Advertisment

Mahakumbh 2025: ମହାକୁମ୍ଭ ମେଳା ପାଇଁ ଭାରତୀୟ ରେଳ ବିଭାଗର ସ୍ୱତନ୍ତ୍ର ପ୍ରସ୍ତୁତି , ଗଡ଼ିବ ୩୦୦୦ ସ୍ୱତନ୍ତ୍ର ଟ୍ରେନ୍

ବିଶ୍ୱ ପ୍ରସିଦ୍ଧ ‘ମହାକୁମ୍ଭ ମେଳା ୨୦୨୫’ର ଭବ୍ୟ ଆୟୋଜନରେ ଯୋଗଦେବା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ୨୦୧୯ ଅର୍ଦ୍ଧ କୁମ୍ଭ ତୁଳନାରେ ସାଢେ ଚାରି ଗୁଣ ଅଧିକ ଟ୍ରେନର ବ୍ୟବସ୍ଥା କରାଯାଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Kumbh Mela

Kumbh Mela

ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ୨୦୨୫ ପାଇଁ ମହା ଆୟୋଜନ କରିଛନ୍ତି ସରକାର । ବିଶ୍ୱ ପ୍ରସିଦ୍ଧ ‘ମହାକୁମ୍ଭ ମେଳା ୨୦୨୫’ର ଭବ୍ୟ ଆୟୋଜନରେ ଯୋଗଦେବା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ୨୦୧୯ ଅର୍ଦ୍ଧ କୁମ୍ଭ ତୁଳନାରେ ସାଢେ ଚାରି ଗୁଣ ଅଧିକ ଟ୍ରେନର ବ୍ୟବସ୍ଥା କରାଯାଇଛି । ରେଳ ବିଭାଗର ତଥ୍ୟ ଅନୁସାରେ ମହାକୁମ୍ଭ ମେଳାକୁ ପ୍ରାୟ ୩୦୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଗଡିବ। ଏହି ଟ୍ରେନମାନଙ୍କ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ ଦୂରଗାମୀ ଟ୍ରେନ୍ ହୋଇଥିବା ବେଳେ ୫୫୪ଟି ଟିକେଟ କାଉଣ୍ଟର ରହିଛି , ଯେଉଁଥିରେ ୧୫୧ଟି ମୋବାଇଲ୍ ଅଣସଂରକ୍ଷିତ ଟିକେଟ ସିଷ୍ଟମ୍ (UTS) କାଉଣ୍ଟର ସମେତ ଏହାର ମନିଟରିଂ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

Advertisment

ପ୍ରୟାଗରାଜ ଆଖପାଖରେ ଷ୍ଟେସନଗୁଡ଼ିକରେ ୧,୦୦୦ରୁ ଅଧିକ ସିସିଟିଭି କ୍ୟାମେରା ଓ ୧୨ଟି ଭାଷାରେ ଘୋଷଣା ବ୍ୟବସ୍ଥା କରାଯାଇଛି । ଏହା ପୃଥିବୀର ସବୁଠାରୁ ବଡ଼ ସମାଗମ ହୋଇଥିବା ବେଳେ ମହାକୁମ୍ଭ ପାଇଁ ସାରା ଦେଶରୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କୁ ସେବା ଯୋଗାଇବା ପାଇଁ ଭାରତୀୟ ରେଳ ବିଭାଗ ଏଥିରେ ସାମିଲ ହୋଇଛି । ରେଳ ମନ୍ତ୍ରଣାଳୟର ଅଧିକାରୀମାନଙ୍କ କହିବା ଅନୁଯାୟୀ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ପାଇଁ ନିରାପଦ, ସୁଗମ ଯାତୟାତ ସେବା ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ସେବା ପ୍ରଦାନ କରିବା ପାଇଁ ଏଥର ଅଧିକ ଉନ୍ନତ ପଦକ୍ଷେପ ନିଆଯାଇଛି ।

ଉତ୍ତର କେନ୍ଦ୍ରୀୟ ରେଳବାଇ (NCR) ର ପ୍ରୟାଗରାଜ ଅଞ୍ଚଳରେ ୯ଟି ଷ୍ଟେସନରେ ମୋଟ ୧୧୭୬ ସିସିଟିଭି (CCTV ) କ୍ୟାମେରା ସ୍ଥାପନ କରାଯାଇଛି। ଏହା ଦ୍ୱାରା ଷ୍ଟେସନ ଗୁଡିକ ମନିଟରିଂ ପାଇଁ ଲାଇଭ୍ ଫିଡ୍ ପ୍ରଦାନ କରାଯାଇପାରିବ । ତୀର୍ଥଯାତ୍ରୀ ମାନଙ୍କୁ ସହାୟତା କରିବା ପାଇଁ ମୋଟ ୧୨ ଟି ଭାଷାର ଘୋଷଣା ବ୍ୟବସ୍ଥା ଆରମ୍ଭ କରାଯାଇଥିବା ବେଳେ ବିଭିନ୍ନ ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ କୁମ୍ଭ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବା ପାଇଁ ରେଳ ଷ୍ଟେସନରେ ୨୨ ଟି ଭାଷାରେ ତଥ୍ୟ ଥିବା ଏକ ପୁସ୍ତିକା ଉପଲବ୍ଧ ଥିବା ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ସୁନ୍ଦରତାକୁ ନେଇ ଚର୍ଚ୍ଚାରେ ସାଧ୍ୱୀ, ୨ ବର୍ଷ ତଳେ ନେଇଥିଲେ ଦୀକ୍ଷା

ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ପରିବହନ ପାଇଁ ଭାରତୀୟ ରେଳବାଇ ୧୦,୦୦୦ ନିୟମିତ ଟ୍ରେନ୍ ଚଲାଉଥିବା ବେଳେ ୩୧୩୪ ଟି ସ୍ୱତନ୍ତ୍ର ଟ୍ରେନ୍ ଅନ୍ତର୍ଭୁକ୍ତ ରହିଛି । ଅଧିକାରୀମାନେ କହିଛନ୍ତି ଯେ ମହାକୁମ୍ଭ ପାଇଁ ମୋଟ ୧୮୬୯ ଟି  ସ୍ୱଳ୍ପ ଦୂରଗାମୀ ଟ୍ରେନ୍(short-distance trains), ୭୦୬ଟି  ଦୂରଗାମୀ ଟ୍ରେନ୍ (long distance train) ଏବଂ ୫୫୯ଟି ରିଙ୍ଗ ଟ୍ରେନ୍ (ring train) ଚଳାଚଳ କରୁଛି ।

ରେଳ ମନ୍ତ୍ରଣାଳୟ ମହାକୁମ୍ଭ ପାଇଁ କିଛି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ହାତକୁ ନେଇଛି । ଏହି ପ୍ରକଳ୍ପ ଗୁଡ଼ିକର ମୋଟ ମୂଲ୍ୟ ୩୭୦୦ କୋଟି ଟଙ୍କା ବୋଲି ଜଣାପଡିଛି । ତେବେ ସଙ୍ଗମ ଏବଂ ଏହା ସଂଲଗ୍ନ ଅଞ୍ଚଳକୁ ସଂଯୋଗ କରୁଥିବା ପ୍ରମୁଖ ଅଂଶ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟାନ୍ୟ ଅଂଶର କାର୍ଯ୍ୟ ଜାରି ରହିଥିବା ନେଇ ସୂଚନା ମିଳିଛି । ୨୦୨୫ ମହାକୁମ୍ଭକୁ ମୋଟ ୪୫ କୋଟି ତୀର୍ଥଯାତ୍ରୀ ଆସିବା ନେଇ ଆଶା କରାଯାଇ ଥିବା ବେଳେ କେବଳ ଜାନୁଆରୀ ୨୯ ତାରିଖରେ ମୌନି ଅମାବାସ୍ୟା ଅବସରେ ୫ କୋଟି ତୀର୍ଥଯାତ୍ରୀ ଆସିବା ନେଇ ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ମୌନ ବାବା; ୪୧ ବର୍ଷ ଧରି କଥା ହୋଇନାହାନ୍ତି; କେବଳ ଚା’ ପିଇ ବଞ୍ଚିଛନ୍ତି

Indian Railways Kumbh Mela
Advertisment
Advertisment