ସାମୁଦ୍ରିକ ଐତିହ୍ୟର ବ୍ୟବହାର ପାଇଁ ଆମକୁ ପରସ୍ପର ସହ ବୁଝାମଣା କରିବାକୁ ହେବ। କୌଣସି ଦେଶ ଏକକୀ ସାମୁଦ୍ରିକ ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରିପାରିବ ନାହିଁ। ମଳିତ ପ୍ରୟାସରେ ହିଁ ଏହା ସମ୍ଭବ। ଏହି ଚିନ୍ତାଧାରା ସହିତ ଆମେ ସାମୁଦ୍ରିକ ଶିଳ୍ପ ପ୍ରସଙ୍ଗକୁ ସୁରକ୍ଷା ପରିଷଦକୁ ଆଣିଛୁ।
ଆତଙ୍କବାଦୀମାନେ ଜଣେ ବିଜେପି ନେତା ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଆକ୍ରମଣର ତୁରନ୍ତ ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ସ୍ୱାମୀସ୍ତ୍ରୀଙ୍କୁ ମୃତ ଘୋଷିତ କରିଥିଲେ । ସହରର ଲାଲ ଚୌକ ନିକଟରେ ବିଜେପି ନେତା ଗୁଲାମ ରସୁଲ ଦାର ଏବଂ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ ଆତଙ୍କବାଦୀ ।
ପୃଥିବୀ ଆଡକୁ ମାଡିଆସୁଛି ବିପଦ। ଗ୍ଲୋବାଲ ୱାର୍ମିଂ କାରଣରୁ ପୃଥିବୀର ତାପମାତ୍ରା ବଢିବାକୁ ଯାଉଛି। ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଣ୍ଟ ଚେଞ୍ଜ୍ (ଆଇପିସିସି) ଏହାର ସଦ୍ୟତମ ରିପୋର୍ଟରେ ଚେତାବନୀ ଦେଇଛି ଯେ ପୃଥିବୀର ହାରାହାରି ତାପମାତ୍ରା ପୂର୍ବ ଶିଳ୍ପ ଯୁଗ ତୁଳନାରେ ୨ ପ୍ରତିଶତ ବୃଦ୍ଧି ପାଇବ। ଏନେଇ ବୃହତ ପରିମାଣରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ତୁରନ୍ତ ହ୍ରାସ କରାଯିବା ଉଚିତ।
ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏକ ବର୍ଷ ପୂର୍ବରୁ ମଙ୍ଗଳ ଗ୍ରହକୁ ଏହାର ସ୍ୱତନ୍ତ୍ର ରୋଭର ପଠେଇଥିଲା। ପର୍ସିଭେରେନ୍ସ ରୋଭରର ଏହି ଅଦୃଶ୍ୟ ମିଶନ ଏହିପରି ଅନେକ ପରୀକ୍ଷଣ ପାଇଁ ପ୍ରସ୍ତୁତ ହୋଇଥିଲା ଯାହା ମଙ୍ଗଳ ଗ୍ରହରେ ମନୁଷ୍ୟର ଦୀର୍ଘ ସମୟ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବାରେ ସାହାଯ୍ୟ କରିବ। ଏହା ବ୍ୟତୀତ ଏହି ଅଭିଯାନର ଅନ୍ୟ ଏକ ପ୍ରମୁଖ ଉଦ୍ଦେଶ୍ୟ ମଧ୍ୟ ଥିଲା। ଏଥିରେ, ମଙ୍ଗଳ ଗ୍ରହର ମାଟିର ନମୁନା ସଂଗ୍ରହ କରିବାର ଥିଲା। ତେବେ ଏହାର ପ୍ରଥମ ପ୍ରୟାସ ବିଫଳ ହେଲା। ଏହାର କାରଣ ଭିନ୍ନ ବୋଲି ଜଣାପଡିଛି।
ସାରା ଦେଶରେ ଥିବା ପୋଲିସ୍ ଷ୍ଟେସନରେ ମାନବିକ ଅଧିକାରର ଉଲ୍ଲଂଘନ ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରି ଏନ. ଭି. ରମନ୍ନା । ପୋଲିସ୍ ନିର୍ଯାତନା ସମେତ ହେପାଜରେ ନିର୍ଯାତନା ସମାଜରେ ପ୍ରଚଳିତ ପ୍ରଥା ପରି ରହିଛି
ଚୀନ ସୀମା ନିକଟ ଲଦାଖର ନ୍ୟୋମାରେ ଦମ୍ ଦେଖାଇଛି ଭାରତୀୟ ସେନା । ପୂର୍ବ ଲଦାଖରେ ଶସକ୍ତ ଉପସ୍ଥିତି ଜାହିର ଲାଗି ଭାରତୀୟ ବାୟୁସନାର ଜୋରଦାର ଶକ୍ତି ପ୍ରଦର୍ଶନ । ଟ୍ୟାଙ୍କ ରେଜିମେଣ୍ଟର ଯବାନମାନେ ୧୩ ହଜାର ୫୦୦ ଫୁଟ୍ ଉଚ୍ଚରେ ଥିବା ନ୍ୟୋମାରେ ଚିନୁକ୍ ହେଭି ହେଲିକପ୍ଟର ଲ୍ୟାଣ୍ଡ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ।
ଜାତୀୟ ଗଣାମାଧ୍ୟମ ଇଣ୍ଡିଆ ଟୁଡ଼େକୁ ଏକ ସାକ୍ଷାତ୍କାର ଦେଇ ସେ କହିଛନ୍ତି ଯେ, ମୁଁ ଇଞ୍ଜିନିୟରିଂ କରିବା ପାଇଁ ଇଚ୍ଛା କରୁନାହିଁ ବରଂ ଅନୁସନ୍ଧାନ ସମ୍ପର୍କିତ ପାଠ୍ୟକ୍ରମ ପାଇଁ ମୋର ଅଧିକ ଆଗ୍ରହ ରହିଛି। ଏହାସହ IISc ବେଙ୍ଗାଲୁରୁରେ ଗଣିତ ଉପରେ ଅଧ୍ୟୟନ କରିବା ପାଇଁ ମୋର ଇଚ୍ଛା ରହିଛି ଏବଂ ସେଥିଲାଗି ମୁଁ ପ୍ରସ୍ତୁତି ମଧ୍ୟ କରୁଛି।
ମହାମାରୀ ଭୟରେ ସ୍କୁଲ ନଖୋଲିବା ଅଧିକ ଭୟଙ୍କର । ଏହାକୁ ନେଇ ଏକ ସଂସଦୀୟ କମିଟି ଉଦବେଗ ପ୍ରକାଶ କରିଛନ୍ତି । ଘରେ ପଡ଼ି ରହୁଛନ୍ତି କୁନି କୁନି ପିଲା । ଖେଳିବା, ବୁଲିବା, ପାଠ ପଢ଼ିବା ତଥା ଶିଖିବା ମସୟରେ ବାହାରକୁ ଯାଇପାରୁ ନାହାନ୍ତି । ସ୍କୁଲ ବନ୍ଦ ଥିବାରୁ ସାମାଜିକ ଶିକ୍ଷା ଶୈଳୀ ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ଘରର କାମରେ ପିଲାମାନେ ଅଯଥାରେ ମୁଣ୍ଡ ଦେଉଛନ୍ତି । ପାଠପଢ଼ାରେ ଧ୍ୟାନ ରହୁନି ।
ଗତ ଶୁକ୍ରବାର ପୂର୍ବା ପାରା ମନ୍ଦିର ଠାରୁ ଶିୟାଲି ଶ୍ମଶାନ ଘାଟ ପର୍ଯ୍ୟନ୍ତ ଏକ ହିନ୍ଦୁ ସମୂହ ଶବ ଶୋଭାଯାତ୍ରାରେ ବାହାରିଥିଲେ ଆଉ ଏହି ସମୟରେ ସେମାନେ ଏକ ମସଜିଦ୍ ମଧ୍ୟ ଅତିକ୍ରମ କରିଥିଲେ। ଆଉ ଠିକ୍ ଏହି ସମୟରେ ହିନ୍ଦୁମାନଙ୍କ ଶୋଭଯାତ୍ରାକୁ କୌଣସି କାରଣରୁ ମୁସଲିମ୍ ପକ୍ଷ ବିରୋଧ କରିଥିଲେ। ଆଉ ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସାମାନ୍ୟ ଝଗଡ଼ା ଏତେ ଉଗ୍ର ରୂପ ନେଇଥିଲା ଯେ, ମୁସଲିମ୍ ପକ୍ଷ ଏକାଠି ହୋଇ ହିନ୍ଦୁମାନଙ୍କ ମନ୍ଦିର ଓ ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ କରିଥିଲେ।
ସାମାନ୍ୟ ପୋଷାକ ପାଇଁ ଜୀବନ ନେଇଗଲେ ଆତଙ୍କୀ । ପୋଷାକ ପିନ୍ଧା ଶୈଳୀକୁ ନେଇ ଜଣେ ଯୁବତୀଙ୍କୁ ହତ୍ୟା କରିଛନ୍ତି ତାଲିବାନୀ । ଆଫଗାନିସ୍ତାନରେ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ପୁଣି ଥରେ ଆତଙ୍କବାଦୀଙ୍କ ଆତଙ୍କ ବଢ଼ିଯାଇଛି । ଦିନକୁ ଦିନ ସେମାନଙ୍କର ଅତ୍ୟାଚାର ସୀମା ବଢ଼ି ବଢ଼ି ଚାଲିଛି
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଫଗାନିସ୍ତାନର ସେନା ଘାଟି ଓ ବିମାନ ବନ୍ଦରକୁ ଛାଡି ଦେଲେ ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ନିଜ କବଜାକୁ ନେଇଛି ଆଫଗାନିସ୍ତାନ। ଚାଲିଥିବା ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୬ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନେକ ଆହତ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଏହାପୂର୍ବରୁ ନିମରୁଜ୍ ଏବଂ ଜଜାନ୍ ପ୍ରଦେଶକୁ ମଧ୍ୟ ତାଲିବାନ ନିଜ ଅଧୀନକୁ ନେଇଛନ୍ତି। ଶନିବାର ଜଜାନର ରାଜଧାନୀ ସେବେରଘାନକୁ ଅଧୀନକୁ ନେଇଥିବାବେଳେ ତାହା ପୂର୍ବରୁ ନିମରୁଜ୍ର ରାଜଧାନୀ ଜରାଞ୍ଜକୁ ନିଜ ଅକ୍ତିଆରକୁ ନେଇଛନ୍ତି।
ଏପଟେ, ରାଜ୍ୟରେ କ୍ରମାଗତ ଭାବରେ କମୁଛି ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍ ଲୋକାଲ୍ କେସର ସଂଖ୍ୟା ୩୭୪ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
ରୋହିଦାସଙ୍କୁ ଭୁରି ଭୁରି ପ୍ରଶଂସା କରି ପୂର୍ବତନ ହକି ଅଲିମ୍ପିଆନ୍ ଆଶିଷ ବଲାଲ ତାଙ୍କୁ ସାଇଲେଣ୍ଟ ହିରୋ ଭାବେ ବର୍ଣ୍ଣନା କରିଛନ୍ତି। ଚଳିତ ଅଲିମ୍ପିକ୍ସରେ ସେ ଏକାକୀ ୧୫ଟି ପେନାଲ୍ଟି କର୍ଣ୍ଣରକୁ ରୋକିବାରେ ସମର୍ଥ ହୋଇଥିବା କହିଛନ୍ତି। ସେହିପରି ପୂର୍ବତନ ହକି ଅଲିମ୍ପିଆନ ପି ସୁବୟା ମଧ୍ୟ ଗୋଲକିପର ଶ୍ରୀଜେଶ ଏବଂ ରୋହିଦାସଙ୍କୁ ଏହି ମ୍ୟାଚର ରିଆଲ ହିରୋ ବୋଲି କହିଛନ୍ତି।
ପିଏମଓ ପକ୍ଷରୁ କୁହାଯାଇଛି ଯେ, ବିଶ୍ୱର କୌଣସି ଗୋଟିଏ ବି ଦେଶ ଏକାକି ସାମୁଦ୍ରିକ ଅପରାଧ ନିୟନ୍ତ୍ରଣ କରିପାରିବ ନାହିଁ , ଏଥିପାଇଁ ମିଳିତ ସହଯୋଗର ଆବଶ୍ୟକତା ରହିଛି। ଫଳରେ ପ୍ରଥମ ଥର ପାଇଁ ଏହି ଏଜେଣ୍ଡାକୁ ଫୋକସ ଦେଇ ଖୋଲା ବିତର୍କରେ ଚର୍ଚ୍ଚା ହେବାକୁ ଯାଉଛି । ଜାତିସଂଘ ସୁରକ୍ଷା ପରିଷଦର ଖୋଲା ବିତର୍କରେ ଅଧ୍ୟକ୍ଷତା କରିବାରେ ମୋଦି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ନିକଟରେ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି
ପ୍ରଧାନମନ୍ତ୍ର କିଷାନ୍ ସମ୍ମାନ ନିଧି ଯୋଜନା ଅନୁଯାୟୀ ପଞ୍ଜୀକୃତ କୃଷକ ପରିବାରକୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଯେଉଁଥିରେ କି ସମୁଦାୟ ପରିମାଣର ଅର୍ଥ କୃଷକମାନଙ୍କୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କାକୁ ତିନୋଟି କିସ୍ତିରେ ଦିଆଯାଉଛି | ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁଯାୟୀ, ଏହି ଟଙ୍କାକୁ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ।
ଟ୍ୱିଟ୍ କରି ଶଶୀ ଥରୁର ଲେଖିଛନ୍ତି, ମୁଁ ସବୁବେଳେ ସରକାରଙ୍କ ପ୍ରଶଂସା କରେ ଯେତେବେଳେ ବା ଯେଉଁ ସମୟରେ ସେ ପ୍ରଶଂସା ପାଇବାର ଯୋଗ୍ୟ। କୋୱିନ୍କୁ ଅନେକ ସମାଲୋଚନା କରୁଛନ୍ତି କିନ୍ତୁ ଏହା ଦ୍ୱାରା କିଛି ତ ଭଲ ନିଶ୍ଚିତ ହୋଇଛି। 90131 51515 ନମ୍ବରରେ ମେସେଜ୍ କରିବା ପରେ ହ୍ୱାଟ୍ସଆପ୍ରେ ହିଁ ସାର୍ଟିଫିକେଟ୍ ମିଳିବ। ଏହା କରିବା ଦ୍ୱାରା ଲୋକମାନେ ଅତି ସରଳ ଭାବରେ ଭ୍ୟାକ୍ସିନେସନ୍ର ସାର୍ଟିଫିକେଟ୍ ପାଇଯିବେ ବୋଲି ଶଶୀଥରୁର କହିଛନ୍ତି। ଜାନୁଆରୀରୁ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟାରେ କୋୱିନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଏହି ପ୍ଲାର୍ଟଫର୍ମ ପାଇଁ ଭ୍ୟାକ୍ସିନେସନ୍ ପ୍ରକ୍ରିୟା ଅତି ସହଜ ହୋଇଥିବା ନେଇ ଶ୍ରୀଥରୁର କହିଛନ୍ତି
ତେବେ କ୍ରମାଗତ ୨୩ ଦିନ ପାଇଁ ତୈଳ କମ୍ପାନୀଗୁଡିକ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ଏହି କାରଣରୁ ଜୁଲାଇ ୧୭ ରେ ସ୍ଥିର ହୋଇଥିବା ମୂଲ୍ୟରେ ପେଟ୍ରୋଲ-ଡିଜେଲର ମୂଲ୍ୟ ସ୍ଥିର ରହିଛି। ଜାତୀୟ ରାଜଧାନୀ ଦିଲ୍ଲୀର ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ପେଟ୍ରୋଲର ଲିଟର ପିଛା ୧୦୧.୮୪ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୮୯.୮୭ ପଇସା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭.୮୩ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୯୭.୪୫ ପଇସା ରହିଛି।
ଗୃହ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏମିତି କୌଣସି ଦିନ ନାହିଁ ଯେବେ ସଠିକ୍ ଭାବରେ ଗୃହ ଚାଲିପାରୁଛି ଏବଂ ବିରୋଧୀମାନେ ହଙ୍ଗାମା କରୁନାହାନ୍ତି। ତେବେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ର ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ଲୋକସଭାରେ ପାରିତ ହୋଇସାରିଛି। ଶୁକ୍ରବାର ଦିନ ଉଭୟ ଘରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା। କିନ୍ତୁ ଉତ୍ତେଜନା ମଧ୍ୟରେ ଲୋକସଭାରେ ଦୁଇଟି ବିଲ୍ ପାରିତ ହୋଇଥିଲା। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ପାଇଁ ଗୃହକୁ ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖା ଯାଇଥିଲା।
ଏପଟେ ଟୋକିଓରେ ଦେଶପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି ଦେଶର ଯୁବ କ୍ରୀଡ଼ାବିତ୍ ୱେଟ୍ ଲିଫଟର ମୀରାବାଇ ଚାନୁ ଓ କୁସ୍ତିରେ ରୌପ୍ୟ ଜିତି ରବି କୁମାର ଦହିୟା ପ୍ରମାଣିତ କରିଦେଇଛନ୍ତି ଯେ ଭାରତୀୟ ଆଥଲେଟ୍ ଅନ୍ୟମାନଙ୍କଠୁ କୌଣସି ଗୁଣରେ କମ୍ ନୁହନ୍ତି । ଡବଲ ଅଲମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ, ବକ୍ସିଂ ଷ୍ଟାର ଲଭ୍ଲିନା ବୋରଗୋହେନ୍, ରେସଲର ବଜଗଙ୍ଗ ପୁନିଆ ବ୍ରୋଞ୍ଜ ଜିଣି ଭାରତୀୟ କ୍ରୀଡ଼ାକୁ ନୂଆ ଉଚ୍ଚତାକୁ ନେଇଥିବା ବେଳେ ୪୧ ବର୍ଷ ପରେ ହକି ପଦକ ଜିଣି ହୃତ ଗୌରବ ଫେରାଇ ଆଣିଛି ଭାରତୀୟ ପୁରୁଷ ହକି ଦଳ।
ସାରା ଦେଶରେ ଏବେ ବି କରୋନା ଭୟ ସମସ୍ତଙ୍କୁ ଘାରିଛି । କରୋନା ମୁକାବିଲା ପାଇଁ ସବୁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଏମିତିକି ବିଶେଷଜ୍ଞଙ୍କ କହିବାନୁଯାୟୀ, ତୃତୀୟ ଲହର ଆସିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ମାନେ ମଧ୍ୟ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛନ୍ତି ।
ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା, ବାୟୁସେନା, ଏସଡ଼ିଆର୍ଏଫ୍ ଓ ଏନଡ଼ିଆର୍ଏଫ୍ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୮୦୦ ଲୋକଙ୍କୁ ଉଦ୍ଧାର କରିଥିବା ନେଇ ସୂଚନା ମିଳିଛି। ଏଥିସହିତ ବାୟୁସେନାର ୩ଟି ହେଲିକପ୍ଟର, ଏସଡିଇଆରଏଫର ୨୯ଟି ଟିମ ନିୟାଜିତ ଅଛନ୍ତି। ତେବେ ବନ୍ୟାରେ ୮୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ନେଇ ସୂଚନା ମିଳିଛି।
ବିଜୟୱାଡ଼ାର ସବ୍-କଲେକ୍ଟର ସୂର୍ଯ୍ୟ ପ୍ରବୀଣ ଚାନ୍ଦଙ୍କୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଖୁବ୍ ଚର୍ଚ୍ଚା ଚାଲିଛି। କାରଣ ଦୀର୍ଘଦିନ ହେବ ଚାଷୀମାନେ ଲଗାତାର ଅଭିଯୋଗ କରିଆସୁଥିଲେ କି ୟୁରିଆ ଓ ଡ଼ିଏପି ସାରରେ ବ୍ୟାପକ ଅନିୟମିତତା ହେଉଛି। ଆଉ ଅଭିଯୋଗ ପରେ ପ୍ରକୃତ ଘଟଣା କଣ ସେ ସମ୍ପର୍କରେ ଜାଣିବା ଲାଗି ନିଜେ ଚାଷୀ ବେଶ ହୋଇ ଦୋକାନରେ ପହଞ୍ଚିଥିଲେ ସବ୍-କଲେକ୍ଚର।
ଭାରତର ସ୍ୱାଧୀନତା ଦିବସ ଏକ ଜାତୀୟ ଦିବସ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇଥିଲା । ଆଉ ତା’ପରେ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହେଲା ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ(ଡିୟୁ) ପଢିବା ପାଇଁ ଦୂର ଦୂରାନ୍ତରୁ ଛାତ୍ରମାନେ ଧାଇଁ ଆସନ୍ତି। ଏଥି ସହିତ, ଡିୟୁରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଏବଂ କର୍ମଚାରୀମାନେ ମଧ୍ୟ ଇଚ୍ଛା କରନ୍ତି ଯେ ସେମାନଙ୍କ ପିଲାମାନେ ଏଠାରେ ହିଁ ଅଧ୍ୟୟନ କରନ୍ତୁ। ଏଥିପାଇଁ ଡିୟୁରେ ୱାର୍ଡ କୋଟା ଅଛି । ଏବେ ୱାର୍ଡ କୋଟାରେ ଆଉଥିବା ସିଟ୍ଗୁଡିକ ୨୦୨୦-୨୧ ଅଧିବେଶନରେ ପୁଣି ବୃଦ୍ଧି କରାଯାଇଛି, ଯାହା ଏହି ଅଧିବେଶନରେ ଛାତ୍ରଛାତ୍ରୀଙ୍କୁ ଉପକୃତ କରିବ। ସ୍ନାତକୋତ୍ତର ପାଠ୍ୟକ୍ରମରେ ୱାର୍ଡ କୋଟା ଅଧୀନରେ ଆଡ୍ମିଶନ୍ କରିବାକୁ ଯାଉଥିବା ୪୦୦ ରୁ ୧୬ ଜଣ ଏହାର ଲାଭ ପାଇବେ।
ଆଉ ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ସୂଚନା ପରେ ସମଗ୍ର ମୁମ୍ବାଇ ପୋଲିସକୁ ସତର୍କ କରାଯାଇଥିଲା। ଏଟିଏସ୍ ଠାରୁ କ୍ରାଇମ୍ବ୍ରାଞ୍ଚ ଶାଖା ଏବଂ ପ୍ରତ୍ୟେକ ପୋଲିସ୍ ଷ୍ଟେସନ୍ ପର୍ଯ୍ୟନ୍ତ ପୋଲିସର ପ୍ରତ୍ୟେକ ୟୁନିଟ୍କୁ ସକ୍ରିୟ କରାଯାଇଥିଲା। ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା, ଏହା ଏକ ମିଥ୍ୟା କଲ ବୋଲି ଜଣାପଡିଥିଲା।