ଭାରତୀୟ ନିରାପତ୍ତା ବଳକୁ ପ୍ରତି ଦିନ ‘ଫେକ୍ କଲ୍ ଆସୁଛି । ଭାରତୀୟ ସଶସ୍ତ୍ର ବାହିନୀର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇ ଯବାନଙ୍କୁ କଲ କରାଯାଉଛି । ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବାରେଳ ଲାଗିଛି ।
ବିରୋଧୀଙ୍କୁ ନିଜ କାମ କରାଇ ଦେଉନଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ସଭାପତି । ଏହାସହ ସଂସଦର ସମୟ ନଷ୍ଟ ହେବା ଉଚିତ ନୁହେଁ ବୋଲି ସେ ଟ୍ୱିଟ୍ କରି କହିଛନ୍ତି । ତାଙ୍କ ମତରେ ମୁଦ୍ରାସ୍ଫତି, କୃଷକ ଏବଂ ପେଗାସସ୍ ଉପରେ ଆଲୋଚନା ହେବା ଉଚିତ୍ ।
ଆସାମ ଓ ମିଜୋରାମ ସୀମାରୁ ହଟିବେ ଉଭୟ ରାଜ୍ୟର ପୋଲିସ ଫୋର୍ସ । ସୀମା ବିବାଦର ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ସେଠାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ।
ପ୍ରବଳ ବର୍ଷା ଯୋଗୁଁ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି ।ତେବେ ଦିଲ୍ଲୀରେ ଗତକାଲି ପ୍ରବଳ ବର୍ଷାରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇଥିବା ନେଇ ସୂଚନା ମିଳିଛି। ସେପଟେ, ମହାରାଷ୍ଟ୍ରରେ ଜଳ ପ୍ରଳୟ
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାପରେ ବାସବରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ଏଥିସହ ମେନ୍ ବ୍ୟାଟଲ୍ ଟ୍ୟାଙ୍କ ଅର୍ଜୁନର MK-1A ଭର୍ସନରେ ୧୪ ପ୍ରକାର ପ୍ରମୁଖ ଉନ୍ନତୀକରଣ କରାଯାଇଛି । ଯାହାକି ମିଜାଇଲ୍ ଫାୟାର୍ କରିବାକୁ ମଧ୍ୟ ସକ୍ଷମ । ଏବେ ଏହା ପରୀକ୍ଷଣ ପର୍ଯ୍ୟାୟରେ ରହିଛି । ଏଭିତରେ ଭାରତ ୧୭୫୦ଟି ଉନ୍ନତ ମେନ୍ ବ୍ୟାଟଲ ଟ୍ୟାଙ୍କ କମ୍ବାଟ୍ ଭେହିକିଲ୍ (FICV) ପାଇଁ ରିକ୍ୱେଷ୍ଟ୍ ଫର୍ ଇନଫର୍ମେସନ୍ ଜାରି କରିଛି । ସେଗୁଡ଼ିକ ସମତଳ, ମରୁ ଓ ପାର୍ବତ୍ୟାଞ୍ଚଳରେ ଯୁଦ୍ଧ କରିବାକୁ ସମର୍ଥ ହେବ ଏବଂ କେମିକାଲ୍, ବାୟୋଲୋଜିକାଲ୍ ଓ ନ୍ୟୁକ୍ଲିଅର ଆକ୍ରମଣରେ ସୈନ୍ୟଙ୍କୁ ସୁରକ୍ଷା ଦେବ।
ଗୁଜୁରାଟର ଧୋଲାବିରାକୁ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା । ୟୁନେସ୍କୋ ହେରିଟେଜ୍ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୟୁନେସ୍କୋର ୪୪ତମ ଓ୍ୱାଲ୍ଡ ହେରିଟେଜ୍ କମିଟି ବୈଠକରେ ଗୁଜୁରାଟର ହରପ୍ପା ଯୁଗର ସହର କୁହାଯାଉଥିବା ଧୋଲାବିରାକୁ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ଦିଆଯାଇଛି ।
କୋହ୍ଲାପୁରର ଚିଖଳ ଅଞ୍ଚଳରେ ମଧ୍ୟ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଅନେକ ଅଞ୍ଚଳ ଜଳମଗ୍ନ ଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡ଼ିଆର୍ଏଫ୍ ଯବାନ ବୋଟ୍ ଯୋଗେ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରୁଛନ୍ତି
୧୯୭୨ରେ ଅରୁଣାଚଳପ୍ରଦେଶକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦିଆଯିବା ବେଳେ ୧୯୮୭ରେ ଏହା ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇଥିଲା। ସେହିପରି ଆସାମକୁ ଭାଗ ଭାଗ କରି ନୂଆ ରାଜ୍ୟ ଗଠନ କରାଯାଇଥିଲା। ୧୯୬୩ରେ ନାଗାଲ୍ୟାଣ୍ଡ, ୧୯୭୨ରେ ମେଘାଳୟ, ୧୯୮୭ରେ ମିଜୋରାମକୁ ରାଜ୍ୟର ମାନ୍ୟତା ମିଳିଥିଲା। ନାଗା, ଖାସି, ଗାରୋ ଓ ମିଜୋଙ୍କ ରାଜନୈତିକ ଅଭିଳାଷା ପୂରଣ ଲାଗି ଏହି ପଦକ୍ଷେପ ନେଇଥିଲେ କେନ୍ଦ୍ର ସରକାର। ଜାତି, ଓ ସଂପ୍ରଦାୟ ଭିତ୍ତିରେ ରାଜ୍ୟଗଠନ ଏହି ଅଞ୍ଚଳକୁ ସ୍ୱତନ୍ତ୍ର ରାଜନୈତିକ ମାନ୍ୟତା ତ ଦେଇଥିଲା ମାତ୍ର ରାଜ୍ୟ ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣ ଠିକରେ ହୋଇନଥିବାରୁ ନୂଆ ବିବାଦର ସୂତ୍ରପାତ ହୋଇଥିଲା।
ଉଗ୍ରରୂପ ଧାରଣ କରିଛି ଆସାମ-ମିଜୋରାମ ସୀମା ବିବାଦ। ଉଭୟ ରାଜ୍ୟର ପୋଲିସ ମଧ୍ୟରେ ଗୁଳିବିନି ମୟ ଘଟି ଆସାମ ପୋଲିସର ୬ ଯବାନ ପ୍ରାଣ ହରାଇଛନ୍ତି। ୮୦ରୁ ଅଧିକ ଆହତ ହୋଇଛନ୍ତି। ମିଜୋରାମ ପୋଲିସ ଲାଇଟ୍ ମେସିନ୍ ଗନ୍ ବ୍ୟବହାର କରିଥିବା ଅଭିଯୋଗ ଆସୁଛି। ଏଥିରୁ ସ୍ଥିତି କେତେ ସଂଗୀନ ତାହା ବୁଝା ପଡୁଛି
ମଙ୍ଗଳବାର ଦିନ ସୀତାମଢ଼ି ଜିଲ୍ଲାର ଭାଟୋଲିଆ ଗାଁର ମଧ୍ୟମ ବିଦ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ପ୍ରଥମେ କରୋନା ଟିକା ନେବା ପାଇଁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯେଉଁଥିରେ ଅନ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା ।
ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ମନସୁଖ ମାଣ୍ଡଭିୟା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ କିଛି ପରିବର୍ତ୍ତନ କରିଛନ୍ତି । ମନ୍ତ୍ରଣାଳୟର ପ୍ରତ୍ୟେକ ମହଲାରେ ଏକ ବକ୍ସ ଲଗାଯାଇଛି । କାଠରେ ତିଆରି ଏହି ବାକ୍ସରେ ଲେଖାଯାଇଛି ଆଇଡିଆ ବକ୍ସ ।
ବିଜେପିର ବିଜୟରଥ ରୋକିବାକୁ ପ୍ରୟାସ କରୁଛନ୍ତି ବିରୋଧୀ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତରେ ବିରୋଧୀ ଦଳର ନେତାଙ୍କ ସହ ସାକ୍ଷାତ ପର୍ବ ଜାରି ରଖିଛନ୍ତି । ଆଜି ସନ୍ଧ୍ୟାରେ ସୋନିଆ ଗାନ୍ଧୀଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଆଉ ଏହି ଭେଟଘାଟ ଉପରେ ସମସ୍ତଙ୍କ ନଜର ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲିଙ୍ଗାୟତ ସଂପ୍ରଦାୟର ଟାଣୁଆ ନେତା ବାସବରାଜ ବୋମାଇ । ଆଜିଠାରୁ କର୍ଣ୍ଣାଟକରେ ନୂତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଶାସନ ଚାଲିବ ।
ବୁଧବାର ଭୋର ପ୍ରାୟ ୪ଟା ୨୦ରେ ବାଦଲ ଫାଟିଥିଲା। ପ୍ରବଳ ବର୍ଷାରେ ୫ ଘର ଭୁଷୁଡି ଯାଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ନିଖୋଜ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେନା, ପୋଲିସ ଏବଂ ପ୍ରଶାସନର ମିଳିତ ସହଯୋଗରେ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଯାଉଛି।
ରାସ୍ତାରେ ବସ୍ଟି ହଠାତ୍ ଖରାପ ହୋଇଗଲା। ଅନେକ ଯାତ୍ରୀ ବସ୍ ଭିତରେ ଥିଲେ। ଆଉ କିଛି ଯାତ୍ରୀ ବସ୍ ତଳେ ଶୋଇଥିଲେ। ଟ୍ରେଲରଟି ବସ୍କୁ ଧକ୍କା ଦେବା ସହ ତଳେ ଶୋଇଥିବା ଲୋକଙ୍କ ଉପରେ ଚଢି ଯାଇଥିଲା।
କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁଙ୍କ ସହ ପିଜ୍ଜା ଖାଇଲେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁ । ଗତକାଲି ନୂଆଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଜୁରାଟର ହରପ୍ପା ସମୟର ସହର ଧୋଲାବିରାକୁ ମିଳିଛି ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ। ମିଳିତ ଜାତିସଂଘ ମଙ୍ଗଳବାର ଏହି ସୂଚନା ଦେଇଛି। ମିଳିତ ଜାତିସଂଘର ଶୈକ୍ଷଣିକ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଟୁଇଟ୍ କରି ଲେଖିଛି, “ଧୋଲାବିରା: ଭାରତରେ ଏକ ହରପ୍ପାକାଳିନ ସହରକୁ ବିଶ୍ୱ ଐତିହ୍ୟ ତାଲିକାରେ ଏବେ ଯୋଡି ଦିଆଯାଇଛି।"
ଏହାକୁ ନେଇ ଆମେ ବିରକ୍ତ ମଧ୍ୟ ହୋଇଥାଆନ୍ତି। କିନ୍ତୁ ଥରେ ଚିନ୍ତା କରନ୍ତୁ ଯେତେବେଳେ ଆପଣ ଏଟିଏମ ସମ୍ମୁଖରେ ଛିଡ଼ା ହୋଇଥିବେ ଆଉ ମେସିନ୍ରୁ ଟଙ୍କା ବାହାରୁଥିବ ସେତେବେଳେ ଆପଣ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। କେବଳ ଆଶ୍ଚର୍ଯ୍ୟ ହେବେ ତାହା ନୁହେଁ ବରଂ ଖୁସି ମଧ୍ୟ ହେବେ।
କୁହାଯାଉଛି କେନ୍ଦ୍ର ନେତାମାନେ ମନ୍ତ୍ରୀ ଅଦଳବଦଳକୁ ନେଇ ଗ୍ରୀନ ସିଗନାଲ ଦେବାରେ ଡ଼େରି କରୁଛନ୍ତି ତେଣୁ ଗେହେଲଟ୍ ମଧ୍ୟ ଚୁପ୍ ରହିଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମସ୍ତଙ୍କୁ ନଜରରେ ରଖି ଆସନ୍ତା ମାସ ଅର୍ଥାତ୍ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ।
ଏହାସହ ଦିଦି କହିଛନ୍ତି ଦେଶରେ କରୋନା ଯେମିତି ଭାବରେ କାୟା ବିସ୍ତାର କରିଛି ଏବଂ ଯେତେ ମାତ୍ରାରେ ଲୋକଙ୍କ ଜୀବନ ଯାଉଛି ତାହାକୁ ନେଇ ଆମେ ଚିନ୍ତିତ।
ଗତ ସପ୍ତାହରେ ୪୬ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତ ଉପରେ ଥିଲା କିନ୍ତୁ ସବୁଠି ଖୁସିର କଥା ୫୪ ଜିଲ୍ଲା ଭିତରେ ଓଡ଼ିଶାର କୌଣସି ଜିଲ୍ଲା ନଥିବା ଜଣାପଡ଼ିଛି। ହେଲେ ପୁଣି ଥରେ ବିଭିନ୍ନ ଦେଶରେ କେସ୍ ବଢ଼ୁଥିବା କଥା କହିଲେ ଲବ୍ ଅଗ୍ରୱାଲ। ଆମେରିକା, ଫ୍ରାନ୍ସ, ମାଲେସିଆ, ଥାଇଲାଣ୍ଡ ଭଳି ଦେଶରରେ ପୁଣି କେସ୍ ବଢୁଛି। ତେଣୁ ଆମକୁ ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ପଡ଼ିବ ବୋଲି କହିଲେ ଲବ୍ ଅଗ୍ରୱାଲ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଦେଶରୁ ୩,୦୬,୨୧,୪୬୯ ଜଣ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇସାରିଲେଣି। ସେହିପରି ମୋଟ୍ରେ ୪,୨୧,୩୮୨ ଜଣ ପ୍ରାଣ ହରାଇଛନ୍ତି। କେବଳ ଏତିକି ନୁହେଁ ବରଂ ଏବେ ସୁଦ୍ଧା ୪୪,୧୨,୧୨,୩୯୫ ଲୋକଙ୍କୁ କେନ୍ଦ୍ର ସରକାର ଭ୍ୟାକ୍ସିନ୍ ଦେଇଥିବା ସୂଚନା ମିଳିଛି।
କିନ୍ତୁ ତଳକୁ ଓହ୍ଲାଇବାର ରାସ୍ତା ନଥିଲେ ତେଣୁ ବାଧ୍ୟ ହୋଇ ବସ୍ ମଧ୍ୟରେ ହିଁ ଫଶିରହିଥିଲେ ଲୋକେ। କେବଳ ପ୍ରଶାସନକୁ ଗୁହାରି କରିବା ସହ ସେମାନଙ୍କ ପାଖରେ କୌଣସି ବିକଳ୍ପ ନଥିବା ପରି ମନେ ହେଉଥିଲା। ବସ୍ରେ ଛୋଟିଆ ପିଲାମାନେ ଥିବାରୁ ସ୍ଥିତି ଆହୁରି ଜଟିଳ ହୋଇଥିଲା।
ଗତକାଲି ଆସାମର କାଚାର ଜିଲ୍ଲା ଲୀଳାପୁର ଗାଁ ଓ ମିଜୋରାମ୍ କୋଲାସିବ ଜିଲ୍ଲାର ବୈରେଙ୍ଗତେ ଗାଁର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳରୁ ଘଟଣା ଉଗ୍ର ରୂପ ନେଇଥିଲା। ଗଣ୍ଡଗୋଳରେ ଆସାମ ପୋଲିସର ୬ ଜଣ ଯବାନ ପ୍ରାଣ ହରାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଏହାସହ ସେ ମେଡିକାଲରେ ଚିକିତ୍ସା ହେଉଥିବା ପୋଲିସଙ୍କୁ ଯାଇ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି