/odishatv-khabar/media/post_attachments/uploadimage/library/16_9/16_9_0/Ratan_Tata_1729874024.jpg)
Ratan Tata
ସାମ୍ନାକୁ ଆସିଲା ରତନ ଟାଟାଙ୍କ ୧୦ହଜାର କୋଟି ଟଙ୍କାର ୱିଲ୍। ଆରପାରିକୁ ଯିବା ଆଗରୁ ୧୦ ହଜାର କୋଟି ଟଙ୍କାର ସଂପତ୍ତି ପଛରେ ଛାଡ଼ି ଯାଇଛନ୍ତି ଦିବଂଗତ ଶିଳ୍ପ ସମ୍ରାଟ ରତନ ଟାଟା । ଏଥିରୁ କାହାକୁ କେତେ ଅଂଶ ମିଳିବ, ତାହା ନିଜ ଶେଷ ୱିଲ ବା ଇଚ୍ଛାପତ୍ରରେ ଛାଡ଼ିଯାଇଛନ୍ତି ରତନ ଟାଟା। ଏଥିରେ ତାଙ୍କର ଅତି ଘନିଷ୍ଠ ଯୁବ ଉଦ୍ୟୋଗୀ ତଥା ଟାଟା ଟ୍ରଷ୍ଟର ସର୍ବକନିଷ୍ଠ ଜେନେରାଲ୍ ମ୍ୟାନେଜର ଶାନ୍ତନୁ ନାଇଡ଼ୁ, ଭାଇ ଜିମି ଟାଟା, ସାବତ ଭଉଣୀ ଶିରିନ୍ ଓ ଡିଆନା ଜିଜିଭୟଙ୍କ ନାଁ ସାମିଲ ରହିଛି ।
କେବଳ ଏତିକି ନୁହେଁ, ନିଜ ଦୀର୍ଘବର୍ଷର ରୋଷେୟା ରାଜନ ଶ', ଘରୋଇ ସହାୟକ ସୁବୈୟା ଏପରିକି ପୋଷା କୁକୁର ଟିଟୋ ବି ପାଇବେ ସଂପତ୍ତିରୁ ଭାଗ। ପୁରୁଣା ପୋଷା କୁକୁରର ମୃତ୍ୟୁ ପରେ ୬ ବର୍ଷ ହେଲା ଜର୍ମାନ୍ ସେଫର୍ଡ ଟିଟୋକୁ ପାଳିଥିଲେ ରତନ ଟାଟା। ତାର ଲାଳନପାଳନ ଦାୟିତ୍ୱ ରୋଷେୟା ରାଜନକୁ ଦେବା ସହିତ, ଏଥିପାଇଁ ସଂପତ୍ତିର କିଛି ଅଂଶ ବି ୱିଲରେ ଉଲ୍ଲେଖ କରିଛନ୍ତି ରତନ ଟାଟା। ୩୦ ବର୍ଷ ହେଲା ତାଙ୍କ ଘରୋଇ ସହାୟକ ଥିବା ସୁବୈୟା ପାଇଁ ମଧ୍ୟ ୱିଲରେ ବ୍ୟବସ୍ଥା ରଖିଛନ୍ତି ।
ତାଙ୍କର ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ ଶାନ୍ତନୁ ନାଇଡ଼ୁଙ୍କ ବିଦେଶରେ ଶିକ୍ଷା ଖର୍ଚ୍ଚକୁ ଛାଡ଼ କରିବା ସହିତ, ଶାନ୍ତନୁଙ୍କ ସଂସ୍ଥା ଗୁଡଫେଲୋରେ ନିଜ ଅଂଶଧନକୁ ଛାଡ଼ି ଦେଇଛନ୍ତି ରତନ ଟାଟା । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଚଳିତ ମାସ ୯ ତାରିଖରେ ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ରତନ ଟାଟା । ତାଙ୍କର ୧୦ହଜାର କୋଟି ଟଙ୍କାର ସଂପତ୍ତି ଭିତରେ ସାମିଲ ରହିଛି- ମହାରାଷ୍ଟର ଆଲିବାଗ ବେଳାଭୂମିରେ ୨ହଜାର ବର୍ଗଫୁଟର ବଙ୍ଗଳା, ମୁମ୍ବାଇ ଜୁହୁରେ ୨ ମହଲା କୋଠା, ୩୫୦ କୋଟି ଟଙ୍କାର ଫିକ୍ସ ଡିପୋଜିଟ୍, ଟାଟା ସନ୍ସର ୦.୮୩ ପ୍ରତିଶତ ଅଂଶ ।
ଟାଟା ସନ୍ସ ଓ ଟାଟା ମୋଟର୍ସ ଆଦିରେ ଥିବା ତାଙ୍କର ଅଂଶଧନକୁ ରତନ ଟାଟା ଏଣ୍ଡାୱମେଣ୍ଟ ଫାଉଣ୍ଡେସନ RTEFକୁ ଯିବ। ଶେଷ ପର୍ଯ୍ୟନ୍ତ ସେ ରହୁଥିବା କୋଲାବା ସ୍ଥିତ ହାଲେକାଇ ହାଉସ୍ ଇୱାର୍ଟ ଇନଭେଷ୍ଟମେଣ୍ଟ ପାଖରେ ରହିବ। ତେବେ ତାଙ୍କର ୨୦ ରୁ ୩୦ଟି ଦାମୀ କାର୍ କାହାକୁ ଦିଆଯିବ, ତାହା ଅସ୍ପଷ୍ଟ ରହିଛି।