/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669358971.jpg)
Shraddha murder
ଦୃଶ୍ୟମ୍ ଦେଖିଥିଲା ଶ୍ରଦ୍ଧା ହତ୍ୟାକାରୀ ଆଫତାବ୍ । ଦିଲ୍ଲୀ ଜହ୍ଲାଦ ବୟଫ୍ରେଣ୍ଡ୍ ଅଫତାବ୍ ଅଜୟ ଦେବଗନ୍ଙ୍କ ଫିଲ୍ମ ଦୃଶ୍ୟମ୍ ଦେଖି ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । କିଛି ଏଭଳି ଖବର ପଲିଗ୍ରାଫ୍ ଟେଷ୍ଟ ପରେ ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ସିନେମାରେ କିପରି ହତ୍ୟା ପରେ ପୋଲିସ୍କୁ ଚକମା ଦେବାକୁ ଯୋଜନା ହୋଇଥିଲା, ପ୍ରମାଣ ନଷ୍ଟ କରାଯାଇଥିଲା, ପୋଲିସ୍ ଆଗରେ ବୟାନ ବଦଳାଇଥିଲେ ହିରୋ । ସେସବୁକୁ ଦେଖି ଯୋଜନା ପ୍ରସ୍ତୁତ କରିଥିଲେ ଆଫତାବ୍ ।
ଅଧିକ ପଢ଼ନ୍ତୁ: ଆଗରୁ ବି ହତ୍ୟା ଧମକ ଦେଇଥିଲା ଅଫତାବ୍, ତଥାପି ଲିଭ୍-ଇନ୍ରେ ରହୁଥିଲେ ଶ୍ରଦ୍ଧା
ଗତ ଦୁଇ ଦିନ ଧରି ପଲିଗ୍ରାଷ୍ଟ ଟେଷ୍ଟରେ ଏହି କଥା ଦିଲ୍ଲୀ ପୋଲିସ୍କୁ କହିଛି ଅଫତାବ୍ । ସେପଟେ ଅଫତାବ୍ର ମେହରୁଲି ଫ୍ଲାଟ୍ରୁ ୫ଟି ଛୁରୀକୁ ବ୍ୟବହାର କରାଯାଇଛି । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ, ୫ଟି ଛୁରୀର ବ୍ୟବହାର କରିଥିଲା ଆଫତାବ୍ । ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ କାଟିବା ପାଇଁ ୫ଟି ଛୁରୀ ବ୍ୟବହାର ହୋଇଥିଲା । ଏହି ଛୁରୀ ସବୁ ଯେଉଁ ବଜାରକୁ କିଣା ଯାଇଥିଲା ତା ତଥ୍ୟ ଖୋଜା ଯାଉଛି । ସେହିପରି ଫରେନସିକ୍ ଟେଷ୍ଟ ରିପୋର୍ଟ , ଡିଏନ୍ଏ ଟେଷ୍ଟର ରିପୋର୍ଟକୁ ଅପେକ୍ଷା କରିଛି ତଦନ୍ତକାରୀ ସଂସ୍ଥା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)