ରାମାୟଣ ପରେ ଜଗନ୍ନାଥ। ଭାରତ ଜାଣିବ ମହାପ୍ରଭୁ ଜଗନ୍ନାଥଙ୍କ ଗାଥା। ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ। ଆଜି ନିଜେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଛନ୍ତି ଏହି ଅତି ଗୁରୁତ୍ୱପୂର୍ଣ୍ଣ ସୂଚନା। ରେଳମନ୍ତ୍ରୀ କହିଛନ୍ତି- ଭାରତ ଗୌରବ ପ୍ରକଳ୍ପ ଅନ୍ତର୍ଗତ ଚାଲିବ ଜଗନ୍ନାଥ ଏକ୍ସପ୍ରେସ। ଭାରତୀୟ ସଂସ୍କୃତିର ପ୍ରଚାର ଲକ୍ଷ୍ୟରେ ଭାରତ ଗୌରବ ପ୍ରକଳ୍ପର ଏହା ହେବ ଅନ୍ୟତମ ପ୍ରମୁଖ ଅଂଶ। ପୂର୍ବରୁ ଏହି ପ୍ରକଳ୍ପ ଅଧିନରେ ପ୍ରଥମେ ରାମାୟଣ ଏକ୍ସପ୍ରେସ ଚାଲୁଛି
ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ୪୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ୩ ବର୍ଷରେ କାର୍ଯ୍ୟକ୍ଷମ ହେବା ନେଇ ବଜେଟ୍ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।