ମହୀଶୂରରେ ବେଆଇନ ଭାବେ ଜମି ହାତେଇଥିବା ଅଭିଯୋଗ ହୋଇଛି ସିଦ୍ଧରମୈୟାଙ୍କ ପତ୍ନୀ ବି.ଏମ୍.ପାର୍ବତୀଙ୍କ ନାଁରେ । Mysuru Urban Development Authority-MUDA ଜରିଆରେ ୧୪ଟି ପ୍ରିମିୟମ୍ ଜମିକୁ ଅତି ଶସ୍ତାରେ କିଣିଛନ୍ତି ।
ରାଜସ୍ଥାନର ଉଦୟପୁରରେ ଆତଙ୍କ ରଚୁଛି କଳା କଲରାପତରିଆ ବାଘ । ୧୧ ଦିନରେ ନେଲାଣି ୭ଜଣଙ୍କ ଜୀବନ।
ଥମୁନି ତିରୁପତି ଲଡୁ ବିବାଦ। ଆଜି ଏହି ବିବାଦ ସହ ଜଡ଼ିତ ପିଟିସନ୍ର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ।
ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା। ଏହି ସମୟରେ ହଠାତ୍ ପ୍ରଧାନ ବିଚାରପତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ମରାଠୀରେ କହିବା ଆରମ୍ଭ କଲେ । CJI ଆବେଦନକାରୀଙ୍କୁ ଭର୍ତ୍ସନା କରି ଅଦାଲତି ଶିଷ୍ଟାଚାର ପାଠ ପଢାଇଲେ।
ପୋଲିସ କମିଶନର ରାଜଦୀପ ନୁକୁମଙ୍କ ସୂଚନା ଅନୁଯାୟୀ ଏହି ନକଲି ନୋଟ ଶାହିଦ କପୁରଙ୍କ ଟିଭି ସିରିଜ୍ 'ଫର୍ଜି' ଦ୍ୱାରା ଅନୁପ୍ରାଣିତ ହୋଇଛି। ଅନୁପମ ଖେରଙ୍କ ଛବି ସହିତ 'ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ' ବଦଳରେ 'ରେଜୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ' ଲେଖାଯାଇଛି।
୧୦ ବର୍ଷ ତଳେ ବିଜୟା ଦଶମୀରେ ଆରମ୍ଭ ହୋଇଥିବା ଏହି ରେଡିଓଭିତ୍ତିକ କାର୍ଯ୍ୟକ୍ରମ ଆଜି ଦେଶର ଘରେ ଘରେ ପରିଚିତ, ପ୍ରଶଂସିତ। ଦେଶର କୋଣ ଅନୁକୋଣରେ ଲୁଚି ରହିଥିବା ବ୍ୟକ୍ତିଗତ ପ୍ରତିଭା ହେଉ ଅବା ସମାଜ ପାଇଁ ପରିଶ୍ରମ ଓ ଉତ୍ସର୍ଗ, ଲୋକଲୋଚନକୁ ଆସିବା ସହ ପ୍ରଚାର ପ୍ରସାର ବି ହୋଇଛି ।
ନଷ୍ଟ କରାଗଲା ୩ ହଜାର ୪୭୦ କେଜିର ଲଡୁ । କ୍ୱିଣ୍ଟାଲ କ୍ୱିଣ୍ଟାଲ ଲଡୁକୁ ମାଟିରେ ପୋତି ଦିଆଗଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ରେ ମୟୂରଭଞ୍ଜ ଯୁବକଙ୍କ ପ୍ରଶଂସା । ସାନ୍ତାଳୀ ଭାଷା ପାଇଁ ମୟୂରଭଞ୍ଜର ଯୁବକ ରାମ୍ ଜିତ୍ ଟୁଡୁଙ୍କ ଅବଦାନ କଥା ଉଠାଇ ତାଙ୍କୁ ପ୍ରସଂଶା କରିଛନ୍ତି ମୋଦି ।
ନୂଆ ଟ୍ରାକ୍ରେ ନିଜକୁ ଆଡ୍ଜଷ୍ଟ କରିବାକୁ କଠିନ ସଂଘର୍ଷ କରୁଥିଲେ । ଯେଉଁଥିପାଇଁ ତାଙ୍କୁ ଥ୍ରୋ କରିବାରେ କଷ୍ଟ ହେଉଥିଲା ।
ଯାତ୍ରୀ ଜଣକ କହିଛନ୍ତି, ଉଡ଼ାଣ ସମୟରେ ତାଙ୍କୁ ଦିଆଯାଇଥିବା ଓମଲେଟ୍ରେ ଏକ ଅସରପା ବାହାରିଛି । ଏହାର ଭିଡିଓ ମଧ୍ୟ କରି ସେ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି ।
ସିଭିଲ ସର୍ଭିସେସ୍ ପରୀକ୍ଷାରେ ପ୍ରଥମ ପ୍ରୟାସରେ ସ୍ମିତା ବିଫଳ ହୋଇଥିଲେ । ହେଲେ ତାଙ୍କର ଦୃଢ଼ ମନୋବଳ ପାଇଁ ସେ ପରେ ସଫଳତା ହାସଲ କରିଥିଲେ । ସେ ପୁଣି ଥରେ ଚେଷ୍ଟା କରିଥିଲେ ।
୨୦୧୪ରୁ ଭାରତ ବଜାରରେ ବ୍ୟାନ୍ ହୋଇଥିବା ଚାଇନା ରସୁଣ ପୁଣି ଏବେ ମାର୍କେଟ୍ରେ ଉପଲବ୍ଧ ହେଲାଣି । ଯାହାକି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ଆଜିକାଲି ବାହାଘରରେ ଯଦି ନାଚଗୀତ ନାହିଁ, ତେବେ ସେ କି ବାହାଘର କହିଲେ । ଆଉ ଯଦି ବରକନ୍ୟାଙ୍କ ବାପା ମା’ ନିଜ ପୁଅ-ଝିଅଙ୍କ ବାହାଘରରେ ଠୁମକା ଲଗାନ୍ତି, ତାବେ ତ କଥା ସରିଲା । କାରଣ ବାହାଘରର ଖୁସି ଦୁଇଗୁଣା ହୋଇଯାଏ । ଏଇ ଦେଖୁନାହାନ୍ତି ଏମାନଙ୍କ ଡ୍ୟାନ୍ସକୁ ।
'ପରର ମନ୍ଦ ପାଞ୍ଚୁଥିବା ପାକିସ୍ତାନ ଏବେ ନିଜର କର୍ମଫଳ ଭୋଗୁଛି' । ପାକିସ୍ତାନର ଜିଡିପିକୁ କଟ୍ଟରବାଦ ଓ ଆତଙ୍କବାଦ ରପ୍ତାନୀରେ ମପାଯାଇପାରିବ ।
ବାପା କହିଲେ ମୁଁ ଉପମୁଖ୍ୟମନ୍ତ୍ରୀ ନଥିବା ବେଳୁ ମୋ ପୁଅ ବଡ଼ ଗାଡ଼ି ଚଢ଼ୁଛି । ସେ ପିଲା ଦିନୁ ବିଳାସପୂର୍ଣ୍ଣ ଗାଡ଼ି ଦେଖିଛି ଆଉ ବୁଲୁଛି ।
ହିରାଲାଲ ଜଣେ ବଢ଼େଇ । ସେ କାଠ କାମ କରି ପରିବାର ପ୍ରତିପୋଷଣ କରନ୍ତି । ବର୍ଷେ ତଳେ ତାଙ୍କ ପତ୍ନୀ କ୍ୟାନ୍ସରରେ ମୃତ୍ୟୁ ବରଣ କରିଛନ୍ତି ।
ମେଘାଳୟରେ ଯେଉଁ ପ୍ରକାର ବିବାହ କରାଯାଏ, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେନି । ମେଘାଳୟରେ ଖାସି ଜନଜାତିଙ୍କ ମଧ୍ୟରେ ଏକ ଲୋକପ୍ରିୟ ବିବାହ ପରମ୍ପରା ରହିଛି ।
୧୦୮ ଟ୍ରେନରେ ସାଧାରଣ ବଗି ସଂଖ୍ୟା ବୃଦ୍ଧି କରାଯାଇଛି । ଛଟ ପୂଜା ଓ ଦୀପାବଳି ପାଇଁ ୧୨ ହଜାର ୫ଶହ କୋଚ ବଢ଼ାଇବାକୁ ଅନୁମତି ମିଳିଛି।
ପ୍ରେମିକା ପାଇଁ ଚୋର ସାଜିଲା ପ୍ରେମିକ । ଘର ଘର ବୁଲି ରାତି ଅଧରେ କଲା ଚୋରି । ପ୍ରେମିକାକୁ ଖୁସି କରିବା ପାଇଁ ପ୍ରତିଦିନ ରାତିରେ କରୁଥିଲା ଚୋରି ।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଗତ କିଛି ସପ୍ତାହ ହେଲା କମିଛି । ଏହାଦ୍ବାରା ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ରୁ ୩ ଟଙ୍କା କମିପାରେ ।
ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି। ଅର୍ଥ କମିଟିରେ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସ୍ଥାନ ମିଳିଛି।
ଏହି ବୃଦ୍ଧି ଫଳରେ ଅଣ କୁଶଳୀ ଶ୍ରମିକ ଏଣିକି ମାସିକ 20 ହଜାର 358 ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକ 22 ହଜାର 568, କୁଶଳୀ 24 ହଜାର 804 ଏବଂ ଉଚ୍ଚ କୁଶଳୀ ଶ୍ରମିକ ମାସିକ 26 ହଜାର 910 ଟଙ୍କା ପାଇବେ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ପ୍ରତି ୪ ଲକ୍ଷ ଲେଖାଏଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହାକୁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ନିୟୋଜିତ କରାଯିବ। ପରିବେଶ ଓ ଜଳବାୟୁ ସହ ବିଜ୍ଞାନ, ସ୍ବାସ୍ଥ୍ୟ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହି ସୁପର କମ୍ପ୍ୟୁଟର ସହଯୋଗ କରିବ। ଏକାସଙ୍ଗେ ହଜାରେ କମ୍ପ୍ୟୁଟରର କାମ କରିବ ସୁପର କମ୍ପ୍ୟୁଟର ପରମ ରୁଦ୍ର।
୫୯ ଖଣ୍ଡ କରି ହତ୍ୟା ପରେ ମହାଲକ୍ଷ୍ମୀଙ୍କ କଟା ଶରୀର ରଖିଥିଲା ଫ୍ରିଜରେ । ବଡ଼ଭାଇ ଦ୍ବାରା କେମିତି ହୋଇଥିଲା ମର୍ଡର, ଷ୍ଟୋରୀ କହିଲା ସାନଭାଇ ।