏହି ଦିନ ପରୀକ୍ଷା ସମ୍ପର୍କରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Yogi-Modi Meet
ଆଜିଠାରୁ ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ସେକେଣ୍ଡ ଇନିଂସ

ୟୁପି ରାଜଧାନୀ ଲକ୍ଷ୍ନୌର ବିଭିନ୍ନ ସ୍ଥାନରେ ଯୋଗୀ ଓ ମୋଦିଙ୍କ ପୋଷ୍ଟର ସାଙ୍ଗକୁ ହୋର୍ଡିଂ ଛାଇଯାଇଛି।

Petrol, diesel prices hiked for 3rd time in 4 days; hike totals Rs 2.4 per litre. Check latest rates
ପୁଣି ବଢିଲା ତେଲଦର, ଜାଣନ୍ତୁ ଆପଣଙ୍କର ସହରରେ କେତେ ରେଟ୍‌...

ପୁଣି ବଢିଲା ତେଲଦର । ପେଟ୍ରୋଲ ଲିଟର ପିଛା ୮୬ ପଇସା ଏବଂ ଡିଜେଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି ।

West Bengal chief minister Mamata Banerjee
ପଶ୍ଚିମବଙ୍ଗରେ ବୀରଭୂମ ହିଂସା ମାମଲା: ତେଜୁଛି ରାଜନୀତି, ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ବିରୋଧୀଙ୍କ ଦାବି

ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରିବା ସହ, ସଂପର୍କୀୟଙ୍କ ପାଇଁ ସରକାରୀ ଚାକିରୀ ଘୋଷଣା କରିଛନ୍ତି । 

The newlyweds were burned
ବୀରଭୂମ ହିଂସା, ସାମ୍ନାକୁ ଆସିଲା ହୃଦୟ ବିଦାରଣ କାହାଣୀ,ଜଳିଗଲେ ନବଦମ୍ପତି

ପଶ୍ଚିମବଙ୍ଗର ବୀରଭୂମରେ ଜଣେ ଟିଏମସି ନେତାଙ୍କ ହତ୍ୟା ପରେ ହିଂସା ବଢିଯାଇଛି। ଏହି ଘଟଣାରେ ୮ ଜଣଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ୩ ମହିଳା ଏବଂ ୨ ଜଣ ପିଲା ରହିଛନ୍ତି। ଏପରିସ୍ଥଳେ ଏହି ଘଟଣାରେ ଜଡିତ ଏକ ହୃଦୟବିଦାରଣ କାହାଣୀ ସାମ୍ନାକୁ ଆସିଛି। ହତ୍ୟା କରା ଯାଇଥିବା ଲୋକଙ୍କ ମଧ୍ୟରେ ନବବିବାହିତ ଦମ୍ପତି ରହିଛନ୍ତି ।

gold rate today
କମିଲା ସୁନା ଦର, ଜାଣନ୍ତୁ କେତେ ରହିଛ ଦାମ୍

ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୦୦ ଟଙ୍କା ହ୍ରାସ ପାଇ ୪୭,୩୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ୧୦ ଗ୍ରାମ ପ୍ରତି ୪୩୦ ଟଙ୍କା କମି ୫୧,୬୭୦ ଟଙ୍କା ରହିଥିବା ଜଣାଯାଇଛି। କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୧,୩୦୦ ଟଙ୍କା କମି ୬୭,୬୦୦ ଟଙ୍କା ରହିଛି ।

Fire
ବୀରଭୂମରେ ୧୦ ଜଣ ଜିଅନ୍ତା ଜାଳିବା ଘଟଣାରେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଘଟଣା ଘଟିଥିବା ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ସେଣ୍ଟ୍ରାଲ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ଏକ ଟିମ୍‌କୁ ଅଗ୍ନିକାଣ୍ଡ ସ୍ଥଳରୁ ନମୁନା ସଂଗ୍ରହ କରିବାକୁ ପଠାଯିବ ବୋଲି ହାଇକୋର୍ଟ କହିଛନ୍ତି ।

Petrol Diesel Price Hike
ବୋଝ ଉପରେ ନଳିତା ବିଡ଼ା ସଦୃଶ ହେଲାଣି ପେଟ୍ରୋଲ, ଡିଜେଲ ଦର

ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକୁଥିବା ସାଧାରଣ ଖାଉଟିଙ୍କୁ କେବେ ମିଳିବ ଆଶ୍ୱସ୍ତି ? ବଜାର ବିଶେଷଜ୍ଞଙ୍କ ମତ, ରୁଷ-ୟୁକ୍ରେନ୍ ଯୁଦ୍ଧର ଅବସାନ ଘଟିଲେ ହିଁ ଖସିବ ଅଶୋଧିତ ତେଲ ଦର ।

Petrol Diesel Price Hike
ପେଟ୍ରୋଲ୍ ପୁଣି ବଢିଲା। ଘର ମ୍ୟାନେଜ୍ କେମିତି ହେବ

ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକୁଥିବା ସାଧାରଣ ଖାଉଟିଙ୍କୁ କେବେ ମିଳିବ ଆଶ୍ୱସ୍ତି ? ବଜାର ବିଶେଷଜ୍ଞଙ୍କ ମତ, ରୁଷ-ୟୁକ୍ରେନ୍ ଯୁଦ୍ଧର ଅବସାନ ଘଟିଲେ ହିଁ ଖସିବ ଅଶୋଧିତ ତେଲ ଦର ।

 puskar singh dhami takes oath
ଉତ୍ତରାଖଣ୍ଡରେ ଧାମିଙ୍କ ଦ୍ୱିତୀୟ ଇଂନିସ୍ ଆରମ୍ଭ

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଆଜି ପୁଷ୍କର ସିଂହ ଧାମି ଦ୍ୱିତୀୟ ଥର ଭାବେ ଶପଥ ଗ୍ରହଣ କରିଛନ୍ତି । ଡେରାଡୁନ୍ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ଭବ୍ୟ ସମାରୋହରେ ସେ ଶପଥପାଠ ଗ୍ରହଣ କରିଛନ୍ତି ।

gold rate today
ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍

ବଢ଼ିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୩୫୦ ଟଙ୍କା ବଢ଼ି ୪୭,୭୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୦୦ ଟଙ୍କା ବଢ଼ି ୫୨,୧୦୦ ଟଙ୍କା ରହିଥିବା ଜଣାଯାଇଛି। ସେହିପରି ଆଜି ରୁପା ମୂଲ୍ୟ ବି ବୃଦ୍ଧି ପାଇଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୦୦ ଟଙ୍କା ବଢ଼ି ୬୮,୯୦୦ ଟଙ୍କା ରହିଛି ।

11 Dead In Massive Fire
ସକାଳୁ ସକାଳୁ ଭୟଙ୍କର ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୧୧ ଶ୍ରମିକ

ଭୟଙ୍କର ଅଗ୍ନିକାଣ୍ଡରେ ଜୀଅନ୍ତା ଜଳିଗଲେ ୧୧ ଜଣ ଶ୍ରମିକ। ତେଲେଙ୍ଗାନା ସିକନ୍ଦରାବାଦରେ ଏକ କାଠ ଗୋଦାମରେ ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି।

Again Petrol And Diesel Prices Hiked
ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୭୫ରୁ ୮୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଲଗାତାର ଦ୍ୱିତୀୟ ଦିନରେ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୮୦ ପଇସା ବୃଦ୍ଧି ପାଇଛି।

YOGA GURU PADMASHREE
ବାରାଣସୀର ୧୨୫ ବର୍ଷୀୟ ଯୋଗଗୁରୁ ସ୍ବାମୀ ଶିବାନନ୍ଦ, ତାଙ୍କ ଆଚରଣ ଦେଖି ଅଭିଭୂତ ସାରା ବିଶ୍ୱ

ଏ ବିଶ୍ୱ ମୋ ଘର, ଏହାର ଲୋକମାନେ ମୋ ବାପା-ମାଆ। ପ୍ରେମ ଓ ସେବା ମୋ ଧର୍ମ । ଏ ଉକ୍ତି ବାରାଣସୀର ୧୨୫ ବର୍ଷୀୟ ଯୋଗଗୁରୁ ସ୍ବାମୀ ଶିବାନନ୍ଦଙ୍କର। ଯାହାଙ୍କ ଚିନ୍ତାଧାରା ଏତେ ଉଚ୍ଚକୋଟିର, ତାଙ୍କ ଆଚରଣ ଯେ କେମିତି ହୋଇଥିବ, ତାହା ଦେଖି ଅଭିଭୂତ ହୋଇଛି ସାରା ବିଶ୍ୱ

Swami Sibanand
୧୨୫ ବର୍ଷରେ ପୁରା ଫିଟ୍ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦ ! କ’ଣ ରହିଛି ରହସ୍ୟ ? କେମିତି ତାଙ୍କର ଜୀବନଶୈଳି?

ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ପଦ୍ମଶ୍ରୀ ସମ୍ମାନ ପାଇଁ ଡକାଗଲା ସ୍ୱାମୀ ଶିବାନନ୍ଦଙ୍କ ନାଁ । ଖାଲି ପାଦରେ ଧଳା କୁର୍ତ୍ତା-ଧୋତି ପରିହିତ ଏହି ଯୋଗ କିମ୍ବଦନ୍ତୀ ଆଗେଇ ଆସିଲେ ସର୍ବସମ୍ମୁଖକୁ ।

8 people burnt to death in birbhum west bengal
ରାଜନୈତିକ ହିଂସାକାଣ୍ଡ; ନିଆଁ ଲଗେଇ ୮ ଜଣଙ୍କୁ ଜୀବନ୍ତ ଦଗ୍ଧ

ବୀରଭୂମରେ ହୃଦୟ ବିଦାରକ ଘଟଣା। ବୀରଭୂମର ରାମପୁରହାଟ ଅଂଚଳରେ ଘରେ ନିଆଁ ଲାଗି ୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତୃଣମୂଳ କଂଗ୍ରେସ ନେତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଏହି ୮ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Lalu Yadav flown to Delhi for better treatment
ପୁଣି ବିଗିଡିଲା ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟାବସ୍ଥା; ହାର୍ଟ ଓ କିଡ୍‌ନୀରେ ସମସ୍ୟା

ପୁଣି ବିଗିଡିଲା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା। ଲାଲୁଙ୍କ ବିଗୁଡୁଥିବା ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରିବା ପାଇଁ ଜେଲ୍ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଥିବା ରାଞ୍ଚି ରିମ୍ସ ମେଡିକାଲ ପକ୍ଷରୁ କୁହାଯାଇଛି।

Pushkar Dhami is going to take oath
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଧାମି

ଆସନ୍ତାକାଲି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର ସିଂ ଧାମି। ଡେରାଡୁନ୍ ପରେଡ୍ ଗ୍ରାଉଣ୍ଡରେ ଅପରାହ୍ଣ ୩ଟା ୩୦ରେ ଶପଥଗ୍ରହଣ ସମାରୋହ ହେବ। ଏଥିରେ ରାଜ୍ୟପାଳ ଧାମିଙ୍କୁ ଶପଥ ପାଠ କରାଇବେ। ଧାମିଙ୍କ ସହ ତାଙ୍କ କ୍ୟାବିନେଟ୍‌ର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ।

LPG Price Hike
ରୋଷେଇ ଘରକୁ ମହଙ୍ଗା ମାଡ଼, ପେଟ୍ରୋଲ, ଡିଜେଲ ସାଙ୍ଗକୁ ବଢ଼ିଲା ଏଲପିଜି ସିଲିଣ୍ଡର ଦର

ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦର । ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବଢ଼ିଲା, ଦର ବୃଦ୍ଧି ପରେ ଦିଲ୍ଲୀରେ ଗ୍ୟାସ୍ ସିଲିଣ୍ଡର ଦାମ୍ ୯୪୯.୫୦ ଟଙ୍କା ପହଞ୍ଚିଛି ।

Abhisek banerjee
କୋଇଲା ସ୍କାମ ମାମଲାରେ ଇଡିର ସମନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତାଙ୍କ ପୁତୁରା

ଆବେଦନଟି ମାର୍ଚ୍ଚ ୧୧ରେ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇ ଯାଇଥିଲା । ଏହା ପରେ ଇଡି ପକ୍ଷରୁ ଅଭିଷେକ ଏବଂ ତାଙ୍କ ପତ୍ନୀଙ୍କୁ ଏକ ଫ୍ରେସ୍ ସମନ କରାଯାଇଥିଲା । ଉଭୟଙ୍କୁ ପୁଣି ଦିଲ୍ଲୀରେ ହାଜର ହେବା ପାଇଁ ନୋଟିସ ହୋଇଛି ।

antiquities
ଅଷ୍ଟ୍ରେଲିଆ ଫେରାଇଲା ୨୯ ପ୍ରାଚୀନ ମୂର୍ତ୍ତି

ଭାରତକୁ ୨୯ଟି ପ୍ରାଚୀନ ମୂର୍ତ୍ତି, ଚିତ୍ର ଓ ଫଟୋ ଆଦି ଫେରାଇଲା ଅଷ୍ଟ୍ରେଲିଆ । ଶହ ଶହ ବର୍ଷ ପୁରୁଣା ଏହିସବୁ କିର୍ତ୍ତୀରାଜି ବେଆଇନ ଭାବେ ଭାରତ ବାହାରକୁ ଯାଇଥିଲା ।

Pramod Sawant declared Goa chief minister
ଗୋଆର ମୁଖ୍ୟମନ୍ତ୍ରୀ ପଦରେ ବସିବେ ପ୍ରମୋଦ ସାୱନ୍ତ

ଗୋଆର ନୂଆ ମୁଖ୍ୟମନ୍ତ୍ରୀ ହେବେ ପ୍ରମୋଦ ସାୱନ୍ତ। ବିଜେପି ବିଧାନସଭା ପାର୍ଟି ବୈଠକରେ ସେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହେବା ସହିତ ମୁଖ୍ୟମନ୍ତ୍ରୀ ପାଇଁ ତାଙ୍କ ନାମରେ ମୋହର ବାଜିଛି।