Advertisment

ହିନ୍ଦୁ ମନ୍ଦିରକୁ ଭାଙ୍ଗିଲେ, ଘରେ ପଶି ଆକ୍ରମଣ କଲେ ମୁସଲିମ୍‌ ସମ୍ପ୍ରଦାୟର ଲୋକ

ଗତ ଶୁକ୍ରବାର ପୂର୍ବା ପାରା ମନ୍ଦିର ଠାରୁ ଶିୟାଲି ଶ୍ମଶାନ ଘାଟ ପର୍ଯ୍ୟନ୍ତ ଏକ ହିନ୍ଦୁ ସମୂହ ଶବ ଶୋଭାଯାତ୍ରାରେ ବାହାରିଥିଲେ ଆଉ ଏହି ସମୟରେ ସେମାନେ ଏକ ମସଜିଦ୍‌ ମଧ୍ୟ ଅତିକ୍ରମ କରିଥିଲେ। ଆଉ ଠିକ୍‌ ଏହି ସମୟରେ ହିନ୍ଦୁମାନଙ୍କ ଶୋଭଯାତ୍ରାକୁ କୌଣସି କାରଣରୁ ମୁସଲିମ୍‌ ପକ୍ଷ ବିରୋଧ କରିଥିଲେ। ଆଉ ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସାମାନ୍ୟ ଝଗଡ଼ା ଏତେ ଉଗ୍ର ରୂପ ନେଇଥିଲା ଯେ, ମୁସଲିମ୍‌ ପକ୍ଷ ଏକାଠି ହୋଇ ହିନ୍ଦୁମାନଙ୍କ ମନ୍ଦିର ଓ ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ କରିଥିଲେ।

author-image
Sarbeswar
ହିନ୍ଦୁ ମନ୍ଦିରକୁ ଭାଙ୍ଗିଲେ, ଘରେ ପଶି ଆକ୍ରମଣ କଲେ ମୁସଲିମ୍‌ ସମ୍ପ୍ରଦାୟର ଲୋକ

Hindu Temple

ଢାକା: ବାଙ୍ଗାଲଦେଶରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ। ଆକ୍ରମଣରେ ପାଖାପାଖି ୧୦ ରୁ ଅଧିକ ମନ୍ଦିର ଭାଙ୍ଗି ଯାଇଥିବା ନେଇ ସୂଚନା ମିଳିଛି। ଏହି ଆକ୍ରମଣ ମୁସଲିମ ସମ୍ପ୍ରଦାୟ କରିଥିବା ନେଇ ସୂଚନା ମିଳିଛି। ଖୁଲନା ଜିଲ୍ଲାର ଶିୟାଲି. ମଲ୍ଲିକାପୁର ସମେତ ଅନେକ ଅଂଚଳରେ ମନ୍ଦିର ଗୁଡ଼ିକ ଭଙ୍ଗାଯାଇଥିବା ନେଇ ସୂଚନା ଜଣାପଡ଼ିଛି। କେବଳ ଏତିକି ନୁହେଁ ବରଂ ୫୦ ରୁ ଅଧିକ ହିନ୍ଦୁ ପରିବାରକୁ ଆକ୍ରମଣ କରାଯାଇଛି। ହିନ୍ଦୁ ପରିବାର ମଧ୍ୟରେ ପଶି ସେମାନଙ୍କୁ ଆକ୍ରମଣ କରିବା ସହ ବ୍ୟାପକ ଲୁଟପାତ୍‌ ମଧ୍ୟ କରିଛନ୍ତି। ସେତିକି

Advertisment

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଗତ ଶୁକ୍ରବାର ପୂର୍ବା ପାରା ମନ୍ଦିର ଠାରୁ ଶିୟାଲି ଶ୍ମଶାନ ଘାଟ ପର୍ଯ୍ୟନ୍ତ ଏକ ହିନ୍ଦୁ ସମୂହ ଶବ ଶୋଭାଯାତ୍ରାରେ ବାହାରିଥିଲେ ଆଉ ଏହି ସମୟରେ ସେମାନେ ଏକ ମସଜିଦ୍‌ ମଧ୍ୟ ଅତିକ୍ରମ କରିଥିଲେ। ଆଉ ଠିକ୍‌ ଏହି ସମୟରେ ହିନ୍ଦୁମାନଙ୍କ ଶୋଭଯାତ୍ରାକୁ କୌଣସି କାରଣରୁ ମୁସଲିମ୍‌ ପକ୍ଷ ବିରୋଧ କରିଥିଲେ। ଆଉ ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସାମାନ୍ୟ ଝଗଡ଼ା ଏତେ ଉଗ୍ର ରୂପ ନେଇଥିଲା ଯେ, ମୁସଲିମ୍‌ ପକ୍ଷ ଏକାଠି ହୋଇ ହିନ୍ଦୁମାନଙ୍କ ମନ୍ଦିର ଓ ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ କରିଥିଲେ।

ଆଉ ଆକ୍ରମଣରେ ପ୍ରାୟ ୧୦ ରୁ ଅଧିକ ମନ୍ଦିର ଭାଙ୍ଗିଥିବା ବେଳେ ଅନେକ ଘର ଭାଙ୍ଗିଯାଇଛି। ମୁସଲିମ୍‌ ପକ୍ଷ ଆକ୍ରମଣରେ ୩୦ ଜଣ ହିନ୍ଦୁ ମଧ୍ୟ ଆହତ ହୋଇଛନ୍ତି। ଘଟଣା ଉଗ୍ର ରୂପ ନେଉଥିବା ଦେଖି ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। କେବଳ ଏତିକି ନୁହେଁ ମଧ୍ୟ ଘଟଣାରେ ଆହତ ହୋଇଥିବା ୧୦ ରୁ ଅଧିକ ହିନ୍ଦୁ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିବା ପରେ ମଧ୍ୟ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। କେଉଁ ପରିସ୍ଥିତିରେ ଘଟଣା ଘଟିଲା ତାହାର ତଦନ୍ତ ଚାଲିଥିବା ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଏହାସହ ୧୦ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ।

Advertisment
Bangladesh Attack Hindu Temple
Advertisment
Advertisment