Advertisment

ଡିସେମ୍ବରରେ ୧୩ ଦିନ ବ୍ୟାଙ୍କ ବନ୍ଦ ! ବ୍ୟାଙ୍କ ଯିବା ପୂର୍ବରୁ ଚେକ୍‌ କରି ନିଅନ୍ତୁ ଛୁଟି ତାଲିକା...

କେଉଁ କେଉଁ ଦିନ ଓ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଥାଏ। ପ୍ରତ୍ୟେକ ମାସ ପାଇଁ RBI ପକ୍ଷରୁ ଛୁଟି ତାଲିକା ପ୍ରସ୍ତୁତ କରାଯାଇଥାଏ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bank Holidays in December 2022

Banks To Be Remain Closed For 13 Days In December

ଆସନ୍ତା ମାସ ଅର୍ଥାତ୍‌ ଡିସେମ୍ବରରେ ୧୩ ଦିନ ବ୍ୟାଙ୍କ ବନ୍ଦ(Bank Holidays) ରହିବ। ତେଣୁ ଯଦି ଆସନ୍ତା ମାସରେ ବ୍ୟାଙ୍କରେ କିଛି ଜରୁରୀ କାମ ଅଛି ତା’ହେଲେ ଏହା ପୂର୍ବରୁ ଛୁଟି ତାଲିକା ଚେକ୍‌ କରନ୍ତୁ। ଏହି ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି। ଏହାବ୍ୟତୀତ କିଛି ପର୍ବପର୍ବାଣୀ ଓ ବିଶେଷ ଦିନକୁ ମଧ୍ୟ ଦୃଷ୍ଟିରେ ରଖି ବ୍ୟାଙ୍କ କାର୍ଯ୍ୟ ହେବ ନାହିଁ।

Advertisment

ଅଧିକ ପଢ଼ନ୍ତୁ: ମୋଦି ସରକାରଙ୍କ ବଡ଼ ଯୋଜନା : ଦେଶର ୭୫ ଜିଲ୍ଲାରେ ଖୋଲିବ ଡିଜିଟାଲ ବ୍ୟାଙ୍କିଂ ୟୁନିଟ୍

କେଉଁ କେଉଁ ଦିନ ଓ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଥାଏ। ପ୍ରତ୍ୟେକ ମାସ ପାଇଁ RBI ପକ୍ଷରୁ ଛୁଟି ତାଲିକା ପ୍ରସ୍ତୁତ କରାଯାଇଥାଏ। ଏଥିରେ ଜାତୀୟ ଓ ଆଞ୍ଚଳିକ ସ୍ତରରେ ପାଳନ ହେଉଥିବା ଫେଷ୍ଟିଭାଲ୍(ପର୍ବପର୍ବାଣୀ) ସହ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ଥାଏ। ଆସନ୍ତା ମାସରେ ସାରା ଦେଶରେ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ ନାହିଁ। ଯେଉଁ ଯେଉଁ ଅଞ୍ଚଳରେ ପର୍ବପର୍ବାଣୀ ହେଉ କିମ୍ବା ଅନ୍ୟ ଛୁଟି ନେଇ RBI ପକ୍ଷରୁ ଛୁଟି ତାଲିକା ହୋଇଥିବ ସେହିସବୁ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ। 

Advertisment

ତେଣୁ ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ତୁରନ୍ତ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍‌ଲାଇନ୍‌ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।

ଡିସେମ୍ବର ମାସ ପାଇଁ ଜାରି ହୋଇଥିବା ଛୁଟି ତାଲିକା...

  • ଡିସେମ୍ବର ୩: (ଶନିବାର)- ସେଣ୍ଟ୍‌ ଜାଭିୟର ଫିଷ୍ଟ୍‌- ଗୋଆରେ ବ୍ୟାଙ୍କ ବନ୍ଦ
  • ଡିସେମ୍ବର ୪: (ରବିବାର)- ସାରା ଦେଶରେ ବ୍ୟାଙ୍କ ବନ୍ଦ
  • ଡିସେମ୍ବର ୧୦: (ଶନିବାର)- ଦ୍ୱିତୀୟ ଶନିବାର ଯୋଗୁ ବ୍ୟାଙ୍କ ବନ୍ଦ
  • ଡିସେମ୍ବର ୧୧: (ରବିବାର)- ସାରା ଦେଶରେ ବ୍ୟାଙ୍କ ବନ୍ଦ
  • ଡିସେମ୍ବର ୧୨: (ସୋମବାର)-  Pa Togan Nengminja Sangma- ମେଘାଳୟରେ ବ୍ୟାଙ୍କ ବନ୍ଦ
  • ଡିସେମ୍ବର ୧୮: (ରବିବାର)- ସାରା ଦେଶରେ ବ୍ୟାଙ୍କ ବନ୍ଦ
  • ଡିସେମ୍ବର ୧୯: (ସୋମବାର)- ଗୋଆ ଲିବରେସନ୍‌-ଡେ’- ଗୋଆରେ ବ୍ୟାଙ୍କ ବନ୍ଦ
  • ଡିସେମ୍ବର ୨୪: (ଶନିବାର)- ଚତୁର୍ଥ ଶନିବାର ଯୋଗୁ ବ୍ୟାଙ୍କ ବନ୍ଦ
  • ଡିସେମ୍ବର ୨୫: (ରବିବାର)- ସାରା ଦେଶରେ ବ୍ୟାଙ୍କ ବନ୍ଦ
  • ଡିସେମ୍ବର ୨୬: (ସୋମବାର)- ଖ୍ରୀଷ୍ଟମାସ୍‌, ଲାସୁଙ୍ଗ, ନାମସୁଙ୍ଗ- ମିଜୋରାମ, ସିକ୍କିମ୍‌, ମେଘାଳୟରେ ବ୍ୟାଙ୍କ ବନ୍ଦ
  • ଡିସେମ୍ବର ୨୯: (ଗୁରୁବାର)- ଗୁରୁ ଗୋବିନ୍ଦ ସିଂ ଜୀଙ୍କ ଜନ୍ମଦିନ- ଚଣ୍ଡୀଗଡ଼ରେ ବ୍ୟାଙ୍କ ବନ୍ଦ
  • ଡିସେମ୍ବର ୩୦: (ଶୁକ୍ରବାର)- U Kiang Nangbah- ମେଘାଳୟରେ ବ୍ୟାଙ୍କ ବନ୍ଦ
  • ଡିସେମ୍ବର ୩୧: (ଶନିବାର)- ନୂଆ ବର୍ଷର ପୂର୍ବ ସନ୍ଧ୍ୟା- ମିଜୋରାମରେ ବ୍ୟାଙ୍କ ବନ୍ଦ
Bank Holidays Bank Closed
Advertisment
Advertisment