• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅକାଳରେ ଝଡ଼ିଗଲା ୮ ଜୀବନ । ଆନ୍ଧ୍ରପ୍ରଦେଶ ସତ୍ୟସାଇ ଜିଲ୍ଲା ଚିରଲାକଣ୍ଡାୟା ଗାଁରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ଚଳନ୍ତା ଅଟୋ । ଫଳରେ ଚଳନ୍ତା ଅଟୋ ଭିତରେ ଥିବା ୮ ଜଣ ଜୀବନ୍ତ ଜଳି ଯାଇଛନ୍ତି । ସକାଳେ କିଛି ଲୋକ ଚାଷ କାମ କରିବା ଲାଗି ଗୋଟିଏ ଅଟୋରେ ଯାଉଥିଲେ । ତାଡ଼ିମାରି ପଞ୍ଚାୟତର ଚିରଲାକଣ୍ଡାୟା ପାଖରେ ଅଟୋ ଉପରେ ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ ତାର ଖସି ପଡ଼ିଥିଲା । ଚଳନ୍ତା ଅବସ୍ଥାରେ ହିଁ ଅଟୋଟି ହଠାତ ଜଳି ଯାଇଥିଲା ।

ଫଳରେ ଅଟୋରେ ଥିବା ଶ୍ରମିକମାନେ ହଠାତ୍‌ ବାହାରି ନ ପାରି ଜଳି ଯାଇଥିଲେ । ପ୍ରାଣ ହରାଇଥିବା ଶ୍ରମିକମାନେ ଗୁଣ୍ଡମପଲ୍ଲୀ ଗାଁର ଓ ସମସ୍ତେ ଚାଷ କାମ କରନ୍ତି ବୋଲି ଜଣାପଡ଼ିଛି । ଆଖି ସାମନାରେ ଘଟମା ଘଟିଥିଲେ ବି ବିଦ୍ୟୁତ ତାର ଲାଗିଥିବାରୁ କେହି ବଞ୍ଚାଇ ପାରିନଥିଲେ । ସୂଚନା ପାଇ ପୋଲିସ ଓ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।