Advertisment

ଟ୍ରେନ୍‌ ଟିକେଟ୍‌ କନଫର୍ମ ନହେଲେ, ମାଗଣାରେ ବିମାନ ଟିକେଟ୍‌...ଯାତ୍ରୀଙ୍କୁ ଏମିତି ସୁବିଧା ଦେଉଛି ଏହି ଆପ୍‌

ଟ୍ରେନ୍‌ମ୍ୟାନ୍‌ ଆପ୍‌ ଏହାର ନୂଆ ଫିଚର୍‌ 'Trip Assurance' ଲଞ୍ଚ୍‌ କରିଛି। ଏହି ନୂଆ ଫିଚ୍‌ର ଅନୁଯାୟୀ, ଯେଉଁ ଯାତ୍ରୀଙ୍କ ଟିକେଟ୍‌ ୱେଟ୍‌ଲିଷ୍ଟ୍‌ରେ ଅଛି, ଏଭଳି ସ୍ଥଳେ ଯାତ୍ରୀଙ୍କ ଯାତ୍ରାକୁ ସମ୍ପୂର୍ଣ୍ଣ କରିବା ପାଇଁ କମ୍ପାନୀ ପକ୍ଷରୁ ଗ୍ୟାରେଣ୍ଟି ପ୍ରଦାନ କରାଯାଇଥାଏ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
This app offers free flight ticket if waitlist train ticket does not get confirm

This app offers free flight ticket if waitlist train ticket does not get confirm

ଯଦି ଟ୍ରେନ୍‌ରେ ଯାତ୍ରା ପାଇଁ ଯୋଜନା କରିଛନ୍ତି ଓ ଟିକେଟ୍‌ ୱେଟ୍‌ଲିଷ୍ଟ୍‌ରେ ଅଛି ତା’ହେଲେ ଯାତ୍ରାକୁ ନେଇ ଯାତ୍ରୀମାନେ ଚିନ୍ତିତ ହୋଇପଡ଼ନ୍ତି। ଅଧିକାଂଶ ସ୍ଥଳରେ ଶେଷ ମୁହୂର୍ତ୍ତରେ ବହୁତ କମ୍‌ ଯାତ୍ରୀଙ୍କ ଟିକେଟ୍‌ କନଫର୍ମ ହୋଇଥାଏ। ଏମିତିରେ ବି ୱିକେଣ୍ଡ୍‌ କିମ୍ବା ପର୍ବପର୍ବାଣୀ ଦିନରେ ଯାତ୍ରୀଙ୍କୁ ଟ୍ରେନ୍‌ରେ ସିଟ୍‌ ମିଳିନଥାଏ। ଫଳରେ, ଶେଷ ମୁହୂର୍ତ୍ତରେ ଯାତ୍ରୀଙ୍କୁ ଯାତ୍ରା କ୍ୟାନସେଲ୍‌ କରିବାକୁ ପଡ଼ିଥାଏ। ଏଭଳି ସ୍ଥଳରେ ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଟିକେଟ୍‌ ବୁକିଂ ଆପ୍‌ ଟ୍ରେନ୍‌ମ୍ୟାନ୍‌(Trainman) ଏକ ନୂଆ ଫିଚର୍‌ ଲଞ୍ଚ୍‌ କରିଛି। ଏଥିରେ କମ୍ପାନୀ ପକ୍ଷରୁ ଯାତ୍ରୀଙ୍କୁ ଟ୍ରେନ୍‌ ଯାତ୍ରାର ଗ୍ୟାରେଣ୍ଟି ପ୍ରଦାନ କରାଯାଇଥାଏ। ଯଦି ଆପଣଙ୍କର ଟ୍ରେନ୍‌ ଟିକେଟ୍‌ କନଫର୍ମ ହେଉନାହିଁ, ତା’ହେଲେ କମ୍ପାନୀ ମାଗଣାରେ ବିମାନ ଟିକେଟ୍‌ ପ୍ରଦାନ କରିବ। 

Advertisment

ଟ୍ରେନ୍‌ମ୍ୟାନ୍‌ ଆପ୍‌ ଏହାର ନୂଆ ଫିଚର୍‌ 'Trip Assurance' ଲଞ୍ଚ୍‌ କରିଛି। ଏହି ନୂଆ ଫିଚ୍‌ର ଅନୁଯାୟୀ, ଯେଉଁ ଯାତ୍ରୀଙ୍କ ଟିକେଟ୍‌ ୱେଟ୍‌ଲିଷ୍ଟ୍‌ରେ ଅଛି, ଏଭଳି ସ୍ଥଳେ ଯାତ୍ରୀଙ୍କ ଯାତ୍ରାକୁ ସମ୍ପୂର୍ଣ୍ଣ କରିବା ପାଇଁ କମ୍ପାନୀ ପକ୍ଷରୁ ଗ୍ୟାରେଣ୍ଟି ପ୍ରଦାନ କରାଯାଇଥାଏ। ଯଦି କୌଣସି ବ୍ୟକ୍ତି Trainman ଆପ୍‌ ଜରିଆରେ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରିଛନ୍ତି, ତା’ହେଲେ ଟ୍ରେନ୍‌ମ୍ୟାନ୍‌ ସେମାନଙ୍କର ଟିକେଟ୍‌ ଷ୍ଟାଟସ୍‌ ଚେକ୍‌ କରିପାରିବ। ଚାର୍ଟ ପ୍ରସ୍ତୁତ ପୂର୍ବରୁ ଆପଣଙ୍କର ଟ୍ରେନ୍‌ ଟିକେଟ୍‌ କନଫର୍ମ ହେଉନାହିଁ, ତା’ହେଲେ ଶେଷ ମୁହୂର୍ତ୍ତରେ କମ୍ପାନୀ ପକ୍ଷରୁ ଯାତ୍ରୀଙ୍କ ଯାତ୍ରା ପାଇଁ ଅନ୍ୟ ବନ୍ଦୋବସ୍ତ କରାଯାଇଥାଏ।

ଟ୍ରେନ୍‌ମ୍ୟାନ୍‌ ଆପ୍‌ରେ ଯଦି ଯାତ୍ରୀଙ୍କ ଟିକେଟ୍‌ ପ୍ରେଡିକ୍‌ସନ୍‌ ମିଟର ୯୦% କିମ୍ବା ଓ ଅଧିକ ଦେଖାଉଛି, ତା’ହେଲେ ୧ ଟଙ୍କା Trip Assurance ଫି’ ଚାର୍ଜ କରାଯିବ। ଏହି ପର୍ସଣ୍ଟେଜ୍‌ ଯଦି ୯୦% ତଳକୁ ଅଛି, ତା’ହେଲେ କମ୍ପାନୀ ଏକ ନୋମିନାଲ୍‌ ଫି’ ଜାର୍ଜ କରିବ। ଏହା ଟିକେଟ୍‌ କ୍ଲାସ୍‌କୁ ନେଇ ଚାର୍ଜ କରାଯିବ। ସୂଚନାଥାଉ କି, ଯାତ୍ରୀଙ୍କ ଟ୍ରେନ୍‌ ଟିକେଟ୍‌ ଚାର୍ଟ ପ୍ରସ୍ତୁତ ସମୟରେ କନଫର୍ମ ହେଲେ ତା’ହେଲେ Trip Assurance ଫି’ ଫେରାଇ ଦିଆଯିବ। ଟିକେଟ୍‌ କନଫର୍ମ ନହେଲେ କମ୍ପାନୀ ମାଗଣାରେ ବିମାନ ଟିକେଟ୍‌ ପ୍ରଦାନ କରିବ। 

Advertisment

ବର୍ତ୍ତମାନ Trip Assurance ସର୍ଭିସ୍‌ ସମସ୍ତ IRCTC ରାଜଧାନୀ ଟ୍ରେନ୍‌ ଓ ପାଖାପାଖି ଅନ୍ୟ ୧୩୦ ଟି ଟ୍ରେନ୍‌ରେ ଉପଲ୍ଲବ୍ଧ। 

IRCTC Train Tickets Flight Tickets
Advertisment
Advertisment