Advertisment

୧୦୦ ରୁ ୧୦୦ % ମାର୍କ ରଖିଛନ୍ତି କିନ୍ତୁ IIT ରେ ପଢିବାକୁ ଇଚ୍ଛା କରୁନାହାନ୍ତି

ଜାତୀୟ ଗଣାମାଧ୍ୟମ ଇଣ୍ଡିଆ ଟୁଡ଼େକୁ ଏକ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି ଯେ, ମୁଁ ଇଞ୍ଜିନିୟରିଂ କରିବା ପାଇଁ ଇଚ୍ଛା କରୁନାହିଁ ବରଂ ଅନୁସନ୍ଧାନ ସମ୍ପର୍କିତ ପାଠ୍ୟକ୍ରମ ପାଇଁ ମୋର ଅଧିକ ଆଗ୍ରହ ରହିଛି। ଏହାସହ IISc ବେଙ୍ଗାଲୁରୁରେ ଗଣିତ ଉପରେ ଅଧ୍ୟୟନ କରିବା ପାଇଁ ମୋର ଇଚ୍ଛା ରହିଛି ଏବଂ ସେଥିଲାଗି ମୁଁ ପ୍ରସ୍ତୁତି ମଧ୍ୟ କରୁଛି।

author-image
Sarbeswar
୧୦୦ ରୁ ୧୦୦ % ମାର୍କ ରଖିଛନ୍ତି କିନ୍ତୁ IIT ରେ ପଢିବାକୁ ଇଚ୍ଛା କରୁନାହାନ୍ତି

ANMOL

ନୂଆଦିଲ୍ଲୀ: JEE Main ୨୦୨୧ ଫଳ ଗତ ଶୁକ୍ରବାର ଦିନ ପ୍ରକାଶିତ ହୋଇଛି। ଦେଶରେ ପାଖାପାଖି ୧୭ ପିଲା ଶ୍ରତ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ୭.୦୯ ଲକ୍ଷ ପିଲା ଇଞ୍ଜିନିୟରିଂ ପାଠ୍ୟକ୍ରମ ପଢିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ଶତ ପ୍ରତିଶତ ମାର୍କ ରଖିଥିବା ଜଣେ ଏମିତି ପିଲାଙ୍କୁ ନେଇ ଚର୍ଚ୍ଚା ହେଉଛି ଯାହା ସମ୍ପର୍କରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା ଅନୁସାରେ, ହରିୟାଣାର ଅନମୋଲ୍‌ ଅରଚିୱାଲା ଯିଏ କି ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି। କିନ୍ତୁ ସେ ଇଞ୍ଜିନିୟରିଂ କରିବା ଲାଗି ଇଚ୍ଛୁକ ନଥିବା କହିଛନ୍ତି। ଜାତୀୟ ଗଣାମାଧ୍ୟମ ଇଣ୍ଡିଆ ଟୁଡ଼େକୁ ଏକ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି ଯେ, ମୁଁ ଇଞ୍ଜିନିୟରିଂ କରିବା ପାଇଁ ଇଚ୍ଛା କରୁନାହିଁ ବରଂ ଅନୁସନ୍ଧାନ ସମ୍ପର୍କିତ ପାଠ୍ୟକ୍ରମ ପାଇଁ ମୋର ଅଧିକ ଆଗ୍ରହ ରହିଛି। ଏହାସହ IISc ବେଙ୍ଗାଲୁରୁରେ ଗଣିତ ଉପରେ ଅଧ୍ୟୟନ କରିବା ପାଇଁ ମୋର ଇଚ୍ଛା ରହିଛି ଏବଂ ସେଥିଲାଗି ମୁଁ ପ୍ରସ୍ତୁତି ମଧ୍ୟ କରୁଛି।

Advertisment

ଏଠାରେ କହିରଖୁଛୁ ଯେ, କରୋନା ମହାମାରୀ ଲାଗି ଚଳିତ ଥର ୪ ଦଫାରେ ଜେଇଇ ମେନ୍‌ ପରୀକ୍ଷା ଅନୁଷ୍ଠିତ ହୋଇଛି। ତେବେ ସ୍ଥିତି ଖରାପ ଥିବା କାରଣରୁ ଏହାକୁ ଘୁଂଚାଇ ଦେବା ସହ ପରୀକ୍ଷା ବାତିଲ କରିବା ଲାଗି ସୋସିଆଲ ମିଡ଼ିଆରେ ଜୋରସୋରରେ ଦାବି ହେଉଥିଲା। ମୋଟ୍‌ ଉପରେ କହିବାକୁ ଗଲେ ପରୀକ୍ଷା ଏକ ପ୍ରକାର ଅନିଶ୍ଚିତତା ଘେର ମଧ୍ୟରେ ରହିଥିଲା। ଆଉ ଏହି ସମୟରେ ଅନମୋଲଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ପରୀକ୍ଷା କେବେ ହେବ ସେହି ଚିନ୍ତା ମୋର ମଧ୍ୟ ଥିବା ଅନମୋଲ କହିଛନ୍ତି।

Advertisment

ଏହାସହ ସେ କହିଛନ୍ତି କି, ଭଗବାନଙ୍କ ମୁଁ ସବୁବେଳେ ପ୍ରାର୍ଥନା କରେ କି ମୋ ପରିବାରର କୌଣସି ସଦସ୍ୟ କରୋନାରେ ସଂକ୍ରମିତ ନହୁଅନ୍ତୁ। ସବୁବେଳେ ସରକାରଙ୍କ ନିୟମ ମାନିବା ସହ କରୋନା କଟକଣା ମାନିଥିବା ସେ କହିଛନ୍ତି। ଏହାସହ ପାଠ ପଢ଼ାରୁ ଯେବେ ସମୟ ମିଳେ ବ୍ୟାଡମିଂଟନ୍‌ ଖେଳିବା ସହ ଗୀତ ଶୁଣିବାକୁ ପସନ୍ଦ କରେ ବୋଲି ଅନମୋଲ କହିଛନ୍ତି। କେବଳ ଏତିକି ନୁହେଁ ବରଂ ପୂର୍ବବର୍ଷ ଅପେକ୍ଷା ତଳିତ ଥରର ପ୍ରଶ୍ନ ପତ୍ର ସହଜ ଥିବା ଅନେକ ପରୀକ୍ଷାର୍ଥୀ କହିଛନ୍ତି। ଏହାସହ ମୁଁ ଭଲରେ ନିଜକୁ ପ୍ରସ୍ତୁତ କରିଥିବାରୁ ପରୀକ୍ଷା ଭଲ କରିଛି ବୋଲି ଅନମୋଲ୍‌ କହିଛନ୍ତି।

JEE Main 2021 IIT
Advertisment
Advertisment