Advertisment

ସାମୁଦ୍ରିକ ସୁରକ୍ଷା ନେଇ ମୋଦି ଦେଲେ ୫ ମନ୍ତ୍ର

ସାମୁଦ୍ରିକ ଐତିହ୍ୟର ବ୍ୟବହାର ପାଇଁ ଆମକୁ ପରସ୍ପର ସହ ବୁଝାମଣା କରିବାକୁ ହେବ। କୌଣସି ଦେଶ ଏକକୀ ସାମୁଦ୍ରିକ ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରିପାରିବ ନାହିଁ। ମଳିତ ପ୍ରୟାସରେ ହିଁ ଏହା ସମ୍ଭବ। ଏହି ଚିନ୍ତାଧାରା ସହିତ ଆମେ ସାମୁଦ୍ରିକ ଶିଳ୍ପ ପ୍ରସଙ୍ଗକୁ ସୁରକ୍ଷା ପରିଷଦକୁ ଆଣିଛୁ।

author-image
Chandan Shishu
undefined

PM Narendra Modi

ନୂଆଦିଲ୍ଲୀ: ଆମ ସମୁଦ୍ରପଥ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ପାଇଁ ସାଜିଛି ଲାଇଫ୍ ଲାଇନ। ଭାରତ ଅନେକ ଦେଶକୁ ସାମୁଦ୍ରିକ ସୁରକ୍ଷା ତାଲିମ ଦେଇଛି। ତେବେ ସମୁଦ୍ର ପଥକୁ ଅପବ୍ୟବହାର କରାଯାଉଥିବା କହିବା ସହ ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମୁଦ୍ର ପଥ ଆତଙ୍କୀ କାର୍ଯ୍ୟରେ ବ୍ୟବହାର କରାଯାଉଛି। ତେବେ ଏହି ବ୍ୟାପକ ପ୍ରସଙ୍ଗରେ ଆମର ସାମୁଦ୍ରିକ ଐତିହ୍ୟର ବ୍ୟବହାର ପାଇଁ ପାରସ୍ପରିକ ବୁଝାମଣା ଏବଂ ସହଯୋଗର ଏକ ମିଳିତ ଢାଞ୍ଚା ସୃଷ୍ଟି କରିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ଏହି ଚିନ୍ତାଧାରା ସହିତ ଭାରତ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସୁରକ୍ଷା ପରିଷଦକୁ ଅଣାଯାଇଛି। ତେଣୁ ଏହି ଉଚ୍ଚସ୍ତରୀୟ ଆଲୋଚନା ସାମୁଦ୍ରିକ ପ୍ରସଙ୍ଗରେ ବିଶ୍ୱକୁ ମାର୍ଗଦର୍ଶନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାମୁଦ୍ରିକ ବିବାଦର ସମାଧାନ ଶାନ୍ତିପୂର୍ଣ୍ଣ ଏବଂ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ହେବା ଉଚିତ ବୋଲି ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଉଦବୋଧନ ଦେଇ ମୋଦି କହିଛନ୍ତି।

ମୋଦି ଆହୁରି କହିଛନ୍ତି, ସାମୁଦ୍ରିକ ଐତିହ୍ୟର ବ୍ୟବହାର ପାଇଁ ଆମକୁ ପରସ୍ପର ସହ ବୁଝାମଣା କରିବାକୁ ହେବ। କୌଣସି ଦେଶ ଏକକୀ ସାମୁଦ୍ରିକ ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରିପାରିବ ନାହିଁ। ମଳିତ ପ୍ରୟାସରେ ହିଁ ଏହା ସମ୍ଭବ। ଏହି ଚିନ୍ତାଧାରା ସହିତ ଆମେ ସାମୁଦ୍ରିକ ଶିଳ୍ପ ପ୍ରସଙ୍ଗକୁ ସୁରକ୍ଷା ପରିଷଦକୁ ଆଣିଛୁ। ମୁଁ ପୂରା ନିଶ୍ଚିତ ଯେ ଆଜିର ଉଚ୍ଚସ୍ତରୀୟ ଆଲୋଚନା ସମଗ୍ର ବିଶ୍ୱକୁ ସାମୁଦ୍ରିକ ଶିଳ୍ପ ପ୍ରସଙ୍ଗରେ ଉଚିତ ରାସ୍ତା ଦେଖାଇବ ବୋଲି ମୋଦି ମତ ଦେଇଛନ୍ତି। ଏହାପରେ ସେ ସାମୁଦ୍ରିକ ସୁରକ୍ଷା ପାଇଁ ୫ ସୂତ୍ରୀ ମନ୍ତ୍ର ଦେଇଛନ୍ତି।

Advertisment
  1.  ମୁକ୍ତ ସାମୁଦ୍ରିକ ବାଣିଜ୍ୟ ପାଇଁ ଆମେ ପରସ୍ପରର ଅଧିକାରକୁ ସମ୍ମାନ ଦେବା ଆବଶ୍ୟକ। 
  2. ସାମୁଦ୍ରିକ ବିବାଦ ଶାନ୍ତିପୂର୍ଣ୍ଣ ଓ ଅନ୍ତର୍ଜାତୀୟ ଆଇନ ଅନୁସାରେ ସମାଧାନ ହେବା ଉଚିତ୍। ପରସ୍ପର ମଧ୍ୟରେ ଭରସା ଓ ବିଶ୍ୱାସ ରହିବା ଦରକାର। ଏହାଦ୍ୱାରା ସମଗ୍ର ବିଶ୍ୱରେ ଶାନ୍ତି ଓ ନିରାପତ୍ତାକୁ ଆମେ ନିଶ୍ଚିତ କରିପାରିବା।
  3.  ସାମୁଦ୍ରିକ ବାଣିଜ୍ୟ ବେଳେ ପ୍ରାକୃତି ବିପର୍ଯ୍ୟୟ ଓ ନନ୍‌ ଷ୍ଟେଟ ତତ୍ତ୍ୱଙ୍କ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟାକୁ ମିଳିତ ଭାବେ ଆମକୁ ସାମ୍ନା କରିବାକୁ ପଡ଼ିବ। ଏହି ଦିଗରେ ଭାରତ ଅନେକ ପଦକ୍ଷେପ ନେଇଛି।
  4. ଆମକୁ ସାମୁଦ୍ରିକ ପରିବେଶ ଓ ସାମୁଦ୍ରିକ ସମ୍ବଳର ସଂରକ୍ଷଣ କରିବାକୁ ପଡ଼ିବ। ସାମୁଦ୍ରିକ ପରିବେଶକୁ ପ୍ଲାଷ୍ଟିକ ପରି ପ୍ରଦୂଷଣରୁ ମୁକ୍ତ ରଖିବାକୁ ହେବ। ଓଭର ଫିସିଂ ଭଳି ଘଟଣା ବିରୋଧରେ କଠୋର ପଦକ୍ଷେପ ନେବାକୁ ପଡ଼ିବ।
  5. ଆମକୁ ଦାୟିତ୍ୱବାନ ସାମୁଦ୍ରିକ ସଂଯୋଗକୁ ଉତ୍ସାହିତ କରିବାକୁ ପଡ଼ିବ। ମୋର ବିଶ୍ୱାସ ଯେ ଏହି ପାଞ୍ଚଟି ନୀତି ଆଧାରରେ ସାମୁଦ୍ରିକ ସୁରକ୍ଷା ସହଯୋଗ ପାଇଁ ଏକ ବିଶ୍ୱସ୍ତରୀୟ ରୋଡମ୍ୟାପ ଗଠନ କରାଯାଇପାରିବ।
India News PM Modi United Nation
Advertisment
Advertisment