Advertisment

UPI ବ୍ୟବହାର କରି ଗଣେଶ ମୂର୍ତ୍ତି କିଣିଲେ ସ୍ପେନ ରାଷ୍ଟ୍ରପତି; ଭାରତରେ ଦୀପାବଳି ଉତ୍ସବ ପାଳିଲେ ପତିପତ୍ନୀ

ସ୍ପେନ ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ ତିନିଦିନିଆ ଭାରତ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ମୁମ୍ବାଇରେ ଦିପାବଳୀ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Spanish president Pedro Sanchez

Spanish president Pedro Sanchez

ମୁମ୍ବାଇରେ ୟୁପିଆଇ ବ୍ୟବହାର କରି ଗଣେଶ ମୂର୍ତ୍ତି କିଣିଲେ ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍ ।  ସ୍ପେନ ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ ତିନିଦିନିଆ ଭାରତ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ମୁମ୍ବାଇରେ ଦିପାବଳୀ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି । 

Advertisment

ମୁମ୍ବାଇରେ ଦୀପାବଳି ପାଳନ ବେଳେ ଦୀପ ସହ ଲଡୁ ଅନ୍ୟାନ୍ୟ ପୂଜା ସାମଗ୍ରୀ ସହ ପେନସିଲ ବାଣ ମଧ୍ୟ କିଣିଛନ୍ତି ସ୍ପେନ ରାଷ୍ଟ୍ରପତି । ହେଲେ ଏକ ଗଣେଶ ମୂର୍ତ୍ତି କିଣିବା ବେଳେ ଭାରତରେ ବ୍ୟବହୃତ ୟୁପିଆଇ ବା ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ଜରିଆରେ ସେ ଟଙ୍କା ଦେଇଥିଲେ। ଟ୍ରାଞ୍ଜେକସନ୍‌ ବେଳେ ଭାରତରେ ଥିବା ଅଧିକାରୀମାନେ ତାଙ୍କୁ ସହାୟତା କରିଥିଲେ। ଏନେଇ କେତେକ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । 

Advertisment
UPI Pedro Sanchez
Advertisment
Advertisment