Advertisment

Gold Price Today 29th October 2024: ଧନତେରସ୍‌ରେ କିଣନ୍ତୁ ସୁନା, ଜାଣନ୍ତୁ କେତେ ରହିଛି ଦାମ୍

ଆଜି ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ୍ । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

author-image
Pallipuspa Samal
ଅଦ୍ୟତନ ହୋଇଛି
gold price today

gold price today

ଆଜି ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ୍। ବିଶ୍ବାସ ଅଛି, ଏହିଦିନ ସୁନା ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି।  ନୂଆ ନୂଆ ଡିଜାଇନର ଗହଣା ସାଂଗକୁ ଗ୍ରାହକଙ୍କ ଲାଗି ମନଲୋଭା ଅଫର୍ ବି ରଖିଛନ୍ତି ଦୋକାନୀ। ଦର ଟିକେ ଉଚ୍ଚା ଥିଲେ ବି ପରଂପରା ବଜାୟ ରଖିବାକୁ ସୁନା କିଣୁଛନ୍ତି ଗ୍ରାହକ। 

Advertisment

ଆଜି କଟକ ଓ ଭୁବନେଶ୍ୱରରେ ସୁନାର ଦରରେ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ସୁନାର ଦାମ୍  ବୃଦ୍ଧି ପାଇଛି  । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୦,୪୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୩,୭୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୮,୦୪୫ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୫୯,୦୦୦ ଟଙ୍କା ରହିଛି ।

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୩,୭୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୮,୦୪୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୯,୦୦୦ ଟଙ୍କା ରହିଛି । ଏହାଛଡା ରୁପା ଦର ହ୍ରାସ ପାଇଛି । ବିଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୯୩ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୭୪୭ ଟଙ୍କା, ୧୦୦ ଗ୍ରାମ୍ ପିଛା ୯,୩୪୦ ଓ ୧ କେଜି ପିଛା ୯୩,୪୦୦ ଟଙ୍କା ରହିଛି।

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ। 

Gold Price Today
Advertisment
Advertisment