Shinde lands in Mumbai, to meet Fadnavis, Guv and stake claim to form govt
ମୁମ୍ବାଇ ପହଞ୍ଚିଲେ ଏକନାଥ ସିନ୍ଦେ । ମହାରାଷ୍ଟ୍ରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ଆଉ କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟିବେ ଦେବେନ୍ଦ୍ର ଓ ଏକନାଥ ସିନ୍ଦେ । ଏନେଇ ଗୋଆରୁ ମୁମ୍ବାଇ ପହଞ୍ଚିଛନ୍ତି ସିନ୍ଦେ ଓ ତାଙ୍କ କିଛି ବିଧାୟକ । ସୂଚନା ମୁତାବକ ସିନ୍ଦେଙ୍କ ସହ ମାତ୍ର କିଛି ବିଧାୟକ ଆଜି ମୁମ୍ବାଇ ଆସିବେ । ୩୯ ବିଧାୟକଙ୍କ ସମର୍ଥନ ପତ୍ର ରାଜ୍ୟପାଳଙ୍କ ଦିଆଯିବ । ଏହାପରେ ଶପଥ ପାଠ ଦିନ ସମସ୍ତ ବିଧାୟକ ମୁମ୍ବାଇ ଫେରିବେ ବୋଲି ସୂଚନା ମିଳିଛି ।
ତେବେ ଆସନ୍ତା କାଲି ତଥା ୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ ଶପଥ ନେବା ସମ୍ଭାବନା ରହିଛି । ଉଦ୍ଧବଙ୍କ ଇସ୍ତଫା ପରେ ଏକନାଥ ସିନ୍ଦେଙ୍କ ସହ ଫୋନରେ କଥା ହୋଇଛନ୍ତି ଫଡନାଭିସ । ତେବେ ଏ ନେଇ ଆଜି ସେ ସବିଶେଷ ସୂଚନା ଦେବେ ବୋଲି କହିଛନ୍ତି । ସେହିପରି ବିଦ୍ରୋହୀ ଶିବସେନା ବିଧାୟକମାନେ ଗୋଆରୁ ଆଜି ମୁମ୍ବାଇ ଆସିବାର ଥିଲା । ତେବେ ଆଜି ମୁମ୍ବାଇ ନ ଆସିବାକୁ ସେମାନଙ୍କୁ ଅପିଲ୍ କରିଛନ୍ତି ମହାରାଷ୍ଟ୍ର ବିଜେପି ସଭାପତି ।
ସୂଚନା ଅନୁସାରେ, ମହାରାଷ୍ଟ୍ରରେ ୨୦୧୯ରେ ଶାସନ କ୍ଷମତାକୁ ଆସିଥିଲା ମହା ବିକାଶ ଅଘାଡି ସରକାର ଶିବସେନା । ଏନସିପି ଏବଂ କଂଗ୍ରେସ ମିଳିତ ଭାବେ ସରକାର ଗଢିଥିଲେ । ୨୬ ନଭେମ୍ବର ୨୦୧୯ରେ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଏମଭିଏର ସଭାପତି କରାଯାଇଥିଲା । ୨୮ ନଭେମ୍ବର ୨୦୧୯ରେ ସେ ମହାରାଷ୍ଟ୍ରର ୧୯ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)