Advertisment

ଆହୁରି ଶସ୍ତା ହେଲା LPG ଗ୍ୟାସ୍‌

ଗତ ମାସରେ ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ କମ୍‌ କରିଥିବା ବେଳେ ଚଳିତ ମାସ ଆରମ୍ଭରୁ ପୁଣି ଏହି ଦାମ୍‌ ହ୍ରାସ ପାଇଛି। ଆଜିଠୁ ନୂଆ ଦର ଲାଗୁ ହୋଇଛି।

author-image
Rajalaxmi Sahoo
Commercial LPG cylinder price reduced across India

Commercial LPG cylinder price reduced across India

ପୁଣି କମିଲା କମର୍ସିଆଲ୍‌ LPG ଗ୍ୟାସ୍‌ ସିଲିଣ୍ଡର ଦାମ୍‌। ଗତ ମାସରେ ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ କମ୍‌ କରିଥିବା ବେଳେ ଚଳିତ ମାସ ଆରମ୍ଭରୁ ପୁଣି ଏହି ଦାମ୍‌ ହ୍ରାସ ପାଇଛି। ଆଜିଠୁ ନୂଆ ଦର ଲାଗୁ ହୋଇଛି। ଦାମ୍‌ କମ୍‌ ପରେ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ଅନେକ ସହରରେ ଶସ୍ତା ହୋଇଛି। 

Advertisment

ଦିଲ୍ଲୀରେ ୧୯ କେଜି କମର୍ସିଆଲ୍ LPG ଦର ୧୯୮ ଟଙ୍କା କମିଛି। ବର୍ତ୍ତମାନ ଏହି ଦାମ୍‌ ୨,୦୨୧ ଟଙ୍କା ରହିଛି। ପୂର୍ବରୁ ଏହା ୨,୨୧୯ ଟଙ୍କା ଥିଲା। ସେହିପରି କୋଲକାତାରେ ୧୮୨ ଟଙ୍କା, ମୁମ୍ବାଇରେ ୧୯୦ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୧୮୭ ଟଙ୍କା କମିଛି। 

ସୂଚନାଥାଉ କି, ଜୁନ୍‌ ୧ରେ LPG ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୧୩୫ ଟଙ୍କା ହ୍ରାସ ପାଇଥିଲା। 

Advertisment
LPG Cylinder LPG Price LPG Cylinder Price LPG Cylinder Price Cheaper
Advertisment
Advertisment