Advertisment

ହଠାତ୍‌ ଘରେ ଭିତରେ ପଶିଲେ, ଶୋଇଥିବା ବେଳେ ଆଖିବୁଜା ଗୁଳିମାଡ଼ କଲେ; ୩ ଭାଇ ମୃତ

ଶୋଇଥିବା ବେଳେ ୩ ଭାଇକୁ ଗୁଳି କରି ହତ୍ୟା। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଏତେ ଉଗ୍ରରୂପ ନେଇଥିଲା ଯେ, ଅକାଳରେ ୩ ଜୀବନ ଚାଲି ଯାଇଛି।

author-image
Rajalaxmi Sahoo
3 Brothers Shot Dead By Miscreants In Rajasthan

3 Brothers Shot Dead By Miscreants In Rajasthan

ଶୋଇଥିବା ବେଳେ ୩ ଭାଇକୁ ଗୁଳି କରି ହତ୍ୟା। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଏତେ ଉଗ୍ରରୂପ ନେଇଥିଲା ଯେ, ଅକାଳରେ ୩ ଜୀବନ ଚାଲି ଯାଇଛି। କୌଣସି ବିବାଦକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଗୋଟିଏ ଗୋଷ୍ଠୀର ଯୁବକ ନିଜ ସାଙ୍ଗମାନଙ୍କ ସହ ମିଶି ଶୋଇଥିବା ବେଳେ ୩ ଭାଇଙ୍କୁ ଗୁଳି କରି ହତ୍ୟା କରିଥଇଲେ। ଶନିବାର ରାତିରେ ରାଜସ୍ଥାନର ଭରତପୁର ଜିଲ୍ଲାରେ ଏହି ଘଟଣା ଘଟିଛି। ଏକାସାଙ୍ଗରେ ପରିବାରର ୩ ଭାଇଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳି ଯାଇଛି। ମୃତ ୩ ଭାଇ ହେଲେ- ଗଜେନ୍ଦ୍ର, ସମୁନ୍ଦର ଓ ଇଶ୍ୱର। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେଣୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।

Advertisment

ପୋଲିସ୍‌ ସୂଚନା ଅନୁସାରେ, ଭରତପୁର ଜିଲ୍ଲା କୁମ୍‌ହେର ଥାନା ଅନ୍ତର୍ଗତ ସିକରୌରା ଗାଁରେ ଏହି ଘଟଣା ଘଟିଛି। କୌଣସି ବିବାଦକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ଗୋଟିଏ ଗୋଷ୍ଠୀର ଯୁବକ ସହଯୋଗୀଙ୍କ ସହ ମିଶି ଶୋଇଥିବା ବେଳେ ଏକ ପରିବାର ଉପରକୁ ଗୁଳି କରିଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ୩ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ମହିଳାଙ୍କ ସମେତ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁଳି ଶବ୍ଦ ଶୁଣି ଗାଁରେ ଭୟର ବାରତାବରଣ ଖେଳି ଯାଇଛି। ଘଟଣା ପରେ ଅଭିଯୁକ୍ତ ଫେରାର ଅଛି। ଗୁରୁତରଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। 

ସୂଚନା ଅନୁସାରେ, ୩ ଦିନ ପୂର୍ବେ ଲାଖନ ଓ ଟୈନପାଲଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଶନିବାର ବିଳମ୍ବିତ ରାତିରେ ଲାଖନ ସହଯୋଗୀଙ୍କ ସହ ମିଶି ଟୈନପାଲଙ୍କ ଘରେ ପହଞ୍ଚି ଥିଲେ। ଏହାପରେ ପରିବାର ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ ଲାଖନ ଓ ତା’ର ସହଯୋଗୀ। ଏଥିରେ ଘଟଣାସ୍ଥଳରେ ୩ ଭାଇ ଗଜେନ୍ଦ୍ର, ସମୁନ୍ଦର ଓ ଇଶ୍ୱରଙ୍କ ମୃତ୍ୟୁ ହୋଇଥିଲା। ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ଲାଗି ଛାନ୍‌ଭିନ୍‌ ଚଳାଇଛି। ମୃତ ଗଜେନ୍ଦ୍ରଙ୍କ ପୁଅ ହେଉଛନ୍ତି ଟୈନପାଲ।

Advertisment
Murder Murder Case Firing
Advertisment
Advertisment