ଆମ୍ୱୁଲାନ୍ସ ଭିତରେ ମହିଳାଙ୍କୁ ଅସାଦାଚରଣ । ବିରୋଧ କରିବାରୁ ଅକ୍ସିଜେନ ସପୋର୍ଟ କାଢ଼ି ଅସୁସ୍ଥ ସ୍ୱାମୀଙ୍କୁ ଗାଡ଼ିରୁ ଫିଙ୍ଗିଦେଲେ ।
କୋଥଗୁଡେମ୍ ଜିଲ୍ଲା ନୀଳାଦ୍ରିପେଟ୍ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ନକ୍ସଲ ନିପାତ ହୋଇଛନ୍ତି ।
ସୁନା ଦରରେ ପରିବର୍ତ୍ତନ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...
ଗଣମାଧ୍ୟମକୁ ସୂଚନା ଦେଇ ଅଭୟାଙ୍କ ବାପା କହିଛନ୍ତି ଯେ ମାମଲାକୁ ରଫାଦଫା କରିବା ପାଇଁ ପୋଲିସ ତରବରିଆ ଭାବେ ମୃତଦେହକୁ ପୋଡି ଦେଇଥିଲା ଏବଂ ଚୁପ୍ ରହିବା ପାଇଁ ପୋଲିସ ତାଙ୍କୁ ଲାଞ୍ଚ ଯାଚୁଥିଲା ।
କୋଲକାତା ସହରର ସାରା ବ୍ୟାପିଗଲାଣି ବିକ୍ଷୋଭ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ପୀଡ଼ିତା ଡାକ୍ତରଙ୍କୁ ନ୍ୟାୟ ଦାବିରେ ଗତକାଲି କୋଲକାତା ବ୍ୟାପୀ ସାରା ରାତି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ବର୍ଗର ଲୋକେ।
ଲଡୱାରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି । ଅମ୍ବାଲା କ୍ୟାଣ୍ଟରୁ ଅନୀଲ ଭିଜ୍ ହେଲେ ବିଜେପି ପ୍ରାର୍ଥୀ ।
କଳାକାରଙ୍କ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଯାଇଥିଲେ ପିଏମ୍ ମୋଦି। ପରେ ତାଳି ମାରି କଳାକାରଙ୍କୁ ଉତ୍ସାହିତ କରିବା ସହ ଏବଂ ପ୍ରଶଂସା କରିଥିଲେ।
ଏମିତି ପ୍ରତିବାଦ ହୁଏତ ଆପଣ କେବେ ଦେଖିନଥିବେ । ଏଭଳି ପ୍ରତିବାଦ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ ଚକିତ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ।
ବାଲକୋନି ଭୁଶୁଡି ପଡିବାରୁ ପ୍ରାୟ ଶହେ ଲୋକ ଆହତ ହୋଇଛନ୍ତି । ଗତକାଲି ରାତିରେ ମହାବୀର ପ୍ରୋସେସନ ଦେଖିବାକୁ ଏମାନେ ସମସ୍ତେ ବାଲକୋନିରେ ଏକାଠି ହୋଇଥିଲେ ।
ଧୀରେ ଧୀରେ ଦିଦିଙ୍କର ବାହାରୁଛି ବିଚଳିତ ଆଚରଣ । କେତେବେଳେ କାହା ଉପରେ ରାଗୁଛନ୍ତି, ଆଉ କାହାକୁ ମାରୁଛନ୍ତି, ତହା ଅନୁମାନ କରିବା କଷ୍ଟକର । ଏବେ ତାଙ୍କ ଟାର୍ଗେଟ୍ରେ ଆସିଯାଇଛନ୍ତି ଟିଭି ଚ୍ୟାନେଲ ।
ଶୃଗାଳ ଆକ୍ରମଣରେ ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଛନ୍ତି। ଗ୍ରାମବାସୀ ଶୃଗାଳକୁ ଘେରିବା ସହ ପିଟି ପିଟି ମାରିଦେଇଥିବା ଜଣାପଡିଛି।
କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫିଟୁଛି ଗୁମର। ସାଂଘାତିକ କଥା କହିଲେ ସେଦିନ ଆରଜି କରରେ ଡ୍ୟୁଟିରେ ଥିବା ଡାକ୍ତର ତାପସ ପ୍ରମାଣିକ।
ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବଢ଼ିଚାଲିଛି ବନ୍ୟା ପରର ବେଦନା। କେଉଁଠି ଖାଦ୍ୟ ପାଇଁ ତ ଆଉ କେଉଁଠି ପାନୀୟ ଜଳ ପାଇଁ କଲବଲ ହେଉଛନ୍ତି ଲୋକେ।
ସନ୍ଦୀପ ଘୋଷଙ୍କ ରିମାଣ୍ଡରେ ଯାଇଥିବା ଅନ୍ୟ ୩ ଜଣ ହେଲେ ବିପ୍ଲବ ସିଂହ, ସୁମନ ହଜାରା ଓ ଅଫସର ଅଲ୍ଲୀ ଖାନ୍ । ଏହି ୪ ଅଭିଯୁକ୍ତଙ୍କୁ ଆସନ୍ତା ୧୦ ତାରିଖରେ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଭଲ ରୋଜଗାର ଆଶାରେ, ଧୀରୁଭାଇ ୟେମେନର ଆଡେନକୁ ଯାଇଥିଲେ । ସେଠାରେ ସେ ଏ. ବେସେ ଆଣ୍ଡ୍ କମ୍ପାନୀ ପାଇଁ ଏକ ଗ୍ୟାସ୍ ଷ୍ଟେସନ୍ ଆଟେଣ୍ଡାଣ୍ଟ୍ ଭାବରେ କାର୍ଯ୍ୟ କରିଥିଲେ। ଯେଉଁଠାରେ ସେ ମାସକୁ ଦରମା ବାବଦକୁ ମାତ୍ର ୩୦୦ ଟଙ୍କା ପାଉଥିଲେ ।
ପଶ୍ଚିମବଙ୍ଗ ବିଧାନସଭାରେ ଏହି ବିଲ୍ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଲ୍କୁ ଐତିହାସିକ ବୋଲି କହିଛନ୍ତି ।
ଅଗଷ୍ଟ ୨୩ ତାରିଖରେ ହୋଇଥିବା ଆକ୍ରମଣ ପାଇଁ ଗୋରକ୍ଷକ ସଂଗଠନର ୫ଜଣ ସଦସ୍ୟ ଗିରଫ । ଭୁଲବଶତଃ ମୃତ ଛାତ୍ରକୁ ଗୋଚାଲାଣକାରୀ ସନ୍ଦେହ କରିଥିଲେ ଗୋରକ୍ଷକ ।
ଗତକାଲି ସଂପୃକ୍ତ ଅଞ୍ଚଳରେ ମାଓବାଦୀମାନେ ଡେରା ପକାଇଥିବା ନେଇ ଗୁଇନ୍ଦା ବିଭାଗକୁ ଖବର ଥିଲା । ଦନ୍ତେୱାଡା ଅଞ୍ଚଳରେ ମାଓବାଦୀମାନେ ଥିବା ସ୍ପଷ୍ଟ ହେବା ପରେ ଆରମ୍ଭ ହୋଇଥିଲା ଏହି ସର୍ଚ୍ଚ ଅପରେସନ ।
ଗିରଫର ୨୫ ଦିନ ପରେ ନିଜକୁ ନିର୍ଦ୍ଦୋଷ କହୁଛି ଅଭିଯୁକ୍ତ ସଞ୍ଜୟ । ନିଜ ଓକିଲ ନିକଟରେ ସଞ୍ଜୟ ଡାକ୍ତରୀ ଛାତ୍ରୀଙ୍କୁ ନେଇ ବଡ଼ ବୟାନ ରଖିଛି ।
ଭାରତୀୟ ତଟରକ୍ଷୀ ବାହିନୀର ALH ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ୩ ସଦସ୍ୟ ନିଖୋଜ ।
ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଠାରୁ ସତ ଉଗାରିବ ସିବିଆଇ। ଦୁର୍ନୀତି ମାମଲାରେ ଗତକାଲି ତାଙ୍କୁ ସିବିଆଇ ଗିରଫ କରିଥିଲ।
ରାସ୍ତାରେ ସୁଅ କାଟୁଛି ୫ ଫୁଟରୁ ଅଧିକ ପାଣି । ବୁଡ଼ିଲା ରେଳ ଷ୍ଟେସନ୍, ଉପୁଡ଼ିଲା ଟ୍ରାକ୍, ଭାସିଲା ଟ୍ରକ୍ ।
ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ତାଙ୍କର ଘର ଭଙ୍ଗାଯାଇ ପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ଦିଲ୍ଲୀ ୱାକଫ୍ ବୋର୍ଡରେ ଦୂର୍ନୀତି ଓ ୱାକଫ୍ ସମ୍ପତ୍ତି ଲିଜ୍ରେ ଦୂର୍ନୀତି ଅଭିଯୋଗରେ ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରିଛି ଇଡି।
ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ପତ୍ନୀ। ଏପରି ଏକ ବିରଳ ଘଟଣା କେରଳ ଇତିହାସରେ ଘଟିଛି ।