Advertisment

NEET ପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଛାତ୍ର, ମୃତ୍ୟୁ ପୂର୍ବରୁ ଛାଡ଼ିଥିଲେ ଭିଡିଓ ମେସେଜ୍‌ !

ଚେନ୍ନାଇରେ ଜଣେ ମେଡିକାଲ୍‌ ଆଶାୟୀ NEET ପରୀକ୍ଷାର କିଛି ସପ୍ତାହ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ବାପାମା’ ଓ ଭାଇ-ଭଉଣୀଙ୍କୁ କିଛି ମେସେଜ୍‌ ଦେଇଥିବା ଜଣାପଡ଼ିଛି। ଯାହା ଏବେ ସାମ୍ନାକୁ ଆସିଛି।

author-image
Rajalaxmi Sahoo
Chennai Teen Dies By Suicide Before NEET Exam

Chennai Teen Dies By Suicide Before NEET Exam

ନିଟ୍‌ ପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଛାତ୍ର। ଚେନ୍ନାଇରେ ଜଣେ ମେଡିକାଲ୍‌ ଆଶାୟୀ NEET(National Eligibility cum Entrance Test) ପରୀକ୍ଷାର କିଛି ସପ୍ତାହ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ହେଲେ ପି ଧନୁଷ(୧୮)। ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ବାପାମା’ ଓ ଭାଇ-ଭଉଣୀଙ୍କୁ କିଛି ମେସେଜ୍‌ ଦେଇଥିବା ଜଣାପଡ଼ିଛି। ଯାହା ଏବେ ସାମ୍ନାକୁ ଆସିଛି।

Advertisment

ଭିଡିଓ ମେସେଜ୍‌ରେ ଧନୁଷ କହିଛନ୍ତି, ‘ମୁଁ ପରୀକ୍ଷାରେ କୃତକାର୍ଯ୍ୟ କରିପାରିବିନି। ମୋ ମୃତ୍ୟୁ ପାଇଁ କେବଳ ମୁଁ ହିଁ ଦାୟୀ।’ ସାମ୍ନାକୁ ଆସିଥିବା ଏହି ଭିଡିଓଟି ଧନୁଷଙ୍କର ନା ତାହା ସ୍ପଷ୍ଟ ହୋଇନାହିଁ। କୌଣସି ସୁଇସାଇଡ୍‌ ନୋଟ୍‌ ମିଳି ନଥିବା ତଦନ୍ତ ଅଧିକାରୀ କହିଛନ୍ତି। ଗତବର୍ଷ ଧନୁଷ ପ୍ରାଇଭେଟ୍‌ ମେଡିକାଲ୍‌ କଲେଜରେ ଆଡମିଶନ ଳାଗି ଚୟନ ହୋଇଥିଲେ। ହେଲେ ପ୍ରାଇଭେଟ୍‌ କୋଚିଂ ଦେବା ପାଇଁ ତାଙ୍କ ପରିବାର ଲୋକଙ୍କ ପକ୍ଷେ ସମ୍ଭବପର ନଥିଲା। ଫଳରେ ସରକାରୀ ମେଡିକାଲ୍‌ କଲେଜରେ ଆଡମିଶନ ଲାଗି ସେ ପ୍ରସ୍ତୁତ ହେଉଥିଲେ। 

ସୂଚନାଥାଉ କି, ସରକାରୀ କଲେଜରେ ଆଡମିଶନ ଲାଗି NEETରେ ଆବଶ୍ୟକୀୟ ମାର୍କ ନରହିବା ଯୋଗୁ ବୋର୍ଡ ଟପ୍ପରଙ୍କ ସମେତ ୨୦ରୁ ଅଧି ଆଶାୟୀ ଆତ୍ମହତ୍ୟା ଭଳି ଚରମ ରାସ୍ତା ବାଛି ନେଇଥିଲେ। ତାମିଲନାଡୁରେ ଗତ କିଛିବର୍ଷ ହେବ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। 

Advertisment
NEET Exam Student Suicide
Advertisment
Advertisment