ଚୋରର ଅଭ୍ୟାସ ଚୋରି କରିବା। ସେ ଯେଉଁଠିକୁ ବି ଯାଉ, ସ୍ଥିତି ଯାହା ବି ହେଉ ଚୋର କୌଶଳ କ୍ରମେ ଚୋରି କରି ନେଇଥାଏ । ହେଲେ ଆଜି ଜଣେ ଅଜବ ଚୋରର ଗଜବ କାହାଣୀ ବିଷୟରେ କହିବୁ।
ପୁଲୱାମା ଜିଲ୍ଲାର ନାଗବେରାନ-ତାରସର ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେଦୁଇ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । କାଶ୍ମୀର ଜୋନ୍ ପୋଲିସ ସୂଚନା ଅନୁସାରେ ବର୍ତ୍ତମାନ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି
ଏଲୋପାଥିକୁ ନେଇ ଅଶୋଭନୀୟ ଟିପ୍ପଣୀ ପାଇଁ ଦିଲ୍ଲୀ ହାଇକୋର୍ଟ ଆଜି ଯୋଗ ଗୁରୁ ବାବା ରାମଦେବଙ୍କୁ ନୋଟିସ୍ ଜାରି କରିଛନ୍ତି । ବାବା ରାମଦେବ ଏଲୋପାଥି ଓ ଡାକ୍ତରମାନଙ୍କ ସମ୍ବନ୍ଧରେ ଭୁଲ୍ ତଥ୍ୟର ପ୍ରସାର କରାଉଥିବା ଏହି ନୋଟିସରେ କହିଛନ୍ତି ହାଇକୋର୍ଟ ।
ଭୟଙ୍କର..ବୀଭତ୍ସ...ଘଟଣା। ନା ବର୍ଣ୍ଣନା କରିହେଉଛି, ନା ସେ ଚିତ୍ରକୁ ସ୍ପଷ୍ଟ ଦେଖିହେଉଛି। ମଣିଷଙ୍କ ଶବ ପଡ଼ିଛି ଜାକୁ ଜୁକି ହୋଇ। ଆଉ ତାହାରି ଭିତରେ ସାଇଣ୍ଟିଫିକ୍ ଟିମକୁ ଧରି ଚାଲିଛି ଆନ୍ଧ୍ର ପୋଲିସର ତନାଘନା । କାରଣ ଛଅ ଛଅ ଜଣ ଖଟିଖିଆ ମଣିଷଙ୍କ ଶୋଚନୀୟ ଭାବେ ଗୁଣ୍ଟୁର ଜିଲ୍ଲା ରେପାଲ ସ୍ଥିତ ଲଙ୍କେଭାନିଡିବାରେ ମୃତ୍ୟୁ ହୋଇଛି। ଯାହାଙ୍କ ଘର ସୁଦୂର ରାୟଗଡ଼ା ଜିଲ୍ଲା ଗୁଣୁପୁର ଏବଂ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ
ପେଗାସସ୍ ସ୍କାଣ୍ଡାଲର ଶୁଣାଣି କରିବେ ସୁପ୍ରିମକୋର୍ଟ । ଆସନ୍ତା ସପ୍ତାହରେ ଏହି ଶୁଣାଣି ହୋଇପାରେ ବୋଲି କହିଛନ୍ତି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା ।
ଲାହୌଲ ଓ ସ୍ପିତି ଜିଲ୍ଲାର ଉଦୟପୁର ସବଡ଼ିଭିଜନରେ ଭୂସ୍ଖଳନ ଯୋଗୁଁ ଅତିକମରେ ୧୭୫ ପର୍ଯ୍ୟଟକ ଫସି ରହିଥିବା ଜଣାପଡିଛି। ସେମାନଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ନିୟୋଜିତ କରାଯାଇଛି। ହେଲେ ଖରାପ ପାଗ ଯୋଗୁଁ ହେଲିକର ଉଡାଣ ଭରି ପାରୁ ନଥିବା ସୂଚନା ମିଳିଛି।
ହଜିଗଲା ପୋଷା କୁକୁର । ଅନେକ ଖୋଜାଖୋଜି ହେଲା, ମିଳିଲାନି। ଏପରିକି ସବୁ ପୋଲିସ ଅଫିସର ଜୀ-ଜାନ ଲାଗାଇ ଦେଲେ। ମଣିଷକୁ ଅପହରଣ କରି ଅଭିଯୁକ୍ତ ବୁଲୁଛି। ଅଥଚ ନିଖୋଜ କୁକୁର ଧରିବା ପାଇଁ ଏତେ ତତ୍ପରତା ? କ’ଣ ପାଇଁ ?
କୋଭିଡ୍-୧୯ ମହାମାରୀ ସଂକ୍ରମଣର ଦ୍ୱତୀୟ ଲହର ପ୍ରତି ଧ୍ୟାନ ଦେଇ ଏବର୍ଷ ‘ସିବିଏସ୍ଇ’ ୧୦ମ ଓ ୧୨ଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିଲା। ବୋର୍ଡଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାୟନ ପଦ୍ଧତି ଯୋଗେ ଏଥର ଛାତ୍ରଛାତ୍ରୀମାନଙ୍କର ଫଳାଫଳ ସ୍ଥିର କରାଯାଇଛି। ପିଲାଙ୍କ ରେଜଲ୍ଟ ପାଇଁ ଆଭ୍ୟନ୍ତରୀଣ ମୂଲ୍ୟାୟନ ପ୍ରକ୍ରିୟା ଓ ପୂର୍ବବର୍ଷର ଫଳକୁ ମଧ୍ୟ ହିସାବ କରାଯାଇଛି।
ସେପଟେ ଜେହେରୁଲ ଇସଲାମ୍ ନାମକ ଜଣେ ପୋଲିସ କର୍ମୀ ୧୩ଟି ଗୁଳି ଖାଇବା ପରେ ମଧ୍ୟ ଏବେ ବି ଜୀବିତ ଅଛନ୍ତି। ଗୁଳି ବାଜିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଆଉ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଜେହେରୁଲ୍। ତେବେ ଡାକ୍ତର କହିଛନ୍ତି ଯେ, ବର୍ତ୍ତମାନ ସମୟରେ ବି ତାଙ୍କ ଦେହରେ ଗୁଳି ରହିଛି। ଆଉ ଖୁବଶୀଘ୍ର ଅପରେସନ୍ ହୋଇ ଗୁଳି ବାହାର କରାଯିବ। ଆଉ ଆସାମ ପୋଲିସରେ କାର୍ଯ୍ୟରତ ଥିବା ଏହି ଦୁଇ ଯୱାନଙ୍କୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। କାରଣ ଜଣେ ଦେଶ ପାଇଁ ସହୀଦ୍ ହୋଇଯାଇଥିବା ବେଳେ ଆଉ ଜଣେ ୧୩ ଗୁଳି ଖାଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।
ଦୁଇ ଦିନ ଧରି ହରିୟାଣାର ଯମୁନାନଗରର ହତିନକୁଣ୍ଡ ବ୍ୟାରେଜରୁ ଜଳ ନିଷ୍କାସନ ହେଉଛି। ତେଣୁ ଦିଲ୍ଲୀ ଆଡକୁ ଲକ୍ଷ ଲକ୍ଷ କ୍ୟୁସେକ୍ ପାଣି ମାଡ଼ି ଆସୁଛି। ଶୁକ୍ରବାର ସକାଳେ, ଦିଲ୍ଲୀର ଯମୁନାର ଜଳସ୍ତର ୨୦୫.୧୭ ମିଟରରେ ପହଞ୍ଚିଛି। ଯାହାକି ବିପଦ ସଙ୍କେତ ପାର୍ କରିଥିବା ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସେପଟେ, ଥମିବାରେ ନା ନେଉ ନାହିଁ ରାଜସ୍ଥାନ ରାଜନୀତି। ଗେହେଲଟ୍ ନିଜର ଦବଦବା ଜାହିର କରିବା ପାଇଁ ପ୍ରଚେଷ୍ଟା ଜୋରଦାର କରିଛନ୍ତି। ଏମିତି ବିଧାୟକ ଦଳ ବୈଠକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହେଲଟ୍।
ପୁଣି ଜଣେ ବିଚାରପତିଙ୍କୁ ହତ୍ୟା ଉଦ୍ୟମ। ଫତେହପୁର ଜିଲ୍ଲା ଦୌରା ଜଜ୍ ଗୁରୁବାର ଏକ ବଡ ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ତେବେ ବମ୍ବେ ହାଇକୋର୍ଟ ଯାଇଛି ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ପ୍ରସ୍ତୁତ ମାମଲା। ଏହି ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ବର୍ତ୍ତମାନ ୧୪ ଦିନିଆ ନ୍ୟାୟିକ ହେପାଜତରେ ରହିଥିବା ବେଳେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶିଳ୍ପା। ୨୯ ମିଡିଆ ହାଉସ ଉପରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ଅତିରଞ୍ଜିତ ଖବର ପରିବେଷଣର ଅଭିଯୋଗ ଆଣି କ୍ଷତିଭରଣା ପାଇଁ ମୋଟା ଅଙ୍କର ଅର୍ଥ ଦାବି କରିଛନ୍ତି ଶିଳ୍ପା
ସୂଚନା ଅନୁସାରେ, ରାଜସ୍ଥାନର କଂଗ୍ରେସର ପ୍ରଭାରୀ ଅଜୟ ମାକେନ୍ ୨ ଦିନ ଧରି ପ୍ରତ୍ୟେକ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ଉଭୟ ନେତାଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ କେମିତି ହେବ ତାହା ଉପରେ ନଜର ରହିଛି। ଦଳୀୟ ନେତାଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ ଅଜୟ। ଏହାପରେ ଗେହେଲଟ୍ଙ୍କ ସହ ଦୀର୍ଘ ସମୟ ଧରି ରୁଦ୍ଧ ଦ୍ୱାର ବୈଠକ ମଧ୍ୟ କରିଥିଲେ। ଆଉ ଏହି ଆଲୋଚନା ସମୟରେ ଅଶୋକ କହିଥିଲେ ପୂର୍ବରୁ ଯାହା ହୋଇଛି ତାହାକୁ ଭୁଲିଯାଇ ବର୍ତ୍ତମାନ ସମୟରେ କେମିତି ଆଗକୁ ବଢି କାମ କରିବା ତାହା ଗୁରୁତ୍ୱପୂର୍ଣ୍ଣ।
ଜମ୍ମୁ-କଶ୍ମୀର ଆକାଶରେ ପୁଣି ଦେଖିବାକୁ ମିଳିଛି ସନ୍ଦଗ୍ଧ ଡ୍ରୋନ। ଗୁରୁବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରର ସମ୍ବା ଜିଲ୍ଲାରେ ତିନ ଭିନ୍ନ ଭିନ୍ନ ସ୍ଥାନରେ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା।
୮ ଅଗଷ୍ଟ ୧୯୯୪ରେ ଚାନୁଙ୍କ ଜନ୍ମ । ଉଚ୍ଚତା ୪ ଫୁଟ୍ ୧୧ ଇଞ୍ଚ। ମୀରାବାଈ ୨୦୧୪ ପରଠାରୁ ସବୁବେଳେ ଆନ୍ତର୍ଜାତୀୟ ଇଭେଣ୍ଟରେ ନିଜର ଅସ୍ଥିତ୍ୱ ଜାହିର କରି ଅସିଛନ୍ତି । ପ୍ରଥମେ ୪୮ କେଜି ବର୍ଗରେ ଭାରଉତ୍ତୋଳନରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ବିଶ୍ୱ ଚାମ୍ପିଅନ୍ସିପ୍ ଟାଇଟାଲ ହାସଲ କରିବା ସହ କମନ୍ ୱେଲ୍ଥ ଗେମ୍ସରେ ଅନେକ ମେଡାଲ ନିଜ ନାଁରେ କରିଥିଲେ
ଭାରତୀୟ ସାଂକେତିକ ଠାର ପାଇଲା ଭାଷା ମାନ୍ୟତା । ସାଂକେତିକ ଭାଷା ବା ଠାରକୁ ଭାଷା ମାନ୍ୟତା ମିଳିଲା । ଜାତୀୟ ଶିକ୍ଷା ନୀତି ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ।
ଜାତୀୟ ଶିକ୍ଷା ନୀତିକୁ ପୁରିଲା ବର୍ଷେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦେଶକୁ କଲେ ସମ୍ବୋଧନ । ଗତ ବର୍ଷକ ମଧ୍ୟରେ ଜାତୀୟ ଶିକ୍ଷା ନୀତିକୁ ନେଇ ବହୁ ନିଷ୍ପତ୍ତି ନିଆଯାଇଛି । ନୂଆ ଶିକ୍ଷା ନୀତି ରାଷ୍ଟ୍ର ନିର୍ମାଣରେ ବଡ଼ ଯୋଗଦାନ ରଖିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦୯ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳୁ ଟ୍ୱିଟରରେ ସକ୍ରିୟ ଅଛନ୍ତି । ୨୦୧୦ ମସିହାରେ ଟ୍ୱିଟରରେ ତାଙ୍କର ଏକ ଲକ୍ଷ ଫଲୋଅର୍ସ ଥିଲେ ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ, ଦେଶର ପାଖାପାଖି ୫୫୦୦ ଛାତ୍ରଛାତ୍ରୀମାନେ ଲାଭ ପାଇବେ। ପ୍ରତ୍ୟେକ ବର୍ଷ ୧୫୦୦ ପଛୁଆ ବର୍ଗ (MBBS) ପାଇଁ ଓ ୨୫୦୦ ପଛୁଆ ବର୍ଗ ପିଲା ପୋଷ୍ଟଗ୍ରାଜୁଏଟ୍ରେ ନାମ ଲେଖାଇବା ବେଳେ ଏହାର ଲାଭ ଉଠାଇପାରିବେ। ଠିକ୍ ସେହିପରି ଆର୍ଥିକ ଅନଗ୍ରସର ପିଲାମାନେ (MBBS)ରେ ୫୫୦ ଏବଂ ପୋଷ୍ଟ ଗ୍ରାଜୁଏଟ୍ରେ ୧୦୦୦ ଛାତ୍ରଛାତ୍ରୀ ଲାଭ ପାଇବେ। ଏଠାରେ କହିରଖୁଛୁ ଯେ, ସରକାରଙ୍କ ଅଧୀନରେ ଥିବା ମୋଟ ସିଟ୍ ମଧ୍ୟରୁ ୧୫ ପ୍ରତିଶତ ୟୁଜି (ସ୍ନାତକୋତ୍ତର) ଏବଂ ୫୦ ପ୍ରତିଶତ ପିଜି (ପୋଷ୍ଟ ଗ୍ରାଜୁଏଟ୍) ସିଟ୍ ଅଲ ଇଣ୍ଡିଆ କୋଟା ଅଧୀନରେ ରହିଛି।
ଏମିତିକି ଗୋଟିଏ ସ୍ଥାନରେ ଏକା ସାଙ୍ଗରେ ଅନେକ ବାଦଲ ଫାଟିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଆଉ ଯଦି ଏକା ସାଙ୍ଗରେ ଏମିତି ହୁଏ ତେବେ କ୍ଷୟକ୍ଷତିର ଆକଳନ କରିବା ବୋଧହୁଏ ମୁସ୍କିଲ ହେବ। କାରଣ ଭୟଙ୍କର ଭାବରେ ଧନଜୀବନ ନଷ୍ଟ ହୋଇଥାଏ। ୨୦୧୩ ମସିହାରେ କେଦାରନାଥରେ ଏପରି ସ୍ଥିତି ଉପୁଜିଥିଲା। ତେବେ ଏଠାରେ ସ୍ପଷ୍ଟ କରୁଛୁ, କେଦାରନାଥରେ ଯେଉଁ ବାଦଲ ଫଟା ବର୍ଷା ହୋଇଥିଲା ସାଧରଣ ଭାବରେ ତାହା ହୁଏ ନାହିଁ କିନ୍ତୁ ଯଦି ହେଲା ତାହାଲେ କଥା ସରିଲା।
ମର୍ଣ୍ଣିଂ ୱାକ୍ରେ ଯାଇଥିବା ଝାରଖଣ୍ଡ ରାଜ୍ୟ ଧାନବାଦର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କୁ ଉତ୍ତମ ଆନନ୍ଦଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଝାରଖଣ୍ଡ ହାଇକୋର୍ଟ ନିଜ ତରଫରୁ ସହରର ପୋଲିସ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛି।
CII କହିଛି, ଏହି ଯୋଜନାରେ ପୂର୍ବରୁ ବୀମା ନଥିଲା। ତେଣୁ ଲୋକମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲେ । କେବଳ ଏତିକି ନୁହେଁ ମଧ୍ୟ ହିତାଧୀକାରୀଙ୍କ ପ୍ରାଣ ଯିବା ପରେ ସେମାନଙ୍କ ପରିବାର ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ବୀମା ସୁବିଧା କଲେ ହିତାଧିକାରୀମାନେ ଲାଭ ପାଇବେ।
ତେଣୁ ଲୋକମାନେ ନିଜର ଅତ୍ୟାବଶ୍ୟ ସାମଗ୍ରୀ ଉଦ୍ଧାର ମଧ୍ୟ କରିପାରିନଥିଲେ କି ସୁରକ୍ଷିତ ସ୍ଥାନକୁ ଯାଇପାରିନଥିଲେ ଯେଉଁଥି ଲାଗି ଅଧିକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସ୍ଡିଆର୍ଏଫ୍) ନିଖୋଜମାନଙ୍କୁ ଖୋଜିବା ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସେ ହିନ୍ଦୁ। ଇସ୍ଲାମ୍ ଧର୍ମ ଗ୍ରହଣ କରିନାହାନ୍ତି। ଏହାର ପ୍ରମାଣ ଦେବା ପାଇଁ ୨୦୦ କିମି ଚାଲି ଚାଲି ସୁପ୍ରିମ କୋର୍ଟ ଆସିଲେ ମିରଟ ମ୍ୟାନ ।