Advertisment

ଜେଲ୍‌ରେ ମନ୍ତ୍ରୀଙ୍କ ପାଇଁ ସ୍ପେଶାଲ୍‌ ସର୍ଭିସ୍‌: ବେଡ୍‌କୁ ସଜଡ଼ା ଯିବା ସହ କୋଠରୀକୁ କରାଯାଉଛି ସଫା ସୁତୁରା

ଭିଡିଓରେ ମନ୍ତ୍ରୀଙ୍କ ସତ୍ୟେନ୍ଦ୍ରଙ୍କ ଜେଲ୍ କୋଠରୀରେ ବେଡ୍‌କୁ ସଜଡ଼ା କରାଯିବା ସହ ଚଟାଣକୁ ମଧ୍ୟ ସଫା ସୁତରା କରାଯାଉଥିବା ଦେଖିବାକୁ ମିଳିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Latest footage shows house-keeping service being provided in Satyendar Jain's cell

Latest footage shows house-keeping service being provided in Satyendar Jain's cell

ପୁଣି ସାମ୍ନାକୁ ଆସିଲା ଆମ୍‌ ଆଦମୀ ପାର୍ଟି(ଆପ୍‌) ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନୂଆ ଭିଡିଓ।  ଏବେ ସେ ତିହାର ଜେଲ୍‌ରେ ଥିବାବେଳେ ତାଙ୍କ କୋଠରୀରେ ହାଉସ୍ କିପିଂ ସର୍ଭିସ୍ ଯୋଗାଇ ଦିଆଯାଉଥିବା ଦୃଶ୍ୟ ଏବେ ସାମ୍ନାକୁ ଆସିଛି। 

Advertisment

ସେପ୍ଟେମ୍ବର ୧୨ ତାରିଖର ଭିଡିଓରେ ମନ୍ତ୍ରୀଙ୍କର ଜେଲ୍ କୋଠରୀରେ ବେଡ୍‌କୁ ସଜଡ଼ା କରାଯିବା ସହ ଚଟାଣକୁ ମଧ୍ୟ ସଫା ସୁତରା କରାଯାଉଥିବା ଦେଖିବାକୁ ମିଳିଥିଲା। ସେହିପରି ସେପ୍ଟେମ୍ବର ୧୫ ଓ ଅକ୍ଟୋବର ୧ ତାରିଖର ଭିଡିଓରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଗତକାଲି ମଧ୍ୟ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ଜେଲ୍ ଭିତରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଖଟି କରୁଥିବା ଦେଖିବାକୁ ମିଳିଥିଲା। ତତ୍କାଳୀନ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ସହ ମଧ୍ୟ ମନ୍ତ୍ରୀ ତାଙ୍କର ସେଲ୍ ଭିତରେ ବସି ଖଟି କରୁଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ୍ ଭିତରେ ମସାଜ୍ ଦିଆଯାଉଥିବା ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଥିଲା। 

Advertisment

ଏପରିକି ଜେଲ୍‌ରେ ସତ୍ୟେନ୍ଦ୍ର ସ୍ୱାଦିଷ୍ଟ ଖାଦ୍ୟ ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଜେଲ୍‌ରେ ଭଲ ଖାଦ୍ୟ ଦିଆଯାଉନଥିବାରୁ ତାଙ୍କ ଓଜନ ୨୮ କେଜି କମିଥିବା ସତ୍ୟେନ୍ଦ୍ରଙ୍କ ଓକିଲ ଅଭିଯୋଗ କରିଥିଲେ।  ତେବେ ଏହାକୁ ଖଣ୍ଡନ କରିବା ସହ ୮ କେଜି ଓଜନ ବଢ଼ିଥିବା କହିଥିଲେ ଜେଲ୍ କର୍ତ୍ତୃପକ୍ଷ। ବେନାମୀ କମ୍ପାନୀ କରି ମନି ଲଣ୍ଡରିଂ ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଗତ ଜୁନ୍‌ରୁ ଜେଲ୍‌ରେ ଅଛନ୍ତି ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ।

Viral Video AAP Minister
Advertisment
Advertisment