Advertisment

'ଭାରତୀୟ ଯବାନଙ୍କ ନାଁ ଶୁଣିଲେ ଡରନ୍ତି ଆତଙ୍କବାଦୀ'

୨୦୧୦ରେ ତତ୍କାଳୀନ ସେନା ମୁଖ୍ୟ ଜେନେରାଲ୍ ଭିକେ ସିଂହଙ୍କ ଦ୍ୱାରା ଗଠନ ହୋଇଥିଲା ଟିଏସଡି।

author-image
Chandan Shishu
କର୍ଣ୍ଣେଲ୍ ହୁନି ବକ୍ସି, TSDର ପୂର୍ବତନ ମୁଖ୍ୟ

କର୍ଣ୍ଣେଲ୍ ହୁନି ବକ୍ସି, TSDର ପୂର୍ବତନ ମୁଖ୍ୟ

ଭାରତୀୟ ଯବାନଙ୍କୁ ଡରନ୍ତି ଆତଙ୍କବାଦୀ। ଯବାନଙ୍କ ନାଁ ଶୁଣିଲେ ଡରୁଥିଲେ। ପିଓକେ ଓ କାଶ୍ମୀରରେ ଆତଙ୍କୀଙ୍କ ଦୁର୍ଗ ଧ୍ୱଂସ କରିଥିବା ଭାରତୀ
ସେନାର ସଶସ୍ତ୍ର ଓ ବାହାଦୂର ଯବାନଙ୍କ ଗ୍ରୁପ TSDର ପୂର୍ବତନ ମୁଖ୍ୟ କର୍ଣ୍ଣେଲ୍ ହୁନି ବକ୍ସି କିଛି ଏଭଳି ସୂଚନା ଦେଇଛନ୍ତି। ଖବର ସରବରାହ ସଂସ୍ଥା ANIର ପ୍ରୋଡକାଷ୍ଟରେ ସାମିଲ ହୋଇ କିଛି ଏଭଳି କହିଛନ୍ତି।

Advertisment

କାଶ୍ମୀରରେ ଜଣେ ସାମ୍ବାଦିକା ଯାଇଥିଲେ। ଯେଉଁଠି ତାଙ୍କୁ ଆତଙ୍କବାଦୀ ହାଫିଜ୍ ସୈୟଦଙ୍କ ଜ୍ୱାଇଁ ଭେଟିଥିଲେ। ସାମ୍ବାଦିକା ଜଣକଙ୍କୁ ଆତଙ୍କୀ ରହୁଥିବା କ୍ୟାମ୍ପକୁ ନେଇ ଯାଇଥିଲେ। କ୍ୟାମ୍ପର ମୁଖ୍ୟଙ୍କ ସମ୍ପର୍କରେ ପଚାରିବା ବେଳେ ଟିଏସଡି ନିହତ କରିଥିବା କଥା ସେ କହିଥିଲେ। ଏପରିକି ଆତଙ୍କୀଙ୍କ ମଧ୍ୟରେ ଟିଏସ୍‌ଡିକୁ ନେଇ ଥିବା ଡର ସମ୍ପୂର୍ଣ୍ଣ ବାରି ହୋଇପଡ଼ୁଥିବା ସାମ୍ବାଦିକା ଜଣକ କର୍ଣ୍ଣେଲ ବକ୍ସିଙ୍କୁ କହିଥିଲେ।

୨୦୧୦ରେ ତତ୍କାଳୀନ ସେନା ମୁଖ୍ୟ ଜେନେରାଲ୍ ଭିକେ ସିଂହଙ୍କ ଦ୍ୱାରା ଗଠନ ହୋଇଥିଲା ଟିଏସଡି। କାଶ୍ମୀରରେ ସେନାକୁ ସହାୟତା କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅପରେସନ୍ କରିଥିଲା ଏହି ଗ୍ରୁପ୍। ଏହାର ମୁଖ୍ୟ ଥିଲେ କର୍ଣ୍ଣେଲ୍ ହୁନି ବକ୍ସି।

Advertisment
Indian Army
Advertisment
Advertisment