/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669442354.jpg)
Constitution Of India
ଆଜି ଭାରତୀୟ ସମ୍ବିଧାନ ଦିବସ । ସୁପ୍ରିମକୋର୍ଟରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଇ-କୋର୍ଟ ସମ୍ବନ୍ଧୀୟ ବିଭିନ୍ନ ନୂଆ ପ୍ରକଳ୍ପ ଉଦଘାଟନ କରିଛନ୍ତି । ସମ୍ବିଧାନର ମୂଲ୍ୟବୋଧର ପ୍ରଚାର ପ୍ରସାର ନିମନ୍ତେ, ୨୦୧୫ ମସିହାରୁ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି ।
ଦେଶର ପ୍ରତି ନାଗରିକ ସମ୍ବିଧାନ ସଂପର୍କରେ ଅବଗତ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ୧୯୪୯ ମସିହା ଆଜିର ଦିନରେ ଭୀମରାଓ ଆମ୍ବେଦକରଙ୍କ ରଚିତ ସମ୍ବିଧାନକୁ ଦେଶ ସ୍ୱୀକୃତି ଦେଇଥିଲା । ପରେ ୧୯୫୦ ଜାନୁଆରୀରେ ସମ୍ବିଧାନକୁ ପ୍ରଣୟନ କରାଯାଇଥିଲା । ଭାରତର ସମ୍ବିଧାନକୁ ବିଶ୍ୱର ସବୁଠୁ ଲମ୍ବା ଲିଖିତ ସମ୍ବିଧାନ କୁହାଯାଏ । ଏଥିରେ ୟୁକେ, ଆମେରିକା, ଜର୍ମାନୀ, ଆୟରଲାଣ୍ଡ,ଅଷ୍ଟ୍ରେଲିଆ ଓ କାନାଡ଼ା ସମ୍ବିଧାନର କିଛି ଆଇନକାନୁନ ଏଥିରେ ସ୍ଥାନ ପାଇଛି।
ପୂର୍ବରୁ ସମ୍ବିଧାନରେ ମୋଟ ୩୯୫ ଅନୁଚ୍ଛେଦ ଥିବା ବେଳେ ଏବେ ମୋଟ ୪୭୦ ଅନୁଚ୍ଛେଦ ରହିଛି । ସମ୍ବିଧାନ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଲେଖାଯାଇଥିବା ବେଳେ ଏଥିରେ ମୋଟ ୨୫୧ ପୃଷ୍ଠା ସମ୍ବିଳିତ । ସମ୍ବିଧାନ ଲେଖିବାକୁ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା । ଭାରତୀୟ ସମ୍ବିଧାନର ମୂଳ ସଂରଚନା ଭାରତ ସରକାର ଅଧିନିୟମ ୧୯୩୫ ଉପରେ ଆଧାରିତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)