• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁନା ଦର ପୁଣି ବୃଦ୍ଧି ପାଇବ । ଟଙ୍କାର ମୂଲ୍ୟରେ କ୍ରମାଗତ ହ୍ରାସ ଏବଂ ବୈଦେଶିକ ମୁଦ୍ରା ଭଣ୍ଡାରରେ ହେଉଥିବା କ୍ଷତି ମଧ୍ୟ୍ୟରେ ସରକାର ଗତକାଲି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସୁନା ଚାହିଦା ରୋକିବା ପାଇଁ ସୁନା ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଛି । ଏଥିସହ ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ରପ୍ତାନୀ ଉପରେ ମଧ୍ୟ ଟିକସ (Export Duty) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଦେଶରେ ସୁନା ଦର ପୁଣି ବୃଦ୍ଧି ପାଇବ । ଅନ୍ୟପକ୍ଷରେ ଡିଜେଲ, ପେଟ୍ରୋଲ ମୂଲ୍ୟ ନିୟନ୍ତ୍ରଣ କରିବାରେ ଏହା ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।

ଟଙ୍କାର ମୂଲ୍ୟ ବଢ଼ାଇବା ପାଇଁ ପ୍ରୟାସ

ସୁନା ଆମଦାନୀ ଉପରେ Basic Import Duty କୁ ୧୨.୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି ସରକାର । ଏହାପୂର୍ବରୁ ସୁନା ଉପରେ Basic Import Duty ଥିଲା ୭.୫ ପ୍ରତିଶତ । ଏହି ସରକାରୀ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।

ସୁନା କିଣିବାରେ ଭାରତ ଦ୍ୱିତୀୟ ବୃହତ୍ତମ ଗ୍ରାହକ । ବିବାହ ଠାରୁ ବ୍ରତ ଘର, ସାନ ଠାରୁ ବଡ଼ ବଡ଼ କାର୍ଯ୍ୟକ୍ରମରେ ସୁନା ଉପହାର ସହ ସୁନା ପିନ୍ଧିବାକୁ ଭଲ ପାଆନ୍ତ ଭାରତୀୟ । ତେଣୁ ଘରୋଇ ଆବଶ୍ୟକତା ପୂରଣ ପାଇଁ ଭାରତକୁ ଅଧିକାଂଶ ସମୟରେ ସୁନା ଆମଦାନୀ କରିବାକୁ ପଡିବ । ଅଶୋଧିତ ତୈଳ ପରେ ସୁନା ହେଉଛି ଭାରତର Import Bill ସବୁଠାରୁ ବଡ ଉପାଦାନ । ତେବେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ସୁନାର ଚାହିଦା ହ୍ରାସ ପାଇଲେ, ଟଙ୍କାଙ୍କ ମୂଲ୍ୟ ବଢ଼ିବ ବୋଲି ଆଶା କରାଯାଉଛି ।

ଭାରତରେ ସୁନା ପାଇଁ ପାରମ୍ପରିକ ଚାହିଦା

World Gold Council ଅନୁଯାୟୀ, ଗତ ବର୍ଷ ଭାରତରେ ସୁନା ଚାହିଦା ଅଧିକ ଦେଖିବାକୁ ମିଳିଥିଲା । ମହାମାରୀ ସମୟରେ ଏହାର ଚାହିଦା ହ୍ରାସ ହୋଇଥିଲେ ମଧ୍ୟ ପରେ ଲୋକମାନେ ସୁନା କିଣିବା ଆରମ୍ଭ କରିଥିଲେ । ସେହିଭଳି ସୁନା କେବଳ ଭାରତରେ ପୁଞ୍ଜି ବିନିଯୋଗ ଏବଂ ସଞ୍ଚୟର ମାଧ୍ୟମ ଭାବରେ ବିବେଚନା କରାଯାଏ ନାହିଁ, ଏହାର ପାରମ୍ପରିକ ଗୁରୁତ୍ୱ ମଧ୍ୟ ରହିଛି । ଲୋକମାନେ ପର୍ବପର୍ବାଣୀ, ବିବାହ, ଉତ୍ସବ ଆଦିରେ ସୁନା କିଣନ୍ତି । ଏହା ବ୍ୟତୀତ ବିବାହ ଋତୁରେ ବିଶେଷ କରି ଭାରତର ଗ୍ରାମାଞ୍ଚଳରେ ସୁନା ଚାହିଦା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

କେଉଁ ଜିନିଷ ରପ୍ତାନୀ ଉପରେ ପ୍ରତିବନ୍ଧକ ?

ଏହା ସହିତ ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଘରୋଇ ରିଫାଇନାରୀ ଡିଜେଲ, ପେଟ୍ରୋଲ ଏବଂ ଏଟିଏଫ ରପ୍ତାନୀ କରି କିଛି ବ୍ୟବସାୟୀ ବିପୁଳ ଲାଭ କରୁଥିବା ବେଳେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପେଟ୍ରୋଲ ଏବଂ ଏଟିଏଫ ରପ୍ତାନୀ ଉପରେ ସରକାର ଲିଟର ପିଛା ୬ ଟଙ୍କା ବୃଦ୍ଧି କରାଯାଉଛି । ସେହିଭଳି ଡିଜେଲ ରପ୍ତାନୀ ଉପରେ ଶୁଳ୍କ ଲିଟର ପିଛା ୧୩ ଟଙ୍କା ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ସରକାର ଏକ ପୃଥକ ବିଜ୍ଞପ୍ତିରେ କହିଛନ୍ତି ଯେ ଘରୋଇ ଅଶୋଧିତ ତୈଳ ଉପରେ ଟନ୍ ପିଛା ୨୩,୨୩୦ ଟଙ୍କା ଅତିରିକ୍ତ ଟିକସ ଲାଗୁ ହେବ ।