Advertisment

ଭୁଲ୍‌ରେ WhatsAppରେ ଏସବୁ ଜିନିଷ ଶେୟାର କରନ୍ତୁ ନାହିଁ, ନଚେତ୍‌ ଜେଲ୍‌ ଯାଇପାରନ୍ତି !

ଆପଣ ଯଦି WhatsAppରେ କିଛି ଶେୟାର କରୁଛନ୍ତି, ତା’ହେଲେ ଅନେକ କିଛି ଜିନିଷ ଉପରେ ଧ୍ୟାନ ରଖିବା ଉଚିତ୍‌। ଏଥିପ୍ରତି ଧ୍ୟାନ ନଦେଲେ ହୁଏତ ଆପଣଙ୍କୁ ଜେଲ୍‌ ମଧ୍ୟ ହୋଇପାରେ।

author-image
Rajalaxmi Sahoo
Avoid These Things On Whatsapp

Avoid These Things On Whatsapp

ସୋସିଆଲ୍‌ ମିଡିଆ ଆପ୍‌ ମଧ୍ୟରୁ ହ୍ୱାଟ୍ସଆପ୍‌(WhatsApp) ଏକ ପପୁଲାର୍‌ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌। ଅଧିକାଂଶ ଲୋକ ଏହାର ବ୍ୟବହାର କରିଥାନ୍ତି। ଅନେକ ଲୋକ WhatsApp ପଲିସି ଉପରେ ଧ୍ୟାନ ଦେଇ ନଥାନ୍ତି। ଯାହାକି ପରେ ସେମାନଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଥାଏ। ଏପରିକି WhatsApp ପଲିସି ନମାନିଲେ ହୁଏତ ଆପଣଙ୍କୁ ଜେଲ୍‌ ମଧ୍ୟ ହୋଇପାରେ। 

Advertisment

ଆପଣ ଯଦି WhatsAppରେ କିଛି ଶେୟାର କରୁଛନ୍ତି, ତା’ହେଲେ ଅନେକ କିଛି ଜିନିଷ ଉପରେ ଧ୍ୟାନ ରଖିବା ଉଚିତ୍‌। ଯଦି କୌଣସି ହ୍ୱାଟ୍ସଆପ୍‌ ଗ୍ରୁପ୍‌ର ଆଡମିନ୍‌ ଅଛନ୍ତି ତା’ହେଲେ ଆପଣଙ୍କର ଦାୟିତ୍ୱ ଦ୍ୱିଗୁଣା ହୋଇଯାଇଥାଏ। କାରଣ ଗ୍ରୁପ୍‌ ମେମ୍ବର୍ସଙ୍କ ପୋଷ୍ଟ ଉପରେ ମଧ୍ୟ ଆପଣଙ୍କୁ ଧ୍ୟାନ ରଖିବାକୁ ପଡ଼ିବ। 

ହିଂସା ସୃଷ୍ଟିକାରୀ ପୋଷ୍ଟ ଭୁଲ୍‌ରେ କରନ୍ତୁନି ଶେୟାର...

  • WhatsAppରେ ଭୁଲ୍‌ରେ ଏମିତି ପୋଷ୍ଟ୍‌ ଶେୟାର କରନ୍ତୁନି ଯାହା ସାମାଜିକ ମତଭେଦ ସୃଷ୍ଟି କରିପାରେ। ଯଦି ଆପଣ ଏମିତି କିଛି ପୋଷ୍ଟ ଶେୟାର କରୁଛନ୍ତି ତା’ହେଲେ ଆପଣଙ୍କ ହ୍ୱାଟ୍ସଆପ୍‌ ଆକାଉଣ୍ଟ ବ୍ଲକ୍‌ ହୋଇଯିବ। 
  • ହ୍ୱାଟ୍ସଆପ୍‌ ପଲିସି ମାନୁ ନଥିବା ୟୁଜର୍ସଙ୍କ ଆକାଉଣ୍ଟକୁ କମ୍ପାନୀ ମାସେ ଯାଏ ବ୍ୟାନ୍‌ କରି ଦେଇଥାଏ। ଫଳରେ ଆକାଉଣ୍ଟ ରିକର୍ଭର ପାଇଁ ଆପଣଙ୍କୁ କାରଣ ଦର୍ଶାଇବାକୁ ପଡ଼ିଥାଏ।
  • ଭୁଲ୍‌ରେ ହ୍ୱାଟ୍ସଆପ୍‌ରେ ହିଂସା ସୃଷ୍ଟିକାରୀ, ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଉଥିବା ପୋଷ୍ଟ୍‌ ଶେୟାର କରନ୍ତୁ ନାହିଁ
  • ଏପରି ଅନେକ ଘଟଣା ଦେଖିବାକୁ ମିଳିଛି, ଦଙ୍ଗା ସୃଷ୍ଟି ପାଇଁ ହ୍ୱାଟ୍ସଆପ୍‌ ଗ୍ରୁପ୍‌ର ବ୍ୟବହାର କରାଯାଇଥାଏ। ଯଦି ଆପଣ ଏମିତି କିଛି ଗ୍ରୁପ୍‌ରେ ଅଛନ୍ତି, ତା’ହେଲେ ଗ୍ରୁପ୍‌ରୁ ବାହାରି ଯାଆନ୍ତୁ। ନଚେତ୍‌ ପରେ ଏହା ଆପଣଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିପାରେ।
  • ଦଙ୍ଗା ହେଲେ ପୋଲିସ୍‌ ପ୍ରଥମେ ଏଭଳି ଦଙ୍ଗା ସୃଷ୍ଟି କରୁଥିବା ଗ୍ରୁପ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ
  • ଚାଇଲ୍ଡ ପର୍ଣ୍ଣ ଶେଆର କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥାଏ। ଏନେଇ ଦେଶରେ କଠୋର ଆଇନ୍‌ କାନୁନ୍‌ ରହିଛି। 
  • WhatsAppରେ ଭୁଲ୍‌ରେ ଏଭଳି କଣ୍ଟେଣ୍ଟ ଶେଆର କରନ୍ତୁ ନାହିଁ, ଯେଉଁଥିରେ ଧର୍ମ, ଜାତିକୁ ଅପମାନ କରାଯାଇ ଥିବ। ଏଭଳି କଣ୍ଟେଣ୍ଟ୍‌ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। 
Advertisment
WhatsApp WhatsApp Policy
Advertisment
Advertisment