• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

କେନ୍ଦ୍ର ଅର୍ଥ ମନ୍ତ୍ରାଳୟ କନସଲଟେଟିଭ୍ କମିଟିରେ ସ୍ଥାନ ପାଇଲେ ସାଂସଦ ବୈଜୟନ୍ତ ପଣ୍ଡା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସଦସ୍ୟ ଭାବେ ସାମିଲ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

ତାଙ୍କ ସମେତ ଲୋକସଭାରୁ ୧୪ ଜଣ ଏବଂ ରାଜ୍ୟସଭାରୁ ୮ ଜଣ ସଦସ୍ୟ ଅର୍ଥ ମନ୍ତ୍ରାଳୟ କନସଲଟେଟିଭ୍ କମିଟିରେ ସ୍ଥାନ ପାଇଛନ୍ତି । ଏଥିସହ ଦୁଇଜଣ ଏକ୍ସ ଅଫିସିଓ ମେମ୍ବର ଅଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ଏହି କମିଟି ଗଠନ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତାଙ୍କ ସହିତ ଲୋକସଭାରୁ ଏହି କମିଟିରେ କୁମାରୀ ସେଲଜା ଓ ମାଳବିକା ଦେବୀ ପ୍ରମୁଖ ସଦସ୍ୟ ଅଛନ୍ତି। ସେହିପରି ରାଜ୍ୟସଭାରୁ ପି. ଚିଦାମ୍ବରନ, ଶମ୍ଭୁ ଶରଣ ପଟେଲ, ୱାଇ ଭେଙ୍କଟ ସୁବା ରେଡ୍ଡୀ ଓ ଅଶୋକ କୁମାର ମିତ୍ତଲ ପ୍ରମୁଖ ସଦସ୍ୟ ହୋଇଛନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now