Advertisment

ଯୋଧପୁରରେ ପ୍ରତିଷ୍ଠା ହେବ ଜେନେରେଟିଭ୍ AI କେନ୍ଦ୍ର ‘ସୃଜନ’; ନିବେଶ କରିବ ମେଟା

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ଭାରତ। ଦେଶରେ ଓପନ ସୋର୍ସ ଏଆଇ ଇନୋଭେସନ୍, R&D ଏବଂ ଦକ୍ଷତା ବିକାଶକୁ ଆଗେଇ ନେବା ପାଇଁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନେଇଛି ବଡ଼ ପଦକ୍ଷେପ।

author-image
Sonali Ojha
Meta AI

Meta AI

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ଭାରତ। ଦେଶରେ ଓପନ ସୋର୍ସ ଏଆଇ ଇନୋଭେସନ୍, R&D ଏବଂ ଦକ୍ଷତା ବିକାଶକୁ ଆଗେଇ ନେବା ପାଇଁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନେଇଛି ବଡ଼ ପଦକ୍ଷେପ। AICTE ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ମଧ୍ୟରେ ଏନେଇ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ଇଣ୍ଡିଆAI ଏବଂ ମେଟା ଆଇଆଇଟି ଯୋଧପୁରରେ ‘ସୃଜନ’ ନାମକ ଜେନେରେଟିଭ୍ AI ପାଇଁ ଏକ କେନ୍ଦ୍ର ପ୍ରତିଷ୍ଠା କରିବେ। ଏଥିପାଇଁ ମେଟା ତିନି ବର୍ଷରେ ୭୫୦ଲକ୍ଷ ଟଙ୍କାର ନିବେଶ କରିବ।

Advertisment

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବା MeitY, ଇଣ୍ଡିଆAI ସହ ହାତ ମିଳାଇଛି। ଅଧିକାରୀଙ୍କ କହିବାନୁସାରେ, ଅଲ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (AICTE) ର ସହଭାଗିତାରେ 'ୟୁଭ ଏଆଇ ଇନିସିଏଟିଭ୍ ଫର ସ୍କିଲିଂ ଆଣ୍ଡ୍ ଆଣ୍ଡ୍ କାପାସିଟି ବିଲ୍ଡିଂ'ର ମଧ୍ୟ ଆରମ୍ଭ ହେବ । ମେଟା ଏଥିପାଇଁ ନିବେଶ କରିବ। ମାର୍କ ଜୁକରବର୍ଗ ୩ବର୍ଷରେ ପ୍ରାୟ ୭୫୦ଲକ୍ଷ ଟଙ୍କାର ନିବେଶ କରିବେ ବୋଲି ଜଣାପଡିଛି ।ଏହାର ମୂଳ ଉଦ୍ଦେଶ୍ୟ ହେଉଛି ୩ବର୍ଷରେ ୧ ଲକ୍ଷ ଯୁବ AI ବିକାଶକାରୀଙ୍କୁ ତାଲିମ ଦେବା ।

ଏକ ବିବୃତ୍ତିରେ MeitY କହିଛି, ‘ସୃଜନ’ ଏଆଇ କେନ୍ଦ୍ର ଭାରତର ଛାତ୍ର ଏବଂ ଯୁବବର୍ଗଙ୍କୁ ବାସ୍ତବ ଦୁନିଆର ଆହ୍ୱାନର ତଥା ସକରାତ୍ମକ ସାମାଜିକ ଓ ଅର୍ଥନୈତିକ ପ୍ରଭାବକୁ ଆଗକୁ ନେବା ପାଇଁ ଏପନ ସୋର୍ସ AI ମଡେଲ ବ୍ୟବହାର କରିବାକୁ ଉତ୍ସାହିତ କରିବ। ଏଥିରେ କୁହାଯାଇଛି ଯେ ଉତ୍କର୍ଷ କେନ୍ଦ୍ର ଶିକ୍ଷା, ଗତିଶୀଳତା ଏବଂ ସ୍ୱାସ୍ଥ୍ୟସେବା ଗବେଷଣା ଉପରେ ଧ୍ୟାନ ଦେବ। ସହଭାଗିତା ସମ୍ପର୍କରେ ସୂଚନା ଦେଇ MeitY ଅତିରିକ୍ତ ସଚିବ ଅଭିଷେକ ସିଂ କହିଛନ୍ତି, ଭାରତ ସରକାର ଏଆଇ ଉଦ୍ଭାବନ, କୌଶଳ ଏବଂ ବୈଷୟିକ ପ୍ରଗତିର ବିକାଶକୁ ସମର୍ଥନ କରନ୍ତି।

Advertisment

ଜୁନ୍ ୨୦୨୩ରେ MeitYର ତତ୍ତ୍ୱାବଧାନରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ଘୋଷଣା କରାଯାଇଥିଲା । ମନ୍ତ୍ରଣାଳୟର ସୂଚନାନୁସାରେ, ସୃଜନ ମେଟାରୁ ସିଡ୍ ଫଣ୍ଡିଂ ଏବଂ ଇଣ୍ଡିଆଏଆଇର ସହାୟତା ଦ୍ୱାରା ପ୍ରାରମ୍ଭିକ ପର୍ଯ୍ୟାୟରେ ଜେନେରେଟିଭ୍ ଏଆଇର ଅନୁସନ୍ଧାନ କରିବ। ଆଇଆଇଟି ଯୋଧପୁର ବିଭିନ୍ନ ରାଜସ୍ୱ ଧାରା, ରଣନୀତିକ ସହଭାଗୀତା ଏବଂ ଚାଲୁଥିବା ନବସୃଜନକୁ ନେଇ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବ ।

Advertisment
Advertisment