Advertisment

Indian Railways: ଭାରତୀୟ ରେଳ ଇତିହାସର ମୂକସାକ୍ଷୀ ହାଓଡ଼ା-କାଲକା ମେଲ୍

ଭାରତୀୟ ରେଳପଥର ଉତ୍ପତ୍ତି ୧୬୦ ବର୍ଷ ପୂର୍ବରୁ ଇଂରେଜ ଶାସନ ସମୟରୁ ଆରମ୍ଭ ହୋଇଥିଲା  । ଭାରତରେ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ୧୮୫୩ ମସିହା ଏପ୍ରିଲ୍ ୧୬ ତାରିଖରେ ମୁମ୍ବାଇର ବୋରି ବନ୍ଦରରୁ ଥାନେ ପର୍ଯ୍ୟନ୍ତ ଚଳାଚଳ କରୁଥିଲା ।

author-image
Otv Khabar Bureau
ଅଦ୍ୟତନ ହୋଇଛି
India’s oldest train, has 158 years old history

Indian Railways Oldest Train

ଭାରତରେ ଯାତ୍ରୀମାନଙ୍କ ପାଇଁ ସ୍ୱଳ୍ପ ଦୂରତା ସହ ଅଧିକ ଦୂର ଯାତ୍ରା ପାଇଁ ପରିବହନର ସବୁଠାରୁ ଆରାମଦାୟକ ଏବଂ ଶସ୍ତା ମାଧ୍ୟମ ହେଉଛି ଭାରତୀୟ ରେଳ । ଭାରତୀୟ ରେଳବାଇ ଯାତ୍ରୀଙ୍କ ଯାତ୍ରାକୁ ଉନ୍ନତ କରିବା ସହ ଆରାମଦାୟକ ଅନୁଭୂତି ଦେବା ପାଇଁ ଟ୍ରେନ୍ ଗୁଡ଼ିକର  ଗୁଣବତ୍ତା ପରିବର୍ତ୍ତନ କରିଥାଏ । 'ରାଜଧାନୀ' ଏବଂ 'ଶତାବ୍ଦୀ' ଏକ୍ସପ୍ରେସ ଭଳି ଏକ୍ସପ୍ରେସ ଟ୍ରେନ୍ ରୁ   ଆରମ୍ଭ କରି 'ବନ୍ଦେ ଭାରତ ଏକ୍ସପ୍ରେସ' ପର୍ଯ୍ୟନ୍ତ, ଟ୍ରେନ୍ ଗୁଡ଼ିକୁ ଆଧୁନିକୀକରଣ କରାଯାଇଛି । ଭାରତୀୟ ରେଳ ବିଭାଗ ଅଧୀନରେ ପ୍ରତିଦିନ ହାରାହାରି ପ୍ରାୟ 3,000 ଏକ୍ସପ୍ରେସ  ଟ୍ରେନ୍ ଚାଲିଥାଏ  ।

Advertisment

ଭାରତୀୟ ରେଳପଥର ଉତ୍ପତ୍ତି ୧୬୦ ବର୍ଷ ପୂର୍ବରୁ ଇଂରେଜ ଶାସନ ସମୟରୁ ଆରମ୍ଭ ହୋଇଥିଲା  । ଭାରତରେ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ୧୮୫୩ ମସିହା ଏପ୍ରିଲ୍ ୧୬ ତାରିଖରେ ମୁମ୍ବାଇର ବୋରି ବନ୍ଦରରୁ ଥାନେ ପର୍ଯ୍ୟନ୍ତ ଚଳାଚଳ କରୁଥିଲା । ଏହି ଅଗ୍ରଣୀ ଯାତ୍ରା ଭାରତର ବିଶାଳ ରେଳ ବ୍ୟବସ୍ଥାର ମୂଳଦୁଆ ସ୍ଥାପନ କରିଥିଲା, ଯାହା ସମୟ ସହିତ ବିସ୍ତାରିତ ହୋଇ ବିଶ୍ୱର ସର୍ବବୃହତ ରେଳ ବ୍ୟବସ୍ଥା ମଧ୍ୟରୁ ଗୋଟିଏ ହୋଇ ବିଶ୍ୱ ସ୍ତରରେ ଚତୁର୍ଥ ସ୍ଥାନ ପାଇପାରିଛି ।

ହାଓଡ଼ା-କାଲକା ମେଲ୍ ଭାରତର ସବୁଠାରୁ ପୁରୁଣା ଯାତ୍ରୀବାହୀ ଟ୍ରେନ୍ । ଏହା ୧୫୮ ବର୍ଷ ପୂର୍ବେ ଯାତ୍ରା ଆରମ୍ଭ କରିଥିଲା । ଏହା ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ହାଓଡ଼ାକୁ ହରିୟାଣାର ପଞ୍ଚକୁଲା ଜିଲ୍ଲାର ଏକ ସୁନ୍ଦର ସହର କାଲକା ସହିତ ସଂଯୋଗ କରୁଥିଲା । ଏହା  ୧୮୬୬ ମସିହା ଜାନୁଆରୀ ୧ ତାରିଖରେ ଚଳାଚଳ ଆରମ୍ଭ କରିବାପରେ, ପ୍ରଥମେ ହାଓଡ଼ା-ପେଶାୱାର ଏକ୍ସପ୍ରେସ୍ ନାମରେ ଜଣାଶୁଣା ଥିଲା । ଏହା ପ୍ରଥମେ ହାଓଡ଼ାରୁ ଆରମ୍ଭ ହୋଇଥିଲା ଏବଂ ଏହାର ଗନ୍ତବ୍ୟସ୍ଥଳ ଦିଲ୍ଲୀ ଥିଲା ଯାହା ପରେ ୧୮୯୧ ରେ ଦିଲ୍ଲୀରୁ କାଲକା ପର୍ଯ୍ୟନ୍ତ ବିସ୍ତାରିତ ହୋଇଥିଲା ।

Advertisment

ଏହା ବ୍ରିଟିଶ ଯୁଗରେ ଆରମ୍ଭ ହୋଇଥିବାରୁ ,ଏହାକୁ ଏକ ଐତିହାସିକ ଟ୍ରେନ୍ ଭାବେ ବିବେଚନା କରାଯାଏ । ଏହାକୁ ବ୍ରିଟିଶ ଅଧିକାରୀମାନେ ମୁଖ୍ୟତଃ ଭାରତର ତତ୍କାଳୀନ ରାଜଧାନୀ କୋଲକାତାରୁ ବ୍ରିଟିଶ ଗ୍ରୀଷ୍ମ ରାଜଧାନୀ ଶିମଲାକୁ ଯାତ୍ରା କରିବା ପାଇଁ ବ୍ୟବହାର କରୁଥିଲେ । ହାଓଡ଼ା-କାଲକା ମେଲ୍ ପୂର୍ବରୁ ଏହାର ନାମ ଭାରତ ରେଳ ମେଲ୍ ରହିଥିଲା । ତେବେ ଏହାର ନାମକୁ ତିନି ଥର ପରିବର୍ତ୍ତିତ କରାଯାଇଛି ।  କୁହାଯାଏ ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୯୪୧ ରେ ବ୍ରିଟିଶ ପ୍ରଶାସନଠାରୁ ରକ୍ଷା ପାଇବା ପାଇଁ ଧାନବାଦ ଜିଲ୍ଲାର ଗୋମୋହରୁ ଏହି ଟ୍ରେନ୍‌ରେ ଚଢ଼ିଥିଲେ ।

୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ବୋଷଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ହାଓଡ଼ା-କାଲକା ମେଲର ନାମକୁ ପରିବର୍ତ୍ତନ କରି 'ନେତାଜୀ ଏକ୍ସପ୍ରେସ' ଭାବରେ ନାମିତ କରିଥିଲେ ।

ଦୀର୍ଘ ଏକ ଶତାବ୍ଦୀରୁ ଉର୍ଦ୍ଧ ସମୟ , ଏହା ଭାରତର ଅତୀତ ସ୍ମୃତିକୁ ପୁନର୍ଜୀବିତ କରିବା ସହ , ଏହି ପ୍ରତୀକାତ୍ମକ ଟ୍ରେନ୍ ଭାରତର ଉପନିବେଶବାଦୀ ଯୁଗରୁ ସ୍ୱାଧୀନତା ଏବଂ ପରେ ଆଧୁନିକତା ଆଡ଼କୁ ପରିବର୍ତ୍ତନର ମୂକସାକ୍ଷୀ ହୋଇ ରହିଛି ।    

Indian Railways Railway Passengers Passenger Trains
Advertisment
Advertisment