କିଛି ଦିନ ପୂର୍ବରୁ ସେ ନିଜେ ଗଢ଼ିଥିବା ପଞ୍ଜାବ ଲୋକ କଂଗ୍ରେସ ଦଳକୁ ବିଜେପି ସହ ମିଶାଇ ଦେଇଛନ୍ତି ।
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଜର୍ମାନର ଫ୍ରାଙ୍କଫର୍ଟ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯାଇଥିବା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି। ଏହାକୁ ନେଇ ଆପ ସରକାର ଏବଂ ଆପ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଅତ୍ୟଧିକ ମଦ୍ୟପାନ କରିଥିବାରୁ ତାଙ୍କୁ ବିମାନରୁ ଓହ୍ଳାଇ ଦିଆଗଲା ବୋଲି ଅଭିଯୋଗ ଆଣିଛି ବିରୋଧୀ।
ଯୁବତୀଙ୍କୁ କମେଣ୍ଟ ମାରିବା ଏକ ଅଭ୍ୟାସ ଥିଲା। ହେଲେ ସବୁଦିନ ସମାନ ଯାଏ ନାହିଁ। ସେଦିନ କମେଣ୍ଟ ମାରିବା ଏମିତି ମହଙ୍ଗା ପଡ଼ିବ ବୋଲି ସେ କେବେ ବି ଭାବି ନ ଥିଲେ । ଯୁବତୀ ଜଣକ କିଛି ସହଯୋଗୀଙ୍କ ସହ ମିଶି ଏମିତ ଧୂଲେଇ କଲେ ଯେ ଯୁବକଙ୍କ ମଦ ନିଶା ତ ଉତୁରିଗଲା। କମେଣ୍ଟ ମାରିବା ନିଶା ବି ଉତୁରି ଯାଇଥିବ। ଯୁବତୀ ଜଣକ ୨୧ ସେକେଣ୍ଡରେ ୪୫ ଚପଲ ମାଡ ନାଦି ଦେଲେ ରସିକିଆ ଯୁବକଙ୍କୁ।
ୟାତି ନରସିଂହାନନ୍ଦ ସରସ୍ୱତୀ ଆହୁରି କହିଛନ୍ତି, ମଦ୍ରାସା ଭଳି ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ(ଏଏମୟୁ)କୁ ମଧ୍ୟ ଉଡ଼ାଇ ଦିଆଯିବା ଦରକାର।
ମାତ୍ର ୫ଶହ ଟଙ୍କାର ଲଟେରୀ ଟିକେଟ୍ କିଣି କୋଟିପତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ୫ ଶହ ଟଙ୍କାର ଲଟେରୀ ଟିକେଟ୍ ଏବେ ଅଟୋରିକ୍ସା ଚାଳକ ଅନୁପଙ୍କ ଭାଗ୍ୟ ବଦଳାଇ ଦେଇଛି।
ଆଜି ପୁଲୱାମା ଓ ସୋପିଆନ୍ରେ ୨ଟି ସିନେମାହଲ୍ର ଉଦ୍ଘାଟନ କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଏହି ୨ଟି ସିନେମାହଲ୍ ୧୦୦ ସିଟ୍ ବିଶିଷ୍ଟ ଏବଂ ଏହାକୁ ସରକାର ପରିଚାଳନା କରିବେ ।
ଭିଡିଓ ଭାଇରାଲ୍ କରି ଗିରଫ ହେଲେ ଛାତ୍ରୀ ।
ଟ୍ରେନ୍ ଭିତରେ ଚାଲିଗଲା ଜୀବନ, ହେଲେ କେହି ଜାଣି ପାରିଲେନି ।
ଓଡ଼ିଶା ସମେତ ସବୁ ରାଜ୍ୟକୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା
ଅଶୋକ ଗେହଲଟଙ୍କୁ ସଭାପତି କରିବା ସପକ୍ଷରେ ସୋନିଆ
ପୋଲିସ୍ ଅଧିକାରୀଙ୍କ କହିବା ଅନୁସାରେ, ଏହି ମାମଲାରେ ଭୁଲ୍ ସୂଚନା ଓ ଅପପ୍ରଚାର କରାଯାଉଛି। ଏହି ମାମଲାରେ ପୋଲିସ୍ FIR ରୁଜୁ କରି ଅଭିଯୁକ୍ତ ଛାତ୍ରୀଙ୍କୁ ଗିରଫ କରିଛି।
ପଚରାଉଚରା ବେଳେ ଭିଡିଓ ଭାଇରାଲ୍ କରିଥିବା ଛାତ୍ରୀ ଜଣକ କହିଛନ୍ତି ଯେ, ସେ ଦୀର୍ଘ ଦିନ ଧରି ଛାତ୍ରୀଙ୍କ ଭିଡିଓ କରୁଥିଲେ ଓ ଏହିସବୁ ଭିଡିଓକୁ ସେ ସିମ୍ଲାରେ ରହୁଥିବା ଯୁବକଙ୍କ ପାଖକୁ ପଠାଉଥିଲେ।
୭ ଦଶନ୍ଧିର ଶୂନ୍ୟତାରେ ପଡ଼ିଲା ଯବନିକା । ଭାରତର ଜୈବ ବିବିଧତା ଇତିହାସରେ ଯୋଡ଼ିହେଲା ନୂଆ ଫର୍ଦ୍ଦ । ଭାରତ ମାଟିରେ ପାଦ ଥାପିଲା ବିଶ୍ୱର ଦ୍ରୁତତମ ଧାବକ-ଚିତା । ଅବିସ୍ମରଣୀୟ ମୁହୂର୍ତ୍ତ । ଦିନ ପ୍ରାୟ ସାଢ଼େ ୧୧ଟା । ଗୋଟିକ ପରେ ଗୋଟିଏ ମଞ୍ଚାକୁ ଚଢ଼ି, ତା ତଳେ ରଖାଯାଇଥିବା ପିଞ୍ଜରା ଗୁଡ଼ିକୁ ଖୋଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ରାଜ୍ୟରେ କେତେ ସୁରକ୍ଷିତ ମହିଳା ? ପ୍ରତିବର୍ଷ ବଢିବାରେ ଲାଗିଛି ଦୁଷ୍କର୍ମ ସଂଖ୍ୟା । ନାବାଳିକା ବି ହେଉଛନ୍ତି ଯୌନ ନିର୍ଯାତନାର ଶିକାର । ହେଲେ ସେହି ଅନୁପାତରେ ହୋଇପାରୁନି ମାମଲାର ଫୈସଲା । ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜ୍ଜୁ।
ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଗଲା ୮ ଚିତା । ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଛାଡ଼ିଲେ ଆଫ୍ରିକୀୟ ଚିତାବାଘ ।
ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟକ୍ତିତ୍ୱ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରେମର ସହର ଆଗ୍ରା। ଏଠି ଅମର ପ୍ରେମର କାହାଣୀ ଶୁଣାଏ ତାଜ ମହଲ। ଯମୁନା ନଦୀ କୁହେ ସେ ପ୍ରେମ କେତେ ପବିତ୍ର, କେତେ ଶାଶ୍ୱତ। ଏ କାହାଣୀ ସାରା ବିଶ୍ୱ ଜାଣେ । ସେଥିପାଇଁ ତ ଜୀବନସାଥୀକୁ ସବୁଦିନ ପାଇଁ ନିଜର କରିବା ଲାଗି ଏହି ସହରକୁ ବାଛିଥିଲେ ଏହି ଦମ୍ପତି । ସୁଦୂର ମେକ୍ସିକୋରୁ ଉଡ଼ି ଆସିଥିଲେ ଆଗ୍ରା ସହରକୁ ବିବାହ କରିବା ପାଇଁ। ଆଜି ଉଭୟେ ହିନ୍ଦୁ ରୀତି, ନୀତି ଆଉ ପରମ୍ପରା ଅନୁଯାୟୀ ବିବାହ କରିଥିଲେ। ଏହି ଦମ୍ପତି ହେଲେ କ୍ଲାଉଦିଆ ଏବଂ ସେରାମିକୋ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ବହୁ ମୂଲ୍ୟବାନ ଉପହାର ଆଜି ନିଲାମ ହେଉଛି। ଏହି ଉପହାର ମଧ୍ୟରେ ରହିଛି ଦେଶ ବିଦେଶରୁ ମିଳିଥିବା ଦାମୀ ଉପହାର, ଖେଳାଳୀମାନେ ପାଇଥିବା ଉପହାର, ରାଜନେତାଙ୍କ ସହ ଅନ୍ୟମାନେ ବିଭିନ୍ନ କ୍ଷେତ୍ରରେ ଦେଇଥିବା ବିଭିନ୍ନ ଉପହାରସବୁ।
ସିନ୍ଥିରେ ସିନ୍ଦୂର ଲଗାଇ, ମଥାରେ ଓଢଣା ଟାଣି ଥାନାରେ ପହଞ୍ଚିଲେ ହିନ୍ଦୁ ବୋହୂ ସାଜିଥିବା ମୁସ୍ଲିମ ଯୁବତୀ। ପୋଲିସକୁ ମାଗିଥିଲେ ସୁରକ୍ଷା। ଏହି ମହିଳା ଜଣକ ଦିନେ ଥିଲେ ଇକରା । ଆଜି ହୋଇଛନ୍ତି ଇଶିକା। ଧର୍ମ ପରିବର୍ତ୍ତନ କରି ସେ ମୁସ୍ଲିମରୁ ହୋଇଛନ୍ତି ହିନ୍ଦୁ। ସନାତନ ଧର୍ମକୁ ସ୍ୱୀକାର କରି ନେଇଛନ୍ତି। ସ୍ୱାମୀ ରାହୁଲ ଓ ତାଙ୍କ ପରିବାର ସହ ସେ ଭଲରେ ଅଛନ୍ତି।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୧,୦୦୦ ରହିଛି।
ଋଷ୍ ରାଷ୍ଟ୍ରପତି ପୁଟିନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ସମ୍ପର୍କରେ ଜାଣିଥିଲେ ମଧ୍ୟ ସେ ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇ ନଥିଲେ। ପୁଟିନ୍ ଜାଣିଥିଲେ ଯେ, ଶନିବାର ମୋଦିଙ୍କ ଜନ୍ମଦିନ। ହେଲେ ସେ ସାକ୍ଷାତ ବେଳେ ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇ ନଥିଲେ।
ରାଜାରାଜୁଡ଼ା ଅମଳରେ ମୃଗୟାରେ ଯାଉଥିଲା ଚିତା
ଆଜାଦୀ କା ଅମୃତ ମହୋତ୍ସବ ବେଳେ ଚିତା ପୁଣି ଫେରିଥିବା ମୋଦି କହିଛନ୍ତି ।
ନିର୍ବାଚନ ହେଲେ କି ଉଦ୍ଦେଶ୍ୟ ପୂରଣ ହେବ ଦଳର ?
ଆଠ ଅଙ୍କ ସହ ମୋଦିଙ୍କର କ’ଣ ସମ୍ପର୍କ ରହିଛି ?