• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଦଳିଲା ଜହ୍ଲାଦ ପ୍ରେମିକ ଅଫତାବର ଠିକଣା । ଶ୍ରଦ୍ଧାଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରିବା ପରେ ଏଣେ ତେଣେ ଫିଙ୍ଗି ଦେଇଥିବା ମାମଲାରେ ଗିରଫ ହୋଇଥିବା ଅଫତାବକୁ ଏବେ ତିହାର ଜେଲ୍‌ରେ ରଖାଯାଇଛି । ତାକୁ ଜେଲ୍‌ର ସେଲ୍ ନମ୍ବର-୪ରେ ରଖାଯାଇଛି । ଖାଲି ସେତିକି ନୁହେଁ ଅଫତାବ୍‌ ଉପରେ ୨୪ ଘଣ୍ଟିଆ ନଜର ରଖିଛି ସିସିଟିଭି । ଏମିତିକି ଅଫତାବ୍‌କୁ କେହି ଭେଟି ପାରିବେ ନାହିଁ, କି ତାହା ସହ କେହି କଥା ହି ହୋଇପାରିବେ ନାହିଁ । ଜେଲ୍ ଭିତରେ ପୁଲିସ ଉପସ୍ଥିତିରେ ତାକୁ ଖାଇବାକୁ ଦିଆଯିବ ବୋଲି ନିର୍ଦ୍ଦେଶ ରହିଛି ।

ତିହାର ଜେଲର ସେଲ ନମ୍ବର-୪ ହେଉଛି ଏକ ସେପାରେଟ ସେଲ। ଏହି ସେଲରେ ଥରେ ଜଣେ କଏଦୀ ହିଁ ରହି ପାରିବ । କଏଦୀକୁ ଏଠାରେ ୨୪ ଘଣ୍ଟା ସେଲରେ ରହିବାକୁ ପଡିବ। ଏହି ସେଲ ବାହାରେ ସବୁ ସମୟରେ ଜଣେ ସୁରକ୍ଷା ଗାର୍ଡ ମୁତୟନ ରହିବେ ।

ପୋଲିସ୍‌ ରିମାଣ୍ଡରେ ଥିବା ବେଳେ ଅଫତାବର ମାରାଥନ ପଲିଗ୍ରାଫ ଟେଷ୍ଟ କରାଯାଇଛି। ସେହିପରି ଆଜି ତା’ର ନାର୍କୋ ଟେଷ୍ଟ ଆନାଲିସିସ କରାଯିବ ବୋଲି ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଏହି ନିର୍ମମ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଫତାବର ପଲିଗ୍ରାଫ ଟେଷ୍ଟ ହୋଇଛି। ଏହି ଟେଷ୍ଟ ବେଳେ ପୋଲିସ୍‌ ଓ ସାଇଣ୍ଟିଫିକ ଟିମ୍‌ ଅଫତାବକୁ ପ୍ରାୟ ୫୦ଟି ପ୍ରଶ୍ନ ପଚାରିଥିଲେ । ଏବେ ପୁଲିସ୍‌ ତା’ର ନାର୍କୋ ଆନାଲିସିସ ମଧ୍ୟ କରିବ ।

ତେବେ ଶ୍ରଦ୍ଧାଙ୍କୁ ମର୍ଡର ପୂର୍ବରୁ ଦୃଶ୍ୟମ ଦେଖିଥିଲା ଅଫତାବ୍‌ । ଦିଲ୍ଲୀ ଜହ୍ଲାଦ ବୟଫ୍ରେଣ୍ଡ୍ ଅଫତାବ୍‌ ଅଜୟ ଦେବଗନ୍‌ଙ୍କ ଫିଲ୍ମ ଦୃଶ୍ୟମ୍ ଦେଖି ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । କିଛି ଏଭଳି ଖବର ପଲିଗ୍ରାଫ୍ ଟେଷ୍ଟ ପରେ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏବେ ପୁଣି ତାକୁ ନୂଆ ସେଲ୍‌ରେ ରଖାଯିବାର ଖବର ଆସିବା ପରେ ଏବେ ଅଫତାବ ଉପରେ ସମସ୍ତଙ୍କ ନଜର ।