/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730201375.jpg)
Narendra Modi
୫ ବର୍ଷରେ ବଢ଼ିବ ୭୫ ହଜାର ମେଡିକାଲ୍ ସିଟ୍ । ୫ଟି ସ୍ତମ୍ଭକୁ ନେଇ ଆମର ସ୍ବାସ୍ଥ୍ୟ ଭିତ୍ତିଭୂମି । ପ୍ରତିଷେଧକ, ସମୟୋପଯୋଗୀ, ମାଗଣା/ଶସ୍ତା ଚିକିତ୍ସା, ଛୋଟ ଛୋଟ ସହରରେ ସ୍ବାସ୍ଥ୍ୟସେବା, ଏବଂ ଟେକ୍ନୋଲୋଜି । ଆୟୁର୍ବେଦ ଦିବସରେ ଆୟୁଷ୍ମାନ ଭାରତ ପାର୍ଟ-ଟୁ ଶୁଭାରମ୍ଭ ଅବସରରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୭୦ ବର୍ଷରୁ ଊର୍ଦ୍ଧ୍ୱ ସବୁ ନାଗରିକଙ୍କ ପାଇଁ ମାଗଣା ଚିକିତ୍ସା ସ୍କିମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମୟ ଥିଲା ଲୋକେ ଚିକିତ୍ସା ପାଇଁ ଘର, ଜମି, ଗହଣା ବିକ୍ରି କରୁଥିଲେ । ଆଜି ଚିକିତ୍ସା ପାଇଁ ସରକାର ଏହି ଦୁର୍ଦ୍ଦଶାକୁ ଦୂର କରି ଦେଇଛନ୍ତି । ଆଗାମୀ ୫ ବର୍ଷରେ ଦେଶରେ ୭୫ ହଜାର ମେଡିକାଲ ସିଟ୍ ବଢ଼ିବ ବୋଲି କହିଛନ୍ତି ମୋଦି ।
ତେବେ ଏହି ଅବସରରେ ଓଡ଼ିଶାରେ ୩ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଖୋର୍ଦ୍ଧା ବିଞ୍ଝଗିରିରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଯୋଗ ଓ ପ୍ରାକୃତିକ ଚିକିତ୍ସାର କେନ୍ଦ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନ, ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୋଦି । ସେହିପରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୦ ଶଯ୍ୟା ବିଶିଷ୍ଟ ଗୁରୁତର ଚିକିତ୍ସା ବିଭାଗ ସହ ଭୁବନେଶ୍ବର ଉପକଣ୍ଠ ଗୋଠପାଟଣାରେ ପୂର୍ବ ଭାରତର ସର୍ବବୃହତ ଔଷଧ ପରୀକ୍ଷା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହିତ ଦେଶବ୍ୟାପୀ ବିଭିନ୍ନ ସ୍ବାସ୍ଥ୍ୟ ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)