ଇସ୍ରୋର ଐତିହାସିକ ମିଶନ। ମହାକାଶକୁ ଗଲା PSLV-C54 ରକେଟ୍।
Published By: Chandan Shishu
Last updated: 26 November 2022, 11:15 PM IST
ଇସ୍ରୋର ଐତିହାସିକ ମିଶନ। ମହାକାଶକୁ ଗଲା PSLV-C54 ରକେଟ୍। ୯ଟି ସାଟେଲାଇଟକୁ ନେଇ ଉତକ୍ଷେପଣ ହେଲା PSLV-C54। ଓସେନସ୍ୟାଟ ସାଟେଲାଇଟ୍ ସହ ୮ଟି ନାନୋ ସାଟେଲାଇଟ ପଠାଇଛି ଇସ୍ରୋ।
ପୁଣି ସୀମାରୁ ଜବତ ହେଲା ପାକିସ୍ତାନୀ ଡ୍ରୋନ୍। ଭାରତ-ପାକିସ୍ତାନ ବର୍ଡର ପଞ୍ଜାବ ଅମୃତସର ଅଞ୍ଚଳରେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳିକରି ଖସାଇଛି ବିଏସ୍ଏଫ୍। ରାତିରେ ଡ୍ରୋନ୍ ଉଡୁଥିବା ବେଳେ ବିଏସ୍ଏଫ୍ ଯବାନମାନେ ଏହାକୁ ଦେଖିଥିଲେ।
୨୬.୧୧ ମୁମ୍ବାଇ ଆକ୍ରମଣକୁ ଆଜି ମନେ ପକାଉଛି ସାରା ଦେଶ। ମୁମ୍ବାଇର କାମା ହସ୍ପିଟାଲରେ ଆତଙ୍କବାଦୀଙ୍କ ସହ ଲଢେଇ କରି ସହିଦ ହୋଇଥିବା ଦୁଇ ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ହସ୍ପିଟାଲର ସମସ୍ତ ଷ୍ଟାଫ ଓ ସୁରକ୍ଷାକର୍ମୀ।
ଲଣ୍ଡନରେ ଆୟୋଜିତ ଏକ ନୃତ୍ୟ ପ୍ରତିଯୋଗିତାରେ କୁଚିପୁଡ଼ି ନୃତ୍ୟ ପରିବେଷଣ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଶି ସୁନକଙ୍କ ଝିଅ ଅନୁଷ୍କା ସୁନକ। ୯ ବର୍ଷିଆ ଅନୁଷ୍କା ୨୦୨୨ ରଙ୍ଗ ଅନ୍ତର୍ଜାତୀୟ କୁଚିପୁଡ଼ି ପ୍ରତିଯୋଗିତାରେ ଗ୍ରୁପ ଡ୍ୟାନ୍ସରେ ନୃତ୍ୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ
ତିହାର ଜେଲ୍ ଭିତରୁ ଆସୁଛି ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଗୋଟିଏ ପରେ ଗୋଟିଏ ସିସିଟିଭି ଫୁଟେଜ। ସେପ୍ଟେମ୍ବର ୧୨ ତାରିଖ ପାଖାପାଖି ରାତି ୮ ବେଳେ ମନ୍ତ୍ରୀ ସତ୍ୟେନ୍ଦ୍ର ଜେନ୍ ସାଦା ପୋଷାକରେ ଥିବା ୩ଜଣ ବ୍ୟକ୍ତିଙ୍କ ସହ ଖଟି କରୁଥିବା ଦେଖିବାକୁ ମିଳିଛି। ଏହାର କିଛି ସମୟ ପରେ ସତ୍ୟେନ୍ଦ୍ରଙ୍କ ସେଲ୍କୁ ଆସୁଛନ୍ତି ତିହାର ଜେଲର ସୁପରିନଟେଣ୍ଡେଣ୍ଟ୍