• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସାମାନ୍ୟ ପୋଷାକ ପାଇଁ ଜୀବନ ନେଇଗଲେ ଆତଙ୍କୀ

  • ଗୁଳି ମାରିଲେ, ଘଟଣା ସ୍ଥଳରେ ଟଳି ପଡ଼ିଲେ ଯୁବତୀ

ଆଫଗାନିସ୍ତାନରେ ଆତଙ୍କୀଙ୍କ ବର୍ବରତା ସୀମା ଟପିଲା । ସାମାନ୍ୟ ପୋଷାକ ପାଇଁ ଜୀବନ ନେଇଗଲେ ଆତଙ୍କୀ । ପୋଷାକ ପିନ୍ଧା ଶୈଳୀକୁ ନେଇ ଜଣେ ଯୁବତୀଙ୍କୁ ହତ୍ୟା କରିଛନ୍ତି ତାଲିବାନୀ । ଆଫଗାନିସ୍ତାନରେ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ପୁଣି ଥରେ ଆତଙ୍କବାଦୀଙ୍କ ଆତଙ୍କ ବଢ଼ିଯାଇଛି । ଦିନକୁ ଦିନ ସେମାନଙ୍କର ଅତ୍ୟାଚାର ସୀମା ବଢ଼ି ବଢ଼ି ଚାଲିଛି । ମନ ଇଚ୍ଛା ଦେଶରେ ଦମନଲୀଳା ଚଳାଇଛନ୍ତି । ତାଲିବାନୀ ଆତଙ୍କବାନୀ ଜଣେ ଯୁବତୀଙ୍କୁ ଟାଇଟ ପୋଷାକ ପିନ୍ଧିଥିବା ବେଳେ ତାଙ୍କ ସହ କେହି ପୁରୁଷ ବନ୍ଧୁ ନଥିବାରୁ ଯୁବତୀଙ୍କୁ ହତ୍ୟା କରିଛନ୍ତି ।

ଉତ୍ତରୀ ବଲ୍ଖ ଅଞ୍ଚଳର ସମର କାନ୍ଦିୟାନର ଏକ ଗାଁରେ ଏପରି ବର୍ବର ତଥା ହୃଦୟହୀନ ଘଟଣା ଘଟିଛି । ସେଠାରେ ଚାଲେ ତାଲିବାନୀ ଶାସନ । ପୂରା ଗାଁକୁ କବଜା କରି ନେଇଛନ୍ତି ତାଲିବାନୀ ଆତଙ୍କବାଦୀ । ଟାଇଟ୍ ପୋଷାକ ପିନ୍ଧିଥିବାରୁ ୨୧ବର୍ଷୀୟ ଯୁବତୀ ନାଜିନଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାନୀ । ଯୁବତୀ ଜଣକ ନିଜ ଘରୁ ବଲ୍ଖର ରାଜଧାନୀ ମଜାର-ଏ-ସରିଫକୁ ଯାଉଥିଲେ । ସେ ଘରୁ ବାହାରି ନିଜ ଗାଡ଼ିରେ ବସିବା ସମୟରେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପୋଲିସ ସୂଚନା ଅନୁସାରେ ଝିଅଟି ବୁର୍ଖା ପିନ୍ଧିଥିଲା । ତେବେ ତାଲିବାନ ଆତଙ୍କବାଦୀ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।

ଆଫଗାନିସ୍ତାନରେ ତାଲିବାନର ଦଖଲ ବଢ଼ିବା ସଙ୍ଗେ ସଙ୍ଗେ ଯୁବତୀ ଓ ମହିଳାଙ୍କ ଉପରେ ଅତ୍ୟାଚାର ମଧ୍ୟ ବଢ଼ିବାରେ ଲାଗିଛି । ତାଲିବାନ ଯୁବତୀ ଓ ମହିଳାଙ୍କୁ ଅପହରଣ କରି ବଳପୂର୍ବକ ବିବାହ କରୁଛନ୍ତି ଆତଙ୍କବାନୀ । ତାଲିବାନ ଆତଙ୍କବାଦୀ ମାନେ ଏକ ନୂତନ ଅଞ୍ଚଳ କିମ୍ବା ସହରକୁ ଦଖଲ କରିବା ମାତ୍ରେ ପୋଲିସ୍ ଏବଂ ସରକାରୀ କର୍ମଚାରୀଙ୍କ ପତ୍ନୀ ଏବଂ ବିଧବାମାନଙ୍କୁ ପ୍ରଥମେ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି ।

ତାଲିବାନୀ ଆତଙ୍କବାନୀଙ୍କ ଭୟରେ ନିଜ ଘରର ମହିଳା ଓ ଝିଙ୍କୁ କାବୁଲର ଏକ ସୁରକ୍ଷିତ ସ୍ଥାନକୁ ପଠାଉଛନ୍ତି ପରିବାର ଲୋକ । ଯେଉଁଠାରେ ସେମାନେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇପାରିବେ । ଆଫଗାନିସ୍ତାନର ତଖାର ଏବଂ ବାଦାଖଶାନ ଅଞ୍ଚଳରେ ମହିଳାଙ୍କୁ ବାଧ୍ୟତାମୂଳକ ବିବାହ କରିବା ମାମଲା ସାମ୍ନାକୁ ଆସିଛି ।