• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଉତ୍ତର ପ୍ରଦେଶରେ ଅବସ୍ଥିତ ଧର୍ମନଗରୀ ପ୍ରୟାଗରାଜରେ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭ । ପୌଷ ପୂର୍ଣ୍ଣିମା ଅବସରରେ ଗଙ୍ଗା, ଯମୁନା ଏବଂ ପୁରାଣବର୍ଣ୍ଣିତ ସରସ୍ବତୀ ନଦୀର ସଙ୍ଗମ ସ୍ଥଳରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି । ମହାକୁମ୍ଭ ବେଳେ ସଙ୍ଗମରେ ବୁଡ଼ ପକାଇଲେ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ପ୍ରବଳ ଶୀତ ଓ ଘନ କୁହୁଡ଼ି ଏବଂ ବରଫ ଭଳି ଥଣ୍ଡା ପାଣିକୁ ଖାତିର ନକରି ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଲାଗିରହିଥିବା ଦେଖିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ: କୁମ୍ଭ, ଅର୍ଦ୍ଧକୁମ୍ଭ, ପୂର୍ଣ୍ଣ କୁମ୍ଭ ଓ ମହାକୁମ୍ଭ ମଧ୍ୟରେ ପାର୍ଥକ୍ୟ କ’ଣ...

୪୫ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ବିଶ୍ୱର ସର୍ବବୃହତ୍‌ ଧାର୍ମିକ ସମାବେଶ ବୋଲି କୁହାଯାଏ । ତେବେ ଚଳିତ ମହାକୁମ୍ଭରେ ଦେଶବିଦେଶରୁ ୪୦ କୋଟିରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଯୋଗଦେବେ ବୋଲି ଆକଳନ କରାଯାଇଛି । ଅନ୍ୟପଟେ ଦୀର୍ଘ ୧୪୪ ବର୍ଷ ପରେ ଦୁର୍ଲଭ ସ୍ବର୍ଗୀୟ ସଂଯୋଗ ପଡ଼ୁଥିବା ସନ୍ଥମାନେ ଦାବି କରୁଥିବାରୁ ଏଥର ମହାକୁମ୍ଭକୁ ସବୁଠୁ ଶୁଭ ବିବେଚନା କରାଯାଉଛି ।

ଏହି ମେଳାରେ ବସ୍‌ ଓ ଟ୍ରେନ୍‌ରେ ଆସିଥିବା ଶ୍ରଦ୍ଧାଳୁ ୧୦ ରୁ ୧୨ କିଲୋମିଟର ଚାଲିଚାଲି ଆସି ବୁଡ଼ ପକାଉଥିବା ଦେଖିବାକୁ ମିଳୁଛି ।

ତେବେ ଏହି ମେଳାକୁ ଆୟୋଜନ କରୁଥିବା ପ୍ରୟାଗରାଜ ମେଳା ପ୍ରାଧିକରଣ ଚାରିଟି ବିଶ୍ୱ ରେକର୍ଡ କରିବାକୁ ଲକ୍ଷ ରଖିଥିବା ବେଳେ,ଏହାର ଲୋକପ୍ରିୟତା ପାଇଁ ଗୋଟିଏ ପରେ ଗୋଟିଏ ରେକର୍ଡ କରୁଛି ଏହି ମେଳା ।

ଜାନୁଆରୀ ୧୧ ରୁ ଜାନୁଆରୀ ୧୬ ପର୍ଯ୍ୟନ୍ତ ଛଅ ଦିନ ମଧ୍ୟରେ ସାତ କୋଟି ଶ୍ରଦ୍ଧାଳୁ ମେଳାରେ ପବିତ୍ର ବୁଡ଼ ପକାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ କେବଳ ଗୁରୁବାର ସନ୍ଧ୍ୟା ୬ ଟା ମଧ୍ୟରେ ୩୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଏବଂ ସରସ୍ବତୀ ନଦୀର ସଙ୍ଗମ ସ୍ଥଳରେ ବୁଡ଼ ପକାଇଛନ୍ତି । ଏଥିରେ ଉତ୍ତରପ୍ରଦେଶ ସହ ଦେଶ ବିଦେଶରୁ ସାଧୁ ସନ୍ଥ ସାମିଲ ହୋଇଥିବାରୁ ଏଥିରେ ବିଭିନ୍ନ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ: ଆଖଡ଼ାରେ ବି ଅଛି ‘ପ୍ରମୋସନ ଓ ଆପ୍ରେଜାଲ’ ବ୍ୟବସ୍ଥା, ଜାଣନ୍ତୁ କିପରି ବଣ୍ଟାହୁଏ ପଦପଦବୀ

ଏହି ମେଳାରେ ଜାନୁଆରୀ ୧୧ ତାରିଖରେ ପ୍ରାୟ ୪୫ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ବେଳେ ୧୨ ତାରିଖରେ ରେକର୍ଡ ସଂଖ୍ୟକ ୬୫ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ । ଯାହା ଫଳରେ ପ୍ରଥମ ଦୁଇ ଦିନରେ ହିଁ ବୁଡ଼ ପକାଇଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଏକ କୋଟି ଛୁଇଁଥିଲା । ଏହାପରେ ୧୩ ତାରିଖ ପୌଷ ପୂର୍ଣ୍ଣିମାରେ ୧ କୋଟି ୭୦ ଲକ୍ଷ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ବେଳେ ୧୪ ତାରିଖରେ ମକର ସଂକ୍ରାନ୍ତି ଅବସରରେ ଏହି ସଙ୍ଗମରେ ସାଢେ ୩ କୋଟି ସାଧୁସନ୍ଥ ଓ ଶ୍ରଦ୍ଧାଳୁ ଶ୍ରଦ୍ଧା ଏବଂ ଉତ୍ସାହର ସହ ବୁଡ଼ ପକାଇଥିଲେ ।

ଏହିପରି ଭାବରେ ମହାକୁମ୍ଭର ପ୍ରଥମ ଦୁଇ ଦିନରେ ବିଶ୍ବାସର ସହ ୫.୨୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଥିଲେ । ତେବେ ଏହି ମେଳାରେ ଜାନୁଆରୀ ୧୫ ରେ ୪୦ ଲକ୍ଷ ଏବଂ ୧୬ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୩୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇ ଥିବା ବେଳେ ଏଥିରେ ବୁଡ଼ ପକାଇଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୭ କୋଟି ପାର କରିଛି ।

ଅନ୍ୟପଟେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ୫୫ରୁ ଊର୍ଦ୍ଧ୍ୱ ଥାନା ପ୍ରତିଷ୍ଠା କରାଯାଇ ପ୍ରାୟ ୪୫,୦୦୦ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ ପାଇଁ ୬,୪୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଦେଶର ବିଭିନ୍ନ ସହରରୁ ପ୍ରୟାଗରାଜକୁ ବିମାନ ଚଳାଚଳକୁ ତ୍ୱରାନ୍ବିତ କରିଥିବାବେଳେ ରେଲଓ୍ବେ ପକ୍ଷରୁ ୧୦,୦୦୦ ନିୟମିତ ଓ ୩,୦୦୦ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳର ବ୍ୟବସ୍ଥା କରାଯାଇଛି ।

ଅଧିକ ପଢ଼ନ୍ତୁ: ପ୍ରଥମ ଥର ପାଇଁ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା ମହାକୁମ୍ଭ ?

OTV is now on Whatsapp

Join and get latest news update delivered to you via whatsapp

Join Now