Advertisment

୨୪ ଘଂଟାରେ ୪୨୫ ଜଣଙ୍କ ପ୍ରାଣ ନେଲା କରୋନା

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଦେଶରୁ ୩,୦୬,୨୧,୪୬୯ ଜଣ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇସାରିଲେଣି। ସେହିପରି ମୋଟ୍‌ରେ ୪,୨୧,୩୮୨ ଜଣ ପ୍ରାଣ ହରାଇଛନ୍ତି। କେବଳ ଏତିକି ନୁହେଁ ବରଂ ଏବେ ସୁଦ୍ଧା ୪୪,୧୨,୧୨,୩୯୫ ଲୋକଙ୍କୁ କେନ୍ଦ୍ର ସରକାର ଭ୍ୟାକ୍ସିନ୍‌ ଦେଇଥିବା ସୂଚନା ମିଳିଛି।

author-image
Sarbeswar
ଅଦ୍ୟତନ ହୋଇଛି
୨୪ ଘଂଟାରେ ୪୨୫ ଜଣଙ୍କ ପ୍ରାଣ ନେଲା କରୋନା

coronavirus

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କମିବାରେ ଲାଗିଛି ସଂକ୍ରମଣ। ୨୪ ଘଂଟାରେ ମାତ୍ର ୨୯,୬୮୯ ଜଣ କରୋନାରେ ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ୨୪ ଘଂଟାରେ ୪୨୫ ଜଣଙ୍କ ପ୍ରାଣ ନେଇଛି କରୋନା। ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ଦେଶରେ ଆକ୍ଟିଭ୍‌ କେସ୍‌ର ସଂଖ୍ୟା ୩,୯୮,୧୦୦ ରହିଛି।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଦେଶରୁ ୩,୦୬,୨୧,୪୬୯ ଜଣ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇସାରିଲେଣି। ସେହିପରି ମୋଟ୍‌ରେ ୪,୨୧,୩୮୨ ଜଣ ପ୍ରାଣ ହରାଇଛନ୍ତି। କେବଳ ଏତିକି ନୁହେଁ ବରଂ ଏବେ ସୁଦ୍ଧା ୪୪,୧୨,୧୨,୩୯୫ ଲୋକଙ୍କୁ କେନ୍ଦ୍ର ସରକାର ଭ୍ୟାକ୍ସିନ୍‌ ଦେଇଥିବା ସୂଚନା ମିଳିଛି।

ଏପଟେ ଆମ ରାଜ୍ୟରେ, ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା କମୁନି। ଦୈନିକ ସଂକ୍ରମଣ ହାର ଏବେ ବି ଦେଢ ହଜାର ଉପରେ ରହୁଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୬୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୯୩୯ ଜଣ ଥିବାବେଳେ ଲୋକାଲ କେସ୍ ୬୯୦ ଥିବା ଜଣାଯାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆଜି ଟ୍ୱିଟ କରି ସୂଚନା ଦେଇଛି। ଅନ୍ୟପକ୍ଷେ ରାଜ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬୩୪କୁ ବୃଦ୍ଧି ପାଇଛି।

Advertisment

ସେପଟେ, ତୃତୀୟ ଲହରୀକୁ ନେଇ ଚର୍ଚ୍ଚା ଚାଲିଛି ? ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ତାଣ୍ଡବ ରଚିବା ପରେ ଭୟାବହତା ବର୍ତ୍ତମାନ କିଛିମାତ୍ରାରେ ହ୍ରାସ ପାଇଛି । ଏଭଳି ପରିସ୍ଥିତିରେ ବିଭିନ୍ନ ରାଜ୍ୟ ଗୁଡିକରେ କରୋନେ କଟକଣା କୋହଳ କରାଯାଇଛି । ଅନେକ ଦିନ ଘରେ ରହିବା ପରେ ଏବେ ଯେପରି ତାଙ୍କ ପାଇଁ ସୁଯୋଗ ଆଣିଛି । ମହାମାରୀ ସମ୍ପୂର୍ଣ୍ଣ ରୂପେ ଯାଇନଥିଲେ ସୁଦ୍ଧା ବିଭିନ୍ନ ସ୍ଥାନରେ ଭିଡ଼ ଦେଖିବାମୁ ମିଳୁଛି । ଏପରିକି ଲୋକେ ବୁଲାବୁଲି ମଧ୍ୟ ଆରମ୍ଭ କରିଦେଲେନି । ଫଳରେ ପୁଣି ବର୍ତ୍ତମାନ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ମାତ୍ର ଗୋଟିଏ ସପ୍ତାହରେ ଦେଶର ପଜିଟିଭିଟି ହାର ମାତ୍ର ଦ୍ୱିଗୁଣିତ ହୋଇଥିବା କୁହାଯାଉଛି ।

India News Coronavirus COVID19
Advertisment
Advertisment