Advertisment

ମୌସୁମୀ ଅଧୀବେଶନ: ଆଜି ସକାଳ ୧୦ଟାରେ ବିରୋଧୀ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ

ଗୃହ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏମିତି କୌଣସି ଦିନ ନାହିଁ ଯେବେ ସଠିକ୍‌ ଭାବରେ ଗୃହ ଚାଲିପାରୁଛି ଏବଂ ବିରୋଧୀମାନେ ହଙ୍ଗାମା କରୁନାହାନ୍ତି। ତେବେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ର ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ଲୋକସଭାରେ ପାରିତ ହୋଇସାରିଛି। ଶୁକ୍ରବାର ଦିନ ଉଭୟ ଘରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା। କିନ୍ତୁ ଉତ୍ତେଜନା ମଧ୍ୟରେ ଲୋକସଭାରେ ଦୁଇଟି ବିଲ୍ ପାରିତ ହୋଇଥିଲା। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ପାଇଁ ଗୃହକୁ ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖା ଯାଇଥିଲା।

author-image
Sarbeswar
ଅଦ୍ୟତନ ହୋଇଛି
ଆଜି ସରିବ ବଜେଟ୍ ଅଧିବେଶନ

parliament-1461464852

ନୂଆଦିଲ୍ଲୀ: ସଂସଦରେ ପେଗାସସ୍‌ ଓ କୃଷି ଆଇନ ଝଡ଼। ଲଗାତାର ବିରୋଧୀ ଦଳ ଗୁଡ଼ିକର ପ୍ରବଳ ହୋହାଲ୍ଲା ପାଇଁ ସଠିକ୍‌ ଭାବରେ ଚାଲିପାରୁନାହିଁ ଗୃହ। ଆଉ ସଂସଦରେ ଶେଷ ସପ୍ତାହରେ ଆଜି ବୈଠକ ଡାକିଛନ୍ତି ବିରୋଧୀ ଦଳ ନେତା। ସୂଚନା ଅନୁସାରେ, ରାଜ୍ୟସଭାର ୪୩ ନମ୍ବର କଠୋରୀରେ ସକାଳ ୧୦ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଉ ମାତ୍ର ୫ ଦିନ ଚାଲିହବ ଅଧିବେଶନ ଅର୍ଥାତ୍‌ ଅଗଷ୍ଟ ୧୩ରେ ସରିବ ଅଧିବେଶନ। ତେଣୁ ଆଜିର ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିବା କୁହାଯାଇଛି।

Advertisment

ଗୃହ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏମିତି କୌଣସି ଦିନ ନାହିଁ ଯେବେ ସଠିକ୍‌ ଭାବରେ ଗୃହ ଚାଲିପାରୁଛି ଏବଂ ବିରୋଧୀମାନେ ହଙ୍ଗାମା କରୁନାହାନ୍ତି। ତେବେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ର ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ଲୋକସଭାରେ ପାରିତ ହୋଇସାରିଛି। ଶୁକ୍ରବାର ଦିନ ଉଭୟ ଘରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା। କିନ୍ତୁ ଉତ୍ତେଜନା ମଧ୍ୟରେ ଲୋକସଭାରେ ଦୁଇଟି ବିଲ୍ ପାରିତ ହୋଇଥିଲା। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ପାଇଁ ଗୃହକୁ ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖା ଯାଇଥିଲା।

କେନ୍ଦ୍ର ସରକାରଙ୍କ ତିନୋଟି ଆଇନ ଯଥା- କୃଷି ଆଇନ, ପେଗାସସ୍ ଗୁପ୍ତଚର ବିବାଦ, COVID-19 ପରିଚାଳନା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀଙ୍କ କ୍ରମାଗତ ଉତ୍ତେଜନା କାରଣରୁ ସଂସଦର ଉଭୟ ଗୃହର ପ୍ରକ୍ରିୟା ବ୍ୟାହତ ହୋଇଛି। ମୌସୁମୀ ଅଧିବେଶନ ଜୁଲାଇ ୧୯ରେ ଆରମ୍ଭ ହୋଇ ଏବଂ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବା ନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ସଂସଦ ଭବନରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼େଗଙ୍ଗ ଚାମ୍ବରରେ ପୂର୍ବରୁ ବିରୋଧୀମାନେ ମଧ୍ୟ ଏକ ବୈଠକ କରିଥିଲେ। ଆଉ ଏହି ସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ରହିଥିଲେ।

Advertisment

ତେବେ ବିରୋଧୀଙ୍କ ପ୍ରବଳ ବିରୋଧ ପରେ ମଧ୍ୟ ଶୁକ୍ରବାର ଦିନ ଲୋକସଭାରୁ ଟିକସ ଆଇନ (ସଂଶୋଧନ) ବିଲ୍ ୨୦୨୧ ପାରିତ ହୋଇଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଏହି ବିଲ୍ ଆଗତ କରାଯାଇଥିଲା। କେବଳ ଏତିକି ନୁହେଁ ବରଂ ଏହି ବିଲ୍ ପରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍ ୨୦୨୧ ମଧ୍ୟ ଲୋକସଭାରେ ଉପସ୍ଥାପିତ ହୋଇଥିଲା। ଗୃହରେ ବିଲ୍ ଆଗତ ହେବା ପରେ କିଛି ସମୟ ଆଲୋଚନା ହୋଇଥିଲା ଆଉ ପାରିତ ମଧ୍ୟ ହୋଇଥିଲା।

ତେବେ ଉଭୟ ବିଲ୍‌ ପାରିତ ହେବା ପରେ ବାଚସ୍ପତି ଗୃହର କାର୍ଯ୍ୟକୁ ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ହେଲେ ଏହି ବିଲ୍‌ ଗୁଡ଼ିକ ରାଜ୍ୟସଭାରେ ଆଗତ ହେବା ପରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାରମ୍ବାର ଗୃହ ମୁଲତବୀ ରହିଥିଲା।

India Monsoon Session
Advertisment
Advertisment